Advertisment

Middle East War: ଭାରତର ଆଶା ବଢ଼ିଲା! କେବଳ ଆମେରିକା, ଇସ୍ରାଏଲ ଓ ୟୁରୋପୀୟ ଜାହାଜ ପାଇଁ ହର୍ମୁଜ ପ୍ରଣାଳୀ ବନ୍ଦ କରିଛି ଇରାନ

ଆଇଆରଜିସିର କହିବା କଥା ଯେ ହର୍ମୁଜ ପ୍ରଣାଳୀକୁ ନିର୍ଦ୍ଦିଷ୍ଟ ଭାବେ କେବଳ ଆମେରିକା, ଇସ୍ରାଏଲ, ୟୁରୋପ ଓ ସେମାନଙ୍କ ପଶ୍ଚିମ ସହଯୋଗୀ ଦେଶଗୁଡ଼ିକ ପାଇଁ ବନ୍ଦ କରାଯାଇଛି। ଅନ୍ୟ କୌଣସି ଦେଶ ପାଇଁ ହର୍ମୁଜ ପ୍ରଣାଳୀକୁ ଇରାନ ବନ୍ଦ କରି ନଥିବା ଆଇଆରଜିସି ସ୍ପଷ୍ଟ କରିଛି।

author-image
Hemant Lenka
Harmuz

ହର୍ମୁଜ ପ୍ରଣାଳୀ

Middle East War Updates: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ  ତଥା ବ୍ୟସ୍ତବହୁଳ ପଣ୍ୟବାହୀ ଜଳପଥ ହର୍ମୁଜ ପ୍ରଣାଳୀକୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି। ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଯୋଗୁ ଇରାନ ଏହି ପ୍ରମୁଖ ଜଳମାର୍ଗକୁ ବନ୍ଦ କରିଥିବା ଘୋଷଣା କରିଥିଲା। ସେହିପରି ଏହି ମାର୍ଗକୁ ଅତିକ୍ରମ କରିବାକୁ ଚେଷ୍ଟା କରୁଥିବା ଜାହାଜଗୁଡ଼ିକୁ ଜାଳି ଦିଆଯିବ ବୋଲି ଚେତାବନୀ ଦେଇଥିଲା।

Advertisment

ଏପରି କି ୭ଟି ଜାହାଜ ଉପରେ ମଧ୍ୟ ଇରାନ ଆକ୍ରମଣ କରି ନିଜ କ୍ରୋଧ ଜାହାରି କରିଛି। ଇରାନର ଆକ୍ରମଣାତ୍ମକ ଆଭିମୁଖ୍ୟ ଯୋଗୁ ହଜାର ହଜାର ଜାହଜ ହର୍ମୁଜ ପ୍ରଣାଳୀରେ ଉଭୟ ପଟେ ଅଟକିଛି। ଭାରତୀୟ ଜାହାଜଗୁଡ଼ିକ ମଧ୍ୟ ଏହି ଲମ୍ବା ଲାଇନରେ ରହିଛନ୍ତି। 

କିନ୍ତୁ ଆଜି ଭାରତକୁ ଆଶ୍ୱସ୍ତ କରିବା ଭଳି ଘୋଷଣା କରିଛି ଇରାନ। ଭାରତୀୟ ଜାହାଜଗୁଡ଼ିକ ପାଇଁ ହର୍ମୁଜ ପ୍ରଣାଳୟୀ ବନ୍ଦ ହୋଇ ନଥିବା ଇରାନର ଆଇଆରଜିସି ପରୋକ୍ଷରେ କହିଛି। ଆଇଆରଜିସିର କହିବା କଥା ଯେ ହର୍ମୁଜ ପ୍ରଣାଳୀକୁ ନିର୍ଦ୍ଦିଷ୍ଟ ଭାବେ କେବଳ ଆମେରିକା, ଇସ୍ରାଏଲ, ୟୁରୋପ ଓ ସେମାନଙ୍କ ପଶ୍ଚିମ ସହଯୋଗୀ ଦେଶଗୁଡ଼ିକ ପାଇଁ ବନ୍ଦ କରାଯାଇଛି। ଅନ୍ୟ କୌଣସି ଦେଶ ପାଇଁ ହର୍ମୁଜ ପ୍ରଣାଳୀକୁ ଇରାନ ବନ୍ଦ କରି ନଥିବା ଆଇଆରଜିସି ସ୍ପଷ୍ଟ କରିଛି। 

Advertisment

ଇରାନର ଆଇଆରଆଇବି ଜରିଆରେ ପୂରା ବିଶ୍ୱକୁ ଏସମ୍ପର୍କରେ ଅବଗତ କରାଯାଇଛି। ଆଇଆରଜିସି କହିଛି ଯେ ଅନ୍ତର୍ଜାତୀୟ ଆଇନ ଓ ପ୍ରମୁଖ ସଂକଳ୍ପ ଜରିଆରେ ଇସଲାମିକ ରିପବ୍ଲିକ ଅଫ ଇରାନ ଯୁଦ୍ଧ ସମୟରେ ହର୍ମୁଜ ପ୍ରଣାଳୀର ଗତିବିଧିକୁ ନିୟନ୍ତ୍ରଣ କରିବାର ଅଧିକାର ପାଇଛି।

ଏକଥା ପୂର୍ବରୁ ମଧ୍ୟ ଇରାନ ସ୍ପଷ୍ଟ କରିଥିଲା। ଏବେ ଆଇଆରଜିସି ଆଉ ଥରେ କହୁଛି ଯେ ଆମେରିକା, ଇସ୍ରାଏଲ, ୟୁରୋପ ଓ ସେମାନଙ୍କ ସମର୍ଥକ ଦେଶର ଯେକୌଣସି ଜାହାଜକୁ ଏହି ଜଳ ପଥରେ ଠାବ କରାଯିବ, ତା’ହେଲେ ସେଗୁଡ଼ିକ ଉପରେ ନିଶ୍ଚିତ ଭାବେ ଆକ୍ରମଣ କରାଯିବ। ଏହାବାଦ ଆଉ କୌଣସି ଦେଶର ଜାହାଜ ଉପରେ ଆକ୍ରମଣ କରାଯିବ ନାହିଁ ବୋଲି ଆଇଆରଜିସି କହିଛି। 

ଏହାପୂର୍ବରୁ ମଙ୍ଗଳବାର ଇରାନ ଘୋଷଣା କରିଥିଲା ଯେ ତେହରାଜ କେବଳ ଚାଇନିଜ ପତାକା ଥିବା ଜାହାଜଗୁଡ଼ିକୁ ହର୍ମୁଜ ପ୍ରଣାଳୀ ବ୍ୟବହାର କରିବାକୁ ଅନୁମତି ଦେବ। ମଧ୍ୟପ୍ରାଚ୍ୟ ଯୁଦ୍ଧ ଆରମ୍ଭ ହେବା ଦିନ ଠାରୁ ଇରାନ ପ୍ରତି ଚାଇନା ପ୍ରଦର୍ଶନ କରୁଥିବା ଆଭିମୁଖ୍ୟକୁ ତେହରାନ ସମର୍ଥନ କରି ଏପରି କଥା କହିଥିଲା। 

Middle East war updates