Advertisment

Middle East War: ଭାରତୀୟ ନୌସେନାର ଅତିଥି ଥିଲା ଯୁଦ୍ଧ ବିମାନ: ହମଲାର ପରିଣାମ ଭୋଗିବ କହିଲା ଇରାନ

ସେ ଆକ୍ରମଣ ଘଟଣାରୁ ସମୁଦ୍ରରେ ଅତ୍ୟାଚାର ଭାବେ ଚିତ୍ରିତ କରିବା ସହ ଜାହାଜଟି ଭାରତୀୟ ନୌସେନାର ଅତିଥି ଥିଲା ବୋଲି କହିଛନ୍ତି। ଏହାବାଦ ଅରାଗଚି ଆମେରିକାକୁ ଖୋଲା ଚେତାବନୀ ମଧ୍ୟ ଦେଇଛନ୍ତି।

author-image
Hemant Lenka
war

ଯୁଦ୍ଧ ତୋପ

Middle East War Updates: ଶ୍ରୀଲଙ୍କା ଉପକୂଳ ଠାରୁ ଅଳ୍ପ ଦୂରରେ ଥିବା ଅନ୍ତର୍ଜାତୀୟ ଜଳରେ ଇରାନୀୟ ଯୁଦ୍ଧ ଜାହାଜ ଉପରେ ହମଲା କରିଛି ଆମେରିକା। ଭାରତ ମହାସାଗରରେ ଇରାନୀୟ ଯୁଦ୍ଧ ଜାହାଜ ଉପରେ ହୋଇଥିବା ହମଲାରେ ୮୭ ଜଣଙ୍କ ମୃତ୍ୟୁ ହୋଇଛି। ଅନେକ ଆହତ ମଧ୍ୟ ହୋଇଛନ୍ତି। ଏହାର ଦିନକ ପରେ ଆମେରିକାର ଆକ୍ରମଣକୁ ନିନ୍ଦା କରିଛନ୍ତି ଇରାନର ବୈଦେଶିକ ମନ୍ତ୍ରୀ ସୟିଦ ଆବ୍ବାସ ଅରାଗଚି।

Advertisment

ସେ ଆକ୍ରମଣ ଘଟଣାରୁ ସମୁଦ୍ରରେ ଅତ୍ୟାଚାର ଭାବେ ଚିତ୍ରିତ କରିବା ସହ ଜାହାଜଟି ଭାରତୀୟ ନୌସେନାର ଅତିଥି ଥିଲା ବୋଲି କହିଛନ୍ତି। ଏହାବାଦ ଅରାଗଚି ଆମେରିକାକୁ ଖୋଲା ଚେତାବନୀ ମଧ୍ୟ ଦେଇଛନ୍ତି। ଆକ୍ରମଣର ପରିଣାମ ଆମେରିକାକୁ ଭୋଗିବାକୁ। ବିନା ୱାର୍ଣ୍ଣିଂରେ ଆମେରିକା ଜାହାଜ ଉପରେ ଆକ୍ରମଣ କରି ବଡ଼ ଭୁଲ କରି ଦେଇଥିବା ମଧ୍ୟ ସେ କହିଛନ୍ତି। 

ଭାରତୀୟ ମହାସାଗରର ଅନ୍ତର୍ଜାତୀୟ ଜଳରେ ଆମେରିକାର ଗୋଟିଏ ବୁଡ଼ାଜାହାଜ ଭାରତରୁ ଫେରୁଥିବା ଇରାନୀୟ ଜାହାଜ ଆଇଆରଆଇଏସ୍‌ ଡେନାକୁ ଟାର୍ଗେଟ କରିଥିଲା। ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ପ୍ରଥମଥର ପାଇଁ ଆମେରିକା ଶତ୍ରୁ ପକ୍ଷର କୌଣସି ଜାହାଜ ଉପରେ ହମଲା କରି ଏହାକୁ ସମୁଦ୍ରରେ ବୁଡ଼ାଇ ଦେଇଛି। ଇରାନର ଏହି ଛୋଟ ଯୁଦ୍ଧ ଜାହାଜଟି ଭାରତରେ ଆୟୋଜିତ ନୌସେନା ଡ୍ରିଲରେ ସାମିଲ ହୋଇଥିଲା।

Advertisment

ଏହି ଘଟଣାକୁ ନେଇ ଇରାନ ଓ ଆମେରିକା ମଧ୍ୟରେ ତିକ୍ତତା ପୁଣି ତୀବ୍ର ହୋଇଛି। ଆମେରିକା-ଇସ୍ରାଏଲ ଓ ଇରାନ ମଧ୍ୟରେ ଚାଲିଥିବା ଲଢ଼େଇ ଏହି ଘଟଣା ପରେ ଭିନ୍ନ ମୋଡ଼ ନେଇଛି। ଇରାନ ଯୁଦ୍ଧ ଜାହାଜ ବୁଡ଼ିବା ପରେ ଆହୁରି ପ୍ରତିଶୋଧ ପରାୟଣ ହୋଇ ଉଠିଛି ତେହରାନ। ଏଥିପାଇଁ ମଧ୍ୟପ୍ରାଚ୍ୟର ବିଭିନ୍ନ ଦେଶରେ ଥିବା ଆମେରିକା ସେନା ବେସ ଉପରେ ଆକ୍ରମଣ ଆହୁରି ଜୋରଦାର କରିଛି। 

ବୁଡ଼ି ଜାହାଜଟି ହେଉଛି IRINS Dena। ନିକଟରେ ଭାରତରେ ଆୟୋଜିତ International Fleet Review 2026ରେ ଏହା ଭାଗ ନେଇଥିଲା। ଫେବୃଆରୀ ୧୮ରୁ ୨୫ ଯେଏ ବଙ୍ଗୋପସାଗରରେ ଅନୁଷ୍ଠିତ ଗୋଟିଏ ନୌସେନା ଡ୍ରିଲରେ ଏହା ସାମିଲ ହୋଇଥିଲା।

ଡ୍ରିଲ ପରେ ଭାରତରୁ ଜାହାଜଟି ଫେରୁଥିବା ବେଳେ ଆମେରିକା ବୁଡ଼ାଜାହାଜର ଆକ୍ରମଣରେ ବୁଡ଼ି ଯାଇଛି। ଘଟଣାର ଦୁଇ ସପ୍ତାହ ପୂର୍ବରୁ ଇଷ୍ଟର୍ଣ୍ଣ ନାଭାଲ କମାଣ୍ଡ ଉକ୍ତ ଇରନୀୟ ଜାହାଜକୁ ବିଶାଖାପଟନମରେ ସ୍ୱାଗତ ମଧ୍ୟ କରିଥିଲା। 

ଶ୍ରୀଲଙ୍କା ଅଧିକାରୀମାନେ କହିଛନ୍ତି ଯେ ସେମାନେ ଜାହାଜରେ ଥିବା ୩୨ ଜଣଙ୍କୁ ଉଦ୍ଧାର କରିଥିବା ବେଳେ ଏକାଧିକ ମୃତଦେହକୁ ସମୁଦ୍ରରୁ ବାହାର କରିଛନ୍ତି। ଆହତଙ୍କୁ ଗାଲେ ପୋର୍ଟ ନିକଟ ସରକାରୀ ହସ୍ପିଟାଲରେ ଚିକିତ୍ସା ସୁବିଧା ଯୋଗାଇ ଦିଆଯାଉଛି। 

Middle East war updates