Advertisment

ବିନା ହିଜାବରେ ଗାଉଥିଲେ ସିଙ୍ଗର୍, ବାନ୍ଧିଲା ପୁଲିସ

ୟୁଟ୍ୟୁବର୍‌ ତଥା ସିଙ୍ଗର୍‌ ପରସ୍ତୁ ଅହମଦି ହିଜାବ ନ ପିନ୍ଧି ଅନ୍‌ଲାଇନ୍‌ କନ୍‌ସର୍ଟ କରିଥିଲେ। ଏହାପରେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

singer-parisa-ahmadi

singer-parisa-ahmadi

Advertisment

ମହଙ୍ଗା ପଡିଲା ହିଜାବ ନ ପିନ୍ଧି ଗୀତ ଗାଇବା। ବନ୍ଧା ହେଲେ ସିଙ୍ଗର୍‌। ଭର୍ଚୁଆଲ କନସର୍ଟରେ ହିଜାବ ନ ପିନ୍ଧି ଗାଇବା ଯୋଗୁ ଇରାନ୍‌ର ଜଣେ ୟୁଟ୍ୟୁବର୍‌ ତଥା ସିଙ୍ଗର୍‌ଙ୍କୁ ପୁଲିସ ଗିରଫ କରିଛି।

Advertisment

ଗିରଫ ସିଙ୍ଗର ଜଣକ ହେଲେ ୨୭ ବର୍ଷୀୟ ପରସ୍ତୁ ଅହମଦି। ଶନିବାର ଇରାନ୍‌ର ଉତ୍ତର ପ୍ରାନ୍ତର ମଞ୍ଜଦରାନର ରାଜଧାନୀ ସାରି ସହରରୁ ପୁଲିସ ତାଙ୍କୁ ଗିରଫ କରିଛି। ଇରାନ୍‌ର ଜଣେ ଓକିଲ ମିଲାଦ ପନାହିପୁର ଏନେଇ ସୂଚନା ଦେଇଛନ୍ତି।

ତାଙ୍କ କହିବା ମୁତାବକ, ପରସ୍ତୁ ଅହମଦି ହିଜାବ ନ ପିନ୍ଧି ଅନ୍‌ଲାଇନ୍‌ କନ୍‌ସର୍ଟ କରିଥିଲେ। ଏହାପରେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଗାୟକଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୋର୍ଟ କହିଛନ୍ତି। ଏହି ମାମଲା ଆଇନଗତ ଏବଂ ଧାର୍ମିକ ମାନର ଉଲ୍ଲଂଘନ ବୋଲି କୁହାଯାଉଛି। ଅହମଦିଙ୍କ ସହ ତାଙ୍କର ଅନ୍ୟ ଦୁଇ ଜଣ ସାଥୀ ପୁରୁଷ ସିଙ୍ଗର୍‌ଙ୍କୁ ମଧ୍ୟ ଗିରଫ କରାଯାଇଛି।

Advertisment

ପରସ୍ତୁ ଅହମଦି ଗତ ବୁଧବାର ବିଳମ୍ବିତ ରାତିରେ ନିଜ ୟୁଟ୍ୟୁବ ଚ୍ୟାନେଲରେ ଏକ କନସର୍ଟ ଷ୍ଟ୍ରିମ୍‌ କରିଥିଲେ। ବିନା ଦର୍ଶକରେ ଇରାନ୍‌ରେ ହିଁ ଏହି କନ୍‌ସର୍ଟ ଆୟୋଜିତ ହୋଇଥିଲା। ଅହମଦି ଏହି ସମୟରେ ଏକ କଳା ରଙ୍ଗ ଅଫ୍‌ ସୋଲ୍ଡର ଡ୍ରେସ୍‌ ପିନ୍ଧିଥିଲେ କିନ୍ତୁ ତାଙ୍କ ମୁଣ୍ଡରେ ହିଜାବ ନଥିଲା। ଏହାର ଗୋଟିଏ ଦିନ ପରେ ଗୁରୁବାର ନିଜେ ଅହମଦିଙ୍କ କନସର୍ଟ ପ୍ରଦର୍ଶନ ସମ୍ପର୍କରେ କୋର୍ଟ ଏକ ମାମଲା ରୁଜୁ କରିଥିଲେ। ଏହି କାର୍ଯ୍ୟକ୍ରମରେ ଅହମଦିଙ୍କ ସହ ଚାରିଜଣ ପୁରୁଷ ସିଙ୍ଗର୍‌ ମଧ୍ୟ ଉପସ୍ଥିତ ଥିଲେ।

ଇରାନ୍‌ରେ ହିଜାବକୁ ନେଇ କଠୋର ନିୟମ ରହିଛି। ବାସ୍ତବରେ, ୧୯୭୯ରେ ଇସଲାମିକ୍ ବିପ୍ଳବ ପରେ ଲାଗୁ ହୋଇଥିବା ନିୟମ ଅନୁଯାୟୀ, ଇରାନରେ ମହିଳାମାନେ ସର୍ବସାଧାରଣ ସ୍ଥାନରେ କେଶ ଢ଼ାଙ୍କିବାକୁ ବାଧ୍ୟ। ସେମାନଙ୍କୁ ସର୍ବସାଧାରଣ ସ୍ଥାନରେ ଗୀତ ଗାଇବାକୁ ଅନୁମତି ମଧ୍ୟ ଦିଆଯାଇ ନାହିଁ।

Singer Arrested Iran Women Hijab
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe