Advertisment

ହେଜବୁଲ୍ଲା ମୁଖ୍ୟଙ୍କ ଗୁପ୍ତ ଠିକଣା ସମ୍ପର୍କରେ ଇସ୍ରାଏଲକୁ ଖବର ଦେଇଥିଲେ ଇରାନ ଗୁପ୍ତଚର!

ଇରାନ ଗୁପ୍ତଚର ଜଣଙ୍କ ଇସ୍ରାଏଲ ପ୍ରଶାସନକୁ ହେଜବୁଲ୍ଲା ମୁଖିଆଙ୍କ ଗତିବିଧି ସମ୍ପର୍କରେ ସଠିକ ସୂଚନା ଦେଇଥିଲେ।

hezbollah

hezbollah

Advertisment

ହେଜବୁଲ୍ଲା ମୁଖ୍ୟ ହାସନ ନସ୍ରଲ୍ଲାଙ୍କ ହତ୍ୟା ପଛରେ ଇରାନ ଗୁପ୍ତଚର। ଇସ୍ରାଏଲ ସେନା ଲେବାନନର ବେରୁଟରେ ଏୟାର ଷ୍ଟ୍ରାଇକ କରିବା ପୂର୍ବରୁ ନସ୍ରଲ୍ଲାଙ୍କ ଗୁପ୍ତ ଠିକଣା ସମ୍ପର୍କରେ ଇରାନର ଜଣେ ଗୁପ୍ତଚର ଇସ୍ରାଏଲକୁ ସୂଚନା ଦେଇଥିଲେ। ଗୁପ୍ତଚରଙ୍କ ସୂଚନା ଅନୁସାରେ ଇସ୍ରାଏଲ ସେନା ଘନଘନ ବୋମା ମାଡ଼ କରି ହେଜବୁଲ୍ଲାର ମୁଖ୍ୟାଳୟ ସହ ନସ୍ରଲ୍ଲାକୁ ଖତମ କରିଥିଲା।

Advertisment

ଫ୍ରାନ୍ସର ଗୋଟିଏ ଖବର କାଗଜରେ ଏନେଇ ରିପୋର୍ଟ ପ୍ରକାଶ ପାଇଛି। ଏଥିରେ କୁହାଯାଇଛି ଯେ ଇରାନ ଗୁପ୍ତଚର ଜଣଙ୍କ ଇସ୍ରାଏଲ ପ୍ରଶାସନକୁ ହେଜବୁଲ୍ଲା ମୁଖିଆଙ୍କ ଗତିବିଧି ସମ୍ପର୍କରେ ସଠିକ ସୂଚନା ଦେଇଥିଲେ। ଶୁକ୍ରବାର ରାତିରେ ନସ୍ରଲ୍ଲା ବେରୁଟ ସ୍ଥିତ ହେଜବୁଲ୍ଲାର ବରିଷ୍ଠ କମାଣ୍ଡର ସହ ବୈଠକ କରିବେ।

ଏହି ବୈଠକ ମୁଖ୍ୟାଳୟର ଗୁପ୍ତ ବଙ୍କର ମଧ୍ୟରେ ହେବ। ଏଥିସହ ଗୁପ୍ତଚର ଜଣଙ୍କ ବୈଠକର ସମୟ ମଧ୍ୟ ଇସ୍ରାଏଲ ସେନାକୁ ଦେଇଥିଲେ। ଏହାପରେ ଲେବାନନ ଆକାଶରେ ପଇଁତର ମାରୁଥିବା ଇସ୍ରାଏଲ ସେନାର ଯୁଦ୍ଧ ବିମାନଗୁଡ଼ିକ ବେରୁଟରେ ପଶି ହେଜବୁଲ୍ଲା ମୁଖ୍ୟାଳୟ ଉପରେ ୮୦ ଟନ ବୋମା ମାଡ଼ କରିଥିଲେ।

Advertisment

ଫଳରେ ସେଠାରେ ଥିବା ୬ଟି ପ୍ରତିଷ୍ଠାନ ମାଟିରେ ମିଶି ଯାଇଥିଲା। ଏଥିରେ ନସ୍ରଲ୍ଲା ସହ ହେଜବୁଲ୍ଲାର ଆଉ କିଛି ଟପ କମାଣ୍ଡରଙ୍କ ମୃତ୍ୟୁ ହୋଇଥିଲା। ତେବେ ଇରାନ, ଇସ୍ରାଏଲ କିମ୍ବା ହେଜବୁଲ୍ଲା ପକ୍ଷରୁ ଏ ସମ୍ପର୍କରେ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ।

ଲେ ପ୍ୟାରିସେନ ଖବର କାଗଜରେ ଦାବି କରାଯାଇଛି ଯେ ବେରୁଟ ଉପରେ ହୋଇଥିବା ଏୟାର ଷ୍ଟ୍ରାଇକର କିଛି ଘଣ୍ଟା ପୂର୍ବରୁ ଇରାନର ଜଣେ ଗୁପ୍ତଚର ଇସ୍ରାଏଲ ସେନାକୁ ନସ୍ରଲ୍ଲା କୁଆଡ଼େ ଯାଉଛନ୍ତି ଓ ସେ କେତେ ଦିନ କେଉଁଠାରେ ରହିବେ, ତା’ର ସୂଚନା ଦେଇଥିଲେ। ଏହାପୂର୍ବରୁ ନସ୍ରଲ୍ଲାଙ୍କ ସମ୍ପର୍କରେ ଇସ୍ରାଏଲ୍ ସେନା ପାଖରେ କୌଣସି ସଠିକ୍ ସୂଚନା ନଥିଲା।

ଇରାନର ଗୁପ୍ତଚର ଜଣଙ୍କ ହିଁ ପ୍ରଥମେ ଇସ୍ରାଏଲକୁ କହିଥିଲେ ଯେ ଶୁକ୍ରବାର ସନ୍ଧ୍ୟାରେ ନସ୍ରଲ୍ଲା ବେରୁଟର ଦାହିଇହରେ ରହିବେ। ସେ କେଉଁ କାରରେ ମୁଖ୍ୟାଳୟକୁ ଆସିବେ, ସେ ସମ୍ପର୍କରେ ମଧ୍ୟ ସୂଚନା ଦେଇଥିଲେ। ଇରାନର କୁଡ୍ସ ଫୋର୍ସର ଡେପୁଟି କମାଣ୍ଡର ଅବ୍ବାସ ନିଲଫୋରୌଶାନ ମଧ୍ୟ ନସ୍ରଲ୍ଲାଙ୍କ ସହ ହେଜବୁଲ୍ଲାର ମୁଖ୍ୟାଳୟରେ ପହଞ୍ଚିବେ।

ସେଠାରେ ନସ୍ରଲ୍ଲାଙ୍କ ଅଧ୍ୟକ୍ଷତାରେ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବାକୁ ଯାଉଛି। ଏଥିରେ ନସ୍ରଲ୍ଲା, ଆବ୍ବାସ ଓ ହେଜବୁଲ୍ଲାର ବରିଷ୍ଠ ଅଧିକାରୀମାନେ ସାମିଲ ହେବ। ଏ ସମ୍ପର୍କରେ ଖବର ପାଇବା ମାତ୍ରେ ଇସ୍ରାଏଲ ବୈଠକ ଚାଲିଥିବା ବେଳେ ବୋମା ମାଡ଼ କରିଥିଲା ବୋଲି ରିପୋର୍ଟରେ କୁହାଯାଇଛି।

Iran Israel Conflict Hezbollah Israel Iran Conflict
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe