Advertisment

ଇସ୍ରାଏଲର ଗୁପ୍ତଚର ମୁଖ୍ୟାଳୟ ଉପରେ ଇରାନର ମିସାଇଲ ଆକ୍ରମଣ; ୪ ମୃତ, ୬ ଗୁରୁତର

ଇରାକରେ ଥିବା ଇସ୍ରାଏଲର ଗୁପ୍ତଚର ଏଜେନ୍ସି ମୋସାଦର ମୁଖ୍ୟାଳୟକୁ ଟାର୍ଗେଟ କରି ମିସାଇଲ୍ ଆଟାକ୍ କରିଛି ଇନାର।

author-image
Debibandita Barick
Iran Attack Israel

Iran Attack Israel

ପାଲେଷ୍ଟାଇନ ସହ ଯୁଦ୍ଧ ମଧ୍ୟରେ ଇସ୍ରାଏଲ ପାଇଁ ଅଡୁଆ ବଢିଛି। ଗତକାଲି ବିଳମ୍ବିତ ରାତିରେ ଇସ୍ରାଏଲ ଉପରେ ଆକ୍ରମଣ କରିଛି ଇରାନ। ଇରାକରେ ଥିବା ଇସ୍ରାଏଲର ଗୁପ୍ତଚର ଏଜେନ୍ସି ମୋସାଦର ମୁଖ୍ୟାଳୟକୁ ଟାର୍ଗେଟ କରି ମିସାଇଲ୍ ଆଟାକ୍ କରିଛି ଇନାର। ଏଥିରେ ଚାରି ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଛଅ ଜଣ ଆହତ ହୋଇଛନ୍ତି।

Advertisment

ଆକ୍ରମଣ ନେଇ ଇରାନର ରିବୋଲ୍ୟୁସନାରୀ ଗାର୍ଡ୍ସ  (ଆଇଆରଜିସି) ସୂଚନା ଦେଇଛି। ଆଇଆରଜିସି କହିଛି ଯେ, ସେମାନେ ସୋମବାର ରାତିରେ ଇସ୍ରାଏଲର ଗୁପ୍ତଚର ମୁଖ୍ୟାଳୟକୁ ଟାର୍ଗେଟ କରି ଆକ୍ରମଣ କରିଛନ୍ତି। ଷ୍ଟେଟ ମିଡିଆ ରିପୋର୍ଟ ଅନୁସାରେ, ଇରାନ ଏହି ଆକ୍ରମଣରେ ବାଲିଷ୍ଟିକ୍ ମିସାଇଲ ବ୍ୟବହାର କରିଛି। ଏହି ଅଞ୍ଚଳର ଗୁପ୍ତଚର କେନ୍ଦ୍ର ତଥା ଇରାନ ବିରୋଧୀଙ୍କ ଶକ୍ତି ନଷ୍ଟ କରିବା ପାଇଁ ଏହି ମିସାଇଲ ବ୍ୟବହୃତ ହୋଇଛି। 

ଇରାକର କୁର୍ଦ୍ଦିସ୍ତାନ ସରକାରଙ୍କ ସୁରକ୍ଷା ପରିଷଦ ଏକ ବିବୃତ୍ତିରେ ଆକ୍ରମଣକୁ ଅପରାଧ ବୋଲି ଦର୍ଶାଇଥନ୍ତି। ଏରବିଲ ଉପରେ ହୋଇଥିବା ଆକ୍ରମଣରେ ଅତି କମରେ ଚାରି ଜଣ ସାଧାରଣ ନାଗରିକ ପ୍ରାଣ ହରାଇଥିବା ବେଳେ ଛଅ ଜଣ ଆହତ ହୋଇଥିବା କୁର୍ଦ୍ଦିସ୍ତାନ ସରକାରୀ ରିପୋର୍ଟରେ ପ୍ରକାଶ କରିଛି।

Advertisment

ଏହି ଆକ୍ରମଣରେ ମୃତକଙ୍କ ମଧ୍ୟରେ ଜଣାଶୁଣା ବ୍ୟବସାୟୀ ପ୍ରେଶ୍ର ଡିଜାୟୀ ଏବଂ ତାଙ୍କ ପରିବାରର ସଦସ୍ୟ ଅଛନ୍ତି। ଏକ ରକେଟ୍ ତାଙ୍କ ଘର ଉପରେ ଖସି ପଡିବାରୁ ସେମାନଙ୍କର ମୃତ୍ୟୁ ଘଟିଛି। ସେପଟେ ଏଥିରେ ଆମେରିକାକୁ କୌଣସି କ୍ଷତି ପହଞ୍ଚିନଥିବା ଆମେରିକାର ଦୁଇ ଅଧିକାରୀ କହିଛନ୍ତି। 

Iran Strikes Israeli Spy Headquarters Iran Strikes Israel Iran Israel Conflict