Advertisment

Middle East War: କୁର୍ଦିଶ ଓ ଆମେରିକା ସେନା ମୁଖ୍ୟାଳୟକୁ ଟାର୍ଗେଟ କଲା ଇରାନ

ଇରାନର ପ୍ରେସ ଟିଭି ରିପୋର୍ଟ କରିଛି ଯେ ଗୁରୁବାର ଭୋର ସମୟରୁ ତେହରାନ ସେନା ଇରାନ ବିରୋଧୀ ବିଦ୍ରୋହୀ ସଂଗଠନକୁ ଟାର୍ଗେଟ କରିଛି। ହେଲେ ଆକ୍ରମଣ କେଉଁ ସ୍ଥାନରେ ହୋଇଛି, ନିର୍ଦ୍ଦିଷ୍ଟ ଭାବେ ତା’ର ସୂଚନା ଦେଇନାହିଁ।

Iran21

ଆକ୍ରମଣ ପରର ଦୃଶ୍ୟ

Advertisment

Middle East War Updates: ପଡ଼ୋଶୀ ଇରାକରେ ଥିବା ଆମେରିକା ଓ ଇସ୍ରାଏଲ ସପକ୍ଷବାଦୀ କୁର୍ଦିଶ ଗ୍ରୁପକୁ ଟାର୍ଗେଟ କରିଛି ଇରାନ। ଏଥିସହ ଇରାକରେ ଥିବା ଆମେରିକା ସେନାର ମୁଖ୍ୟାଳୟକୁ ମଧ୍ୟ ଇରାନ ପକ୍ଷରୁ ଟାର୍ଗେଟ କରାଯାଇଛି। ଏହାବାଦ ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ମହାଯୁଦ୍ଧର ୬ଷ୍ଠ ଦିନରେ ଇରାନ ମିସାଇଲ ଓ ଡ୍ରୋନ ଦ୍ୱାରା ଆମେରିକା ଓ ଇସ୍ରାଏଲକୁ ଟାର୍ଗେଟ କରିଛି। ଫଳରେ ୩ ଦେଶ ମଧ୍ୟରେ ଜାରି ରହିଥିବା ଲଢ଼େଇ ଭୟଙ୍କର ରୂପ ଧାରଣ କରିଛି।

Advertisment

ଇରାନର ପ୍ରେସ ଟିଭି ରିପୋର୍ଟ କରିଛି ଯେ ଗୁରୁବାର ଭୋର ସମୟରୁ ତେହରାନ ସେନା ଇରାନ ବିରୋଧୀ ବିଦ୍ରୋହୀ ସଂଗଠନକୁ ଟାର୍ଗେଟ କରିଛି। ହେଲେ ଆକ୍ରମଣ କେଉଁ ସ୍ଥାନରେ ହୋଇଛି, ନିର୍ଦ୍ଦିଷ୍ଟ ଭାବେ ତା’ର ସୂଚନା ଦେଇନାହିଁ। ଇରାନର ଗୁଇନ୍ଦା ମନ୍ତ୍ରଣାଳୟର କହିବା କଥା ଯେ ବିଦ୍ରୋହୀ ସଂଗଠନ ପଶ୍ଚିମ ସୀମା ଦେଇ ଇରାନରେ ପ୍ରବେଶ କରିବାକୁ ଚେଷ୍ଟା କରୁଥିଲେ।

କିନ୍ତୁ ସେମାନଙ୍କୁ ଟାର୍ଗେଟ କରାଯାଇଛି। ଆକ୍ରମଣରେ ବିଦ୍ରୋହୀ ସଂଗଠନ ବ୍ୟାପକ କ୍ଷତି ସହିଛି। ଇସ୍ରାଏଲ ଓ ଆମେରିକା ସହ ମିଶି କୁର୍ଦିଶ ଫୋର୍ସ ଇରାନ ମାଟିରେ ଆକ୍ରମଣ ଯୋଜନା କରୁଥିବା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। 

Advertisment

ଅନ୍ୟପକ୍ଷରେ ଶନିବାର ଠାରୁ ଆରମ୍ଭ ହୋଇଥିବା ମଧ୍ୟପ୍ରାଚ୍ୟ ମହାଯୁଦ୍ଧରେ ହଜାର ହଜାର ଲୋକଙ୍କ ଜୀବନ ଯାଇ ସାରିଲାଣି। ଶନିବାର ଇସ୍ରାଏଲ ଓ ଆମେରିକା ମିଳିତ ଭାବେ ଇରାନ ଉପରେ ହମଲା କରିବାରୁ ରକ୍ତମୁଖା ହୋଇ ଉଠିଛି ତେହରାନ। ବିଶେଷ କରି ଆମେରିକା ଓ ଇସ୍ରାଏଲ ଏୟାର ଷ୍ଟ୍ରାଇକରେ ଇରାନର ସୁପ୍ରିମ ଲିଡର ଆୟୋତୁଲ୍ଲା ଅଲୀ ଖାମେନେଇଙ୍କ ମୃତ୍ୟୁ ପରେ ପୂରା ମଧ୍ୟପ୍ରାଚ୍ୟକୁ ଅଶାନ୍ତ କରି ଦେଇଛି ତେହରାନ। 

ଇସ୍ରାଏଲ ସମେତ ମଧ୍ୟପ୍ରାଚ୍ୟ ଦେଶଗୁଡ଼ିକରେ ଥିବା ଆମେରିକା ସୈନ୍ୟ ଠିକଣାକୁ ଇରାନ କ୍ରମାଗତ ଭାବେ ଟାର୍ଗେଟ କରି ଆସୁଛି। ବାହାରିନ ଠାରୁ ଅଜରବୈଜାନ ଓ ଇରାକ ଠାରୁ ସାଉଦି ଆରବ କେହି ବି ଇରାନ ଆକ୍ରୋଶରୁ ବର୍ତ୍ତି ନାହାନ୍ତି। ଇରାନ ସମର୍ଥନରେ ଲେବାନନ ଓ ସିରିୟାରେ ଥିବା ବିଦ୍ରୋହୀ ସଂଗଠନ ଗୁଡ଼ିକ ମଧ୍ୟ ଇସ୍ରାଏଲ ଉପରେ ହମଲା କରିବାରୁ ସ୍ଥିତି ଭୟଙ୍କର ରୂପ ଧାରଣ କରିଛି। 

Middle East war updates
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe