Advertisment

ଆମେରିକାକୁ ଇରାନ୍‌ର ନାଲି ଆଖି, ଦେଲା ଖୋଲା ଖୋଲି ଆକ୍ରମଣ ଧମକ

ଇରାନ ଆହୁରି କହିଛି, 'ଯଦି ଇସ୍ରାଏଲ ଆଉ ଏକ ଭୁଲ୍‌ କରେ, ତେବେ ଏହାର ପରିଣାମ ଭୋଗିବ। ଏହି ବିବାଦ ଇରାନ ଏବଂ ଇସ୍ରାଏଲ ମଧ୍ୟରେ ରହିଛି। ଆମେରିକା ଏଥିରୁ ଦୂରରେ ରହିବା ଉଚିତ୍।'

author-image
Madhupriya Mistry
ଅଦ୍ୟତନ ହୋଇଛି
Iran Threat to america

Iran Threat to america

ଇସ୍ରାଏଲ ଉପରେ ଆକ୍ରମଣ କରିଛି ଇରାନ୍‌। ଗତ ରାତିରେ ଇସ୍ରାଏଲ ଉପରକୁ ଘନ ଘନ ମିସାଇଲ ମାଡ କରିବା ସହ ଇରାନ୍‌ ଡ୍ରୋନ୍‌ ଆକ୍ରମଣ କରିଛି। ଦୁଇ ଦେଶ ମଧ୍ୟରେ ଯୁଦ୍ଧ ପରିସ୍ଥିତି ସୃଷ୍ଟି ହୋଇଛି। ଆମେରିକା ଇସ୍ରାଏଲ ସମର୍ଥନରେ ବହାରି ତାକୁ ସୁରକ୍ଷା ଯୋଗାଇବାକୁ ଆଗକୁ ଆସିଛି। ଏହାକୁ ନେଇ ଏବେ ଆମେରିକାକୁ ନାଲି ଆଖି ଦେଖାଇଛି ଇରାନ। ଆମେରିକା ଉପରେ ଆକ୍ରମଣ କରିବା ପାଇଁ ଖୋଲାଖୋଲି ଦେଇଛି ଧମକ।

Advertisment

ଆମେରିକାର ପ୍ରତିରକ୍ଷା ସଚିବ ଲୟଡ ଅଷ୍ଟିନ କହିଛନ୍ତି ଯେ ତାଙ୍କ ଦେଶ ଇରାନ ସହ ସଂଘର୍ଷ ଚହୁଁନାହିଁ, କିନ୍ତୁ ଇସ୍ରାଏଲର ପ୍ରତିରକ୍ଷା ସମର୍ଥନରେ କାର୍ଯ୍ୟ କରିବାକୁ କୁଣ୍ଠାବୋଧ ମଧ୍ୟ କରିବୁ ନାହିଁ। ଏହାକୁ ନେଇ ଏବେ ଇରାନ କହିଛି ଯେ ଯଦି ଆମେରିକା ଇସ୍ରାଏଲର ପ୍ରତିଶୋଧ ନେବାକୁ ସମର୍ଥନ କରେ, ତେବେ ଇରାନ ଆମେରିକାର ଅନେକ ଠିକଣାକୁ ଟାର୍ଗେଟ କରି ଆକ୍ରମଣ କରିବ। ଏନେଇ ତେହେରାନ ସ୍ୱିଜରଲ୍ୟାଣ୍ଡ ମାଧ୍ୟମରେ ଆମେରିକା ପ୍ରଶାସନକୁ ଏକ ବାର୍ତ୍ତା ପଠାଇଛି।

ଇରାନ ଆହୁରି କହିଛି, 'ଯଦି ଇସ୍ରାଏଲ ଆଉ ଏକ ଭୁଲ୍‌ କରେ, ତେବେ ଏହାର ପରିଣାମ ଭୋଗିବ। ଏହି ବିବାଦ ଇରାନ ଏବଂ ଇସ୍ରାଏଲ ମଧ୍ୟରେ ରହିଛି। ଆମେରିକା ଏଥିରୁ ଦୂରରେ ରହିବା ଉଚିତ୍।'

Advertisment

ଏହା ପୂର୍ବରୁ ଆମେରିକା ରାଷ୍ଟ୍ରପତି ଇସ୍ରାଏଲ ଉପରେ ଇରାନର ଆକ୍ରମଣକୁ କଡା ନିନ୍ଦା କରିଥିଲେ। ଜି-୭ ନେତାଙ୍କ ସହ ବୈଠକ କରି ଆଗମୀ ପଦକ୍ଷେପ କ'ଣ ହେବ ସେ ନେଇ ଆଲୋଚନା କରିଥିଲେ। ସେହିପରି ଭାରତ ମଧ୍ୟ ଦୁଇ ଦେଶକୁ ଶାନ୍ତି ବଜାୟ ରଖିବାକୁ ଅପିଲ କରିଥିଲା।

କହିରଖୁ ଯେ, ଶନିବାର ରାତିରେ ପ୍ରତିଶୋଧ ନେବାକୁ ଯାଇ ଇରାନ୍ ଇସ୍ରାଏଲ ଉପରେ ୩୦୦ରୁ ଅଧିକ ମିସାଇଲ ମାଡ କରଥିଲା। ତେବେ ଏଥିରୁ ଅଧିକାଂଶ ମିସାଇଲ୍‌କୁ ଅଟକାଇ ଦେଇଥିଲା ଇସ୍ରାଏଲ। ଏଥିରେ ଆମେରିକା ସୈନ୍ୟମାନେ ତାକୁ ସହାୟତା କରିଥିଲେ। ଆମେରିକାର ସୁରକ୍ଷା ବାହିନୀର ଜଣେ ଅଧିକାରୀ କହିବା ମୁତାବକ, ଇସ୍ରାଏଲର ସୁରକ୍ଷା ପାଇଁ ଆମର ପ୍ରତିବଦ୍ଧତାକୁ ଦୃଷ୍ଟିରେ ରଖି ଆମେରିକାର ସୈନ୍ୟବାହିନୀ ଇରାନର କ୍ଷେପଣାସ୍ତ୍ରକୁ ଗୁଳି କରି ଖସାଇଛନ୍ତି। ଏହି ଅଞ୍ଚଳରେ ଆମର ସୈନ୍ୟମାନେ ଇସ୍ରାଏଲକୁ ଅତିରିକ୍ତ ସୁରକ୍ଷା ଯୋଗାଉଛନ୍ତି। 

America Iran Israel Conflict Iran Threat To America