ଖାମେନେଇ ଓ ସୁଲତାନୀ
ଇରାନ(Iran Protest)ରେ ବର୍ତ୍ତମାନ ସରକାରୀ ବିରୋଧୀ ଆନ୍ଦୋଳନ ଚାଲିଛି। ସମୟ ଗଡ଼ିବା ସହ ଆନ୍ଦୋଳନ ମଧ୍ୟ ତୀବ୍ର ହୋଇଛି। ଆନ୍ଦୋଳନକାରୀଙ୍କୁ ଦମନ କରିବା ପାଇଁ ଇରାନର ଖାମେନେଇ ସରକାର ସବୁ ପ୍ରକାରର ବଳ ପ୍ରୟୋଗ କରୁଛନ୍ତି। ପୁଲିସ୍ ଗୁଳିରେ ୫୦୦ରୁ ଅଧିକ ଲୋକ ପ୍ରାଣ ହରାଇଥିବା ବେଳେ ହଜାର ହଜାର ବିକ୍ଷୋଭକାରୀ ଗିରଫ ହୋଇଛନ୍ତି।
ଏସବୁ ଭିତରେ ଇରାନର ଖାମେନେଇ ସରକାର ବିକ୍ଷୋଭ ବେଳେ ଗିରଫ ହୋଇଥିବା ଜଣେ ୨୬ ବର୍ଷୀୟ ଯୁବକଙ୍କୁ ଫାଶୀ ଖୁଣ୍ଟରେ ଝୁଲାଇବାକୁ ନିଷ୍ପତ୍ତି ନେଇଛି। ଆନ୍ଦୋଳନ ବେଳେ ଗିରଫ ହୋଇ ଫାଶୀ ଦଣ୍ଡ ପାଇବା ବିଶ୍ୱ ଇତିହାସରେ ପ୍ରଥମ ଘଟଣା।
ଫାଶୀ ଖୁଣ୍ଟିରେ ଝୁଲିବାକୁ ଯାଉଥିବା ୨୬ ବର୍ଷୀୟ ଯୁବକ ଜଣଙ୍କ ହେଲେ ଇରଫାନ ସୁଲତାନୀ। ତାଙ୍କୁ ଗତ ସପ୍ତାହରେ ତେହରାନ ନିକଟ କାରାଜ ପାଖରୁ ଗିରଫ କରାଯାଇଥିଲା। ଦେଶରେ ଅରାଜତକା ସୃଷ୍ଟି କରିବା ଅଭିଯୋଗରେ ସୁଲତାନୀଙ୍କୁ ଗିରଫ କରାଯାଇଥିବା ବେଳେ ବିନା ଶୁଣାଣିରେ ତାଙ୍କୁ ବୁଧବାର ଫାଶୀ ଖୁଣ୍ଟରେ ଝୁଲାଇବାକୁ ନିଷ୍ପତ୍ତି ନିଆଯାଇଛି।
ନରୱେ ଭିତ୍ତିକ ଏନଜିଓ ଇରାନ ହ୍ୟୁମାନ ରାଇଟ୍ସ(ଆଇଏଚଆର) କହିଛି ଯେ “ଇରାଫନ ସୁଲତାନୀ ମୃତ୍ୟୁଦଣ୍ଡରେ ଦଣ୍ଡିତ ହୋଇଥିବା ତାଙ୍କ ପରିବାର ଲୋକଙ୍କୁ କୁହାଯାଇଛି। ଜାନୁଆରୀ ୧୪ରେ ଏହି ଦଣ୍ଡାଦେଶକୁ କାର୍ଯ୍ୟକାରୀ କରାଯିବ।”
ଆଇଏଚଆର ନିଶ୍ଚିତ କରିଛି ଯେ ୧୮ ଦିନ ହେଲା ଇରାନରେ ଚାଲିଥିବା ଖାମେନେଇ ବିରୋଧୀ ବିକ୍ଷୋଭ ବେଳେ ୬୪୮ ଜଣ ଲୋକଙ୍କ ମୃତ୍ୟୁ ହୋଇ ସାରିଲାଣି। ଏମାନଙ୍କ ମଧ୍ୟରେ ୯ ଜଣ ନାବାଳିକା/ନାବାଳକ ରହିଛି। ତେବେ ଏହି ମୃତ୍ୟୁସଂଖ୍ୟା ଅଧିକ ରହିଥାଇ ପାରେ ବୋଲି ଆଶଙ୍କା କରାଯାଉଛି। କିଛି ରିପୋର୍ଟରେ ଇରାନ ସରକାର ବିକ୍ଷୋଭକୁ ଦମକ କରିବା ପାଇଁ ୬ ହଜାରରୁ ଅଧିକ ଲୋକଙ୍କୁ ହତ୍ୟା କରି ସାରିଥିବା ସଂସ୍ଥା ସୂଚନା ଦେଇଛି।
ଇରାନରେ ଇଣ୍ଟରନେଟ ବ୍ୟାନ କରାଯାଉଥିବାରୁ ମୃତ୍ୟୁସଂଖ୍ୟାକୁ ନେଇ ପ୍ରକାଶ ପାଇଥିବା ରିପୋର୍ଟର ସତ୍ୟତା ଯାଞ୍ଚ କରିବାରେ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ୁଛି। ତଥାପି ରିପୋର୍ଟରେ ସତ୍ୟତା ଥିବା ଭଳି ଜଣାପଡ଼ୁଛି ଓ ଇତି ମଧ୍ୟରେ ୧୦ ହଜାରରୁ ଅଧିକ ଲୋକଙ୍କୁ ଇରାନ ସରକାର ଗିରଫ କରି ସାରିଥିବା ଆଇଏଚ୍ଆର କହିଛି।
ଆଇଏଚଆର ନିର୍ଦ୍ଦେଶକ ମହମ୍ମଦ ଆମିରୀ ମୋଘାଦାମ କହିଛନ୍ତି, “୧୯୮୦ ପରେ ଇରାନରେ ସାଧାରଣ ଲୋକଙ୍କୁ ଏତେ ମାତ୍ରାରେ ହତ୍ୟା କରାଯାଇଛି। ଇସଲାମିକ ରିପବ୍ଲିକ କରୁଥିବା ସାମୂହିକ ସଂହାର ବିରୋଧରେ ଅନ୍ତର୍ଜାତୀୟ ସମୂହ ସାମ୍ନାକୁ ଆସି ସାଧାରଣ ଲୋକଙ୍କ ସୁରକ୍ଷା କରନ୍ତୁ।”
ମିଳିଥିବା ସୂଚନା ଅନୁସାରେ, ସୁଲତାନୀଙ୍କୁ ଶନିବାର କାରାଜ ନିକଟରେ ଅନୁଷ୍ଠିତ ବିକ୍ଷୋଭ ବେଳେ ଗିରଫ କରାଯାଇଥିଲା। ତାଙ୍କ ନାଁରେ ଭଗବାନଙ୍କ ବିରୋଧରେ ଯୁଦ୍ଧ ଡାକରା ଦେବା ଭଳି ଦଫା ଲାଗିଥିଲା। ଏହି ଦଫାରେ ମୃତ୍ୟୁଦଣ୍ଡ ମିଳିବାର ପ୍ରାବଧାନ ଇରାନରେ ରହିଛି। ସେହି ଅନୁସାରେ ସୁଲତାନୀଙ୍କୁ ଫାଶୀ ଦଣ୍ଡ ମିଳିଛି। ତେବେ ମାମଲାର ବିଚାର ବେଳେ ସୁଲତାନୀଙ୍କୁ ନିଜର ପକ୍ଷ ରଖିବାକୁ ଦିଆଯାଇ ନଥିବା ମଧ୍ୟ ଅଭିଯୋଗ ହୋଇଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/media_files/2026/01/13/soltani-2026-01-13-14-45-02.jpg)