Advertisment

Middle East War: ମଧ୍ୟପ୍ରାଚ୍ୟରେ ଭୟଙ୍କର ଯୁଦ୍ଧ: ଇରାନର ଅନେକ ବରିଷ୍ଠ କମାଣ୍ଡର ନିହତ, ୫ ସ୍କୁଲ ଛାତ୍ରୀଙ୍କ ମୃତ୍ୟୁ, ପାଲଟା ଜବାବ ଦେଉଛି ତେହରାନ

ଇରାନର ଅଧିକାଂଶ ମିସାଇଲ ଆକାଶ ପଥରେ ଧ୍ୱଂସ ହେଉଥିଲେ ମଧ୍ୟ ସ୍ଥିତି ଅତ୍ୟନ୍ତ ଉତ୍ତେଜନାପୂର୍ଣ୍ଣ ରହିଛି। ୟୁଏଇର ଅବୁଧାବିରେ ଥିବା ଆମେରିକା ସେନା ଘାଟିକୁ ଟାର୍ଗେଟ କରି ଇରାନ ମିସାଇଲ ମାଡ଼ କରିଥିଲେ ହେଁ ଏହାକୁ ଆକାଶ ପଥରେ ଧ୍ୱଂସ କରାଯାଇଛି।

author-image
Hemant Lenka
Israle1

ଆକ୍ରମଣର ଦୃଶ୍ୟ

ଇରାନ ଉପରେ ଇସ୍ରାଏଲ ଓ ଆମେରିକା ଆକ୍ରମଣ କରିବା ପରେ ମଧ୍ୟପ୍ରାଚ୍ୟ(Middle East)ରେ ଭୟଙ୍କର ଯୁଦ୍ଧ ଆରମ୍ଭ ହୋଇଛି। ଆମେରିକା ଓ ଇସ୍ରାଏଲକୁ ଜବାବ ଦେବା ପାଇଁ ମଧ୍ୟପ୍ରାଚ୍ୟର ଏକାଧିକ ଦେଶରେ ଥିବା ବେସଗୁଡ଼ିକୁ ଇରାନ ଟାର୍ଗେଟ କରିଛି। ଅବୁଧାବି ଠାରୁ ଆରମ୍ଭ କରି ଦୁବାଇ, ସାଉଦି, କତର ଓ ବାହାରିନରେ ଥିବା ଆମେରିକା ବେସ୍‌କୁ ଗୁଡ଼ିକ ଉପରେ ଇରାନ ମିସାଇଲ ମାଡ଼ କରିଛି।

Advertisment

ଇରାନର ଅଧିକାଂଶ ମିସାଇଲ ଆକାଶ ପଥରେ ଧ୍ୱଂସ ହେଉଥିଲେ ମଧ୍ୟ ସ୍ଥିତି ଅତ୍ୟନ୍ତ ଉତ୍ତେଜନାପୂର୍ଣ୍ଣ ରହିଛି। ୟୁଏଇର ଅବୁଧାବିରେ ଥିବା ଆମେରିକା ସେନା ଘାଟିକୁ ଟାର୍ଗେଟ କରି ଇରାନ ମିସାଇଲ ମାଡ଼ କରିଥିଲେ ହେଁ ଏହାକୁ ଆକାଶ ପଥରେ ଧ୍ୱଂସ କରାଯାଇଛି। ତଥାପି ଅବୁ ଧାବିରେ ମିସାଇଲର ଧ୍ୱଂସାବଶେଷ ପଡ଼ି ଜଣଙ୍କ ମୃତ୍ୟୁ ହୋଇଛି। ୟୁଏଇ ପ୍ରତିରକ୍ଷା ମନ୍ତ୍ରଣାଳୟ ଏହି ମୃତ୍ୟୁ ଖବରକୁ ନିଶ୍ଚିତ କରିଛି। 

Advertisment


ମନ୍ତ୍ରଣାଳୟ କହିଛି ଯେ ଇରାନ ପକ୍ଷରୁ ମାଡ଼ କରାଯାଇଥିବା ଏକାଧିକ ବାଲାଷ୍ଟିକ ମିସାଇଲକୁ ଆକାଶ ପଥରେ ଚିହ୍ନଟ କରାଯାଇଥିଲା। ଏହାପରେ ସେଗୁଡ଼ିକୁ ୟୁଏଇ ଏୟାର ଡିଫେନ୍ସ ସେଗୁଡ଼ିକୁ ନଷ୍ଟ କରିଥିଲା। ତଥାପି ଅବୁଧାବିରେ ମିସାଇଲର ଧ୍ୱଂସାବଶେଷ କରି ଜଣେ ଏସୀୟ ନାଗରିକଙ୍କ ମୃତ୍ୟୁ ହୋଇଛି। ଆବାସିକ ଅଞ୍ଚଳରେ ଧ୍ୱଂସାବଶେଷ ପଡ଼ିବାରୁ ଏପରି ଘଟଣା ଘଟିଛି। ଏପରି ଆକ୍ରମଣ ଗୋଟିଏ ବିପଦଜନକ ଉତ୍ତେଜନାକୁ ବଳ ଦେଉଥିବା ମନ୍ତ୍ରଣାଳୟ କହିଛି। 

ବାହାରିନର ଜୁଫୈର ଅଞ୍ଚଳରେ ଇରାନର ମିସାଇଲ ମାଡ଼ ଯୋଗୁ ଆମେରିକାର ୫ମ ପ୍ଲିଟ ନୌସେନା ବେସ କ୍ଷତିଗ୍ରସ୍ତ ହୋଇଛି। ମିସାଇଲ ମାଡ଼ ପରେ ପୂରା ଅଞ୍ଚଳରୁ ଭୟଙ୍କର କଳା ଧୂଆଁ ଉଠୁଥିବାର ଭିଡିଓ ଓ ଫଟୋ ସାମ୍ନାକୁ ଆସିଛି।

ପ୍ରଥମେ ଇସ୍ରାଏଲକୁ ଟାର୍ଗେଟ କରି ଇରାନ ପକ୍ଷରୁ ୩୫ରୁ ୭୦ଟି ମିସାଇଲ ମାଡ଼ କରାଯାଇଥିଲା। ଏହାପରେ ଆମେରିକା ନୌସେନେ ବେସକୁ ତେହରାନ ଟାର୍ଗେଟ କରିଛି। ଇରାନର ପାଲଟା ଆକ୍ରମଣ ଯୋଗୁ ଜେରୁଜେଲମରେ ଘନଘନ ଯୁଦ୍ଧ ସାଇରନ ବାଜିଛି। ଲୋକଙ୍କୁ ସୁରକ୍ଷିତ ସ୍ଥାନରେ ରହିବାକୁ ପରାମର୍ଶ ଦିଆଯାଇଛି। 

ଅନ୍ୟପକ୍ଷରେ ଇସ୍ରାଏଲ ଓ ଆମେରିକାର ମିଳିତ ଆକ୍ରମଣରେ ଇରାନର ରେଭ୍ୟୁଲୁସନାରୀ ଗାଡଆ ବା ଆଇଆରଜିର ଏକାଧିକ ବରିଷ୍ଠ କମାଣ୍ଡରଙ୍କ ମୃତ୍ୟୁ ହୋଇଛି। ଅନେକ ରାଜନେତା ମଧ୍ୟ ପ୍ରାଣ ହରାଇଥିବା ଜଣାପଡ଼ିଛି। କିନ୍ତୁ ପ୍ରକୃତରେ କେତେ ସଂଖ୍ୟକ କମାଣ୍ଡର ପ୍ରାଣ ହରାଇଛନ୍ତି, ସେକଥା ସ୍ପଷ୍ଟ ହୋଇନି। 

ଇରାନରେ ଇସ୍ରାଏଲ ଓ ଆମେରିକା କରିଥିବା ଏୟାର ଷ୍ଟ୍ରାଇକ ଯୋଗୁ ଗୋଟିଏ ବାଳିକା ବିଦ୍ୟାଳୟର ୫ ଜଣ ଛାତ୍ରୀ ପ୍ରାଣ ହରାଇଥିବା ତେହରାନ କହିଛି। ସରକାରୀ ସମର୍ଥିତ ଆଇଆରଏନଏ ନ୍ୟୁଜ ଏଜେନ୍ସି ରିପୋର୍ଟ କରିଛି ଯେ ଆକ୍ରମଣ ଦକ୍ଷିଣ ଇରାନର ମିନାବ ସହରରେ କରାଯାଇଛି। ଏହି ସହରରେ ଆଇଆରଜିର ବେସ ରହିଛି। ତେଣୁ ଇସ୍ରାଏଲ ଓ ଆମେରିକା ଏଠାରେ ଆକ୍ରମଣ କରିଥିଲେ। କିନ୍ତୁ ଆକ୍ରମଣରେ ୫ ଛାତ୍ରୀଙ୍କ ଜୀବନ ଯାଇଛି। 

ଦକ୍ଷିଣ ଇରାକରେ ଜୁର୍ଫ ଅଲ ସାଖେର ବେସ୍‌ରେ ମଧ୍ୟ ଆକ୍ରମଣ ହୋଇଛି। ଏହା ଜୁର୍ଫ ଅଲ ନସର ଭାବେ ମଧ୍ୟ ପରିଚିତ। ଏହି ବେସ ହାଶେଦ ଅଲ ଶାବି ବା ପପୁଲାର ମୋବିଲାଇଜେସନ ଫୋର୍ସ(ପିଏମଏଫ) ସହ ଜଡ଼ିତ। ବାସ୍ତବାରେ ଏହା ଗୋଟିଏ ପୂର୍ବତନ ଅର୍ଦ୍ଧସାମରିକ ବାହିନୀ।  ଏବେ ସେମାନେ ନିୟମିତ ଆର୍ମି ସହ ଯୋଡ଼ି ହୋଇଛନ୍ତି। 

କିନ୍ତୁ ବେସ୍‌ ସାଧାରଣତଃ ପ୍ରୋ ଇରାନ ଗ୍ରୁପ କାତୈବ ହେଜବୁଲ୍ଲାର ଗଡ଼ ଭାବେ ପରିଚିତ। ଏଠାରେ ଆକ୍ରମଣ ହେବାରୁ କାତୈବର ୨ ଜଣ ସଦସ୍ୟ ପ୍ରାଣ ହରାଇଛନ୍ତି। ସେହିପରି ୫ ଜଣ ଆହତ ହୋଇଛନ୍ତି। 

Middle East