Iran
ଗାଜା ଷ୍ଟ୍ରିପ୍ ଉପରେ ହମଲା କରୁଥିବା ଇସ୍ରାଏଲକୁ ଆଜି ଖୋଲା ଧମକ ଦେଇଛନ୍ତି ଇରାନର ସୁପ୍ରିମ ଲିଡର ଆୟାତୋଲ୍ଲା ଅଲୀ ଖାମେନି। ଯଦି ଗାଜାରେ ଇସ୍ରାଏଲର ଅପରାଧ ଜାରି ରହିବ, ତା’ହେଲେ ସମଗ୍ର ବିଶ୍ୱରେ କେହି ବି ମୁସଲିମ ଓ ରେଜିଷ୍ଟାନ୍ସ ଫୋର୍ସକୁ ଅଟକାଇବାକୁ ସକ୍ଷମ ହୋଇ ପାରିବେ ନାହିଁ।
ଇରାନର ଟିଭି ଚ୍ୟାନେଲରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ ଖାମେନି କହିଛନ୍ତି, “ଯଦି ଇହୁଦି ଶାସନ ପକ୍ଷରୁ ପାଲେଷ୍ଟାଇନ ବିରୋଧରେ ଅପରାଧ ଜାରି ରହିବ, ତା’ହେଲେ ଏହାର ପରିଣାମ ଭୟଙ୍କର ହେବ।
ଏପରି କାର୍ଯ୍ୟ ଜାରି ରହିଲେ, କେହି ବି ମୁସଲିମ ଓ ରେଜିଷ୍ଟାନ୍ସ ଫୋର୍ସକୁ ଅଟକାଇବାକୁ ସକ୍ଷମ ହେବେ ନାହିଁ। ଗାଜାରେ ଜାରି ରହିଥିବା ବୋମା ମାଡ଼ ତୁରନ୍ତ ବନ୍ଦ କରାଯାଉ। ଗାଜାରେ ପାଲେଷ୍ଟାଇନବାସୀଙ୍କ ବିରୋଧରେ ଇହୁଦି ଶାସନର ଅଧିକାରୀମାନେ କରିଥିବା ଅପରାଧ ପାଇଁ ନିଶ୍ଚିତ ଦଣ୍ଡ ପାଇବା ଦରକାର।”
ମଧ୍ୟପ୍ରାଚ୍ୟରେ ଇରାନ ସହ ମିଳିତ ଭାବେ କାମ କରୁଥିବା ରେଜିଷ୍ଟାନ୍ସ ଫୋର୍ସ କଥା ଏଠାରେ ଖାମେନି କହିଛନ୍ତି। ୧୯୭୯ରୁ ଇସଲାମିକ ରେଭ୍ୟୁଲେସନ ପକ୍ଷରୁ ପାଲେଷ୍ଟାଇନକୁ ସମର୍ଥନ କରାଯାଉଛି। ହମାସକୁ ତେହରାନ ସମର୍ଥନ କରେ। ଗାଜାକୁ ନିୟନ୍ତ୍ରଣ କରୁଥିବା ହମାସକୁ ଇରାନ ପାଣ୍ଠି ମଧ୍ୟ ଯୋଗାଇ ଦିଏ।
ଶନିବାର ଠାରୁ ଇସ୍ରାଏଲ ଓ ପାଲେଷ୍ଟାଇନର ଆତଙ୍କୀ ସଂଗଠନ ହମାସ ମଧ୍ୟରେ ଭୟଙ୍କର ଯୁଦ୍ଧ ଲାଗି ରହିଛି। ଏହି ଯୁଦ୍ଧରେ ଏବେ ପ୍ରାୟ ୪ ହଜାର ଲୋକଙ୍କ ଜୀବନ ଗଲାଣି। ଦିନକୁ ଦିନ ଯୁଦ୍ଧ ଭୟଙ୍କର ରୂପ ଧାରଣ କରୁଥିବା ବେଳେ ଇସ୍ରାଏଲ ସେନା ଏବେ ଗାଜା ଭିତରେ ପ୍ରବେଶ କରି ଆକ୍ରମଣ ଆରମ୍ଭ କରିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/Iran_1697544680.jpg)