Advertisment

ଇସ୍ରାଏଲର ଏୟାର ଷ୍ଟ୍ରାଇକ ପରେ ଚେତାବନୀ ଦେଇ ଏମିତି କହିଲା ଇରାନ

ଇରାନ ଆଞ୍ଚଳିକ ଶାନ୍ତି ଓ ସ୍ଥିରତା ପାଇଁ ପ୍ରତିଶ୍ରୁତିବଦ୍ଧ। ଆଞ୍ଚଳିକ ସ୍ଥିରତା ପଡ଼ୋଶୀ ଦେଶଗୁଡ଼ିକର ବ୍ୟକ୍ତିଗତ ଓ ସାମୂହିକ ଦାୟିତ୍ୱ ବୋଲି ଇରାନର ବୈଦେଶିକ ମନ୍ତ୍ରୀ କହିଛନ୍ତି।

Israel-Iran conflict

Israel-Iran conflict

Advertisment

ଇରାନର ସାମରିକ ପ୍ରତିଷ୍ଠାନ ଉପରେ ଇସ୍ରାଏଲ ଏୟାର ଷ୍ଟ୍ରାଇକ କରିବା ପରେ ମଧ୍ୟପ୍ରାଚ୍ୟର ସ୍ଥିତି ଆହୁରି ଭୟଙ୍କର ହୋଇଛି। ଇସ୍ରାଏଲ କରିଥିବା ଏୟାର ଷ୍ଟ୍ରାଇକୁ ଇରାନ କଡ଼ା ଭାଷାରେ ନିନ୍ଦା କରିଛି। ଏପରି ଆକ୍ରମଣ ଅନ୍ତର୍ଜାତୀୟ ଆଇନର ଉଲ୍ଲଙ୍ଘନ ଓ ଇରାନ ନିଜର ଆତ୍ମରକ୍ଷା ପାଇଁ କିଛି ବି କରିବାର ଅଧିକାର ରଖିଥିବା ମଧ୍ୟ ତେହରାନ ପକ୍ଷରୁ କୁହାଯାଇଛି।

Advertisment

ଗୋଟିଏ ବିବୃତିରେ ଇରାନର ବୈଦେଶିକ ମନ୍ତ୍ରୀ ଶନିବାର ଇସ୍ରାଏଲ ପକ୍ଷରୁ ହୋଇଥିବା ଆକ୍ରମଣକୁ ଉତ୍ତେଜନା ବୃଦ୍ଧି କରିବାର ପଦକ୍ଷେପ ବୋଲି କହିଛନ୍ତି। ବିବୃତିରେ ବିଦେଶୀ ଆକ୍ରମଣ ଓ ଉତ୍ତେଜନାର ଜବାବ ଦେବାକୁ ଇରାନ ଅଧିକାର ରହିଛି। ଆତ୍ମରକ୍ଷା ପାଇଁ ଜାତିସଂଘ ଚାର୍ଟର ଧାରା ୫୧ରେ ମଧ୍ୟ ଉଲ୍ଲେଖ କରିଛି।

ଅସ୍ତ୍ରଶସ୍ତ୍ର ଦ୍ୱାରା ବିଦେଶ ରାଷ୍ଟ୍ର କରୁଥିବା ଆକ୍ରମଣ ବିରୋଧରେ ଗୋଟିଏ ଦେଶ ନିଜର ଆତ୍ମରକ୍ଷା ପାଇଁ ଫୋର୍ସକୁ ବ୍ୟବହାର କରିପାରିବ ବୋଲି ଜାତିସଂଘ ଚାର୍ଟରରେ ଉଲ୍ଲେଖ ଥିବା କହି ଇରାନ ପରୋକ୍ଷରେ ଆକ୍ରମଣର ଚେତାବନୀ ଦେଇଛି।

Advertisment

ଇରାନ ଆଞ୍ଚଳିକ ଶାନ୍ତି ଓ ସ୍ଥିରତା ପାଇଁ ପ୍ରତିଶ୍ରୁତିବଦ୍ଧ। ଆଞ୍ଚଳିକ ସ୍ଥିରତା ପଡ଼ୋଶୀ ଦେଶଗୁଡ଼ିକର ବ୍ୟକ୍ତିଗତ ଓ ସାମୂହିକ ଦାୟିତ୍ୱ ବୋଲି ଇରାନର ବୈଦେଶିକ ମନ୍ତ୍ରୀ କହିଛନ୍ତି।

ଗାଜା ଓ ଲେବାନନରେ ଇସ୍ରାଏଲାର ଚଳାଇଥିବା ନରସଂହାର ଭିତରେ ଇରାନରେ ଆକ୍ରମଣ କରିବା ଘଟଣାକୁ ଆଞ୍ଚଳିକ ଓ ଅନ୍ତର୍ଜାତୀୟ ରାଷ୍ଟ୍ରଗୁଡ଼ିକ ନିନ୍ଦା କରିବାରୁ ଇରାନ ପକ୍ଷରୁ ଉକ୍ତ ବିବୃତିରେ କୃତଜ୍ଞତା ଜଣାଯାଇଛି।

ଇସ୍ରାଏଲ ପକ୍ଷରୁ ଆଜି ଇରାନର ଏକାଧିକ ସହରରରେ ଥିବା ସାମରିକ ପ୍ରତିଷ୍ଠାନ ଗୁଡ଼ିକ ଉପରେ ହୋଇଥିବା ଏୟାର ଷ୍ଟ୍ରାଇକୁ ତୁର୍କୀ, ଓମାନ, ଇରାକ, ମ୍ୟାଲେସିୟା ଓ ୟୁଏଇ ଭଳି ଦେଶ ଗୁଡ଼ିକ ନିନ୍ଦା କରିଛନ୍ତି।

ଇରାନ ବୈଦେଶିକ ମନ୍ତ୍ରୀ ଜାରି କରିଥିବା ବିବୃତିରେ ଆହୁରି କୁହାଯାଇଛି ଯେ ଇହୁଦୀ ସରକାର ଜବରଦଖଲ, ବେଆଇନ କାର୍ଯ୍ୟାନୁଷ୍ଠାନ ବିଶେଷ କରି ପାଲେଷ୍ଟାଇବାସୀଙ୍କ ନରସଂହାର ଓ ଲେବାନନରେ ଉତ୍ତଜେନା ଜାରି ରଖିଛି। ଏହାକୁ ଆମେରିକା ଓ ଅନ୍ୟ କିଛି ପଶ୍ଚିମ ଦେଶ ବେଶ ଚତୁରତାର ସହ ସମର୍ଥନ କରୁଛନ୍ତି। ଏହି କାରଣରୁ ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଓ ଅସ୍ଥିରତା ବଢ଼ିଛି।

ଏୟାର ଷ୍ଟ୍ରାଇକ କରି ଇସ୍ରାଏଲ ଅନ୍ତର୍ଜାତୀୟ ଆଇନ ଓ ଜାତିସଂଘରେ ପ୍ରଦତ୍ତ ନିୟମ ଉଲ୍ଲଙ୍ଘନ କରିଛି। ଅନ୍ତର୍ଜାତୀୟ ମାନବୀୟ ଆଇନକୁ ମଧ୍ୟ ଇସ୍ରାଏଲ ଉଲ୍ଲଙ୍ଘନ କରିଥିବାରୁ, ତା’ ବିରୋଧରେ ମିଳିତ ଜାତିସଂଘ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ବୋଲି ଇରାନ କହିଛି।

ଅନ୍ୟପକ୍ଷରେ ଇସ୍ରାଏଲ କରିଥିବା ଏୟାର ଷ୍ଟ୍ରାଇକରେ ସୀମିତ କ୍ଷତି ଘଟିଛି ଓ ସ୍ଥିତି ସଂପୂର୍ଣ୍ଣ ଭାବେ ନିୟନ୍ତ୍ରଣରେ ରହିଥିବା ଇରାନ ସରକାର ସୂଚନା ଦେଇଛନ୍ତି। ଏହି ଆକ୍ରମଣ କୌଣସି ତୈଳ ଡିପୋ କିମ୍ବା ପରମାଣୁ ଅସ୍ତ୍ର ଠିକଣା ଉପରେ ହୋଇନାହିଁ। କେବଳ ସାମରିକ ବେସକୁ ଟାର୍ଗେଟ କରାଯାଇଥିଲା। ଏୟାର ଡିଫେନ୍ସ ସିଷ୍ଟମ୍‌ ଅଧିକାଂଶ କ୍ଷେପଣାସ୍ତ୍ରକୁ ଆକାଶ ମାର୍ଗରୁ ଟାର୍ଗେଟ୍‌ କରି ତଳକୁ ଖସାଇ ଦେଇଥିବା ଇରାନ କହିଛି।

ଅକ୍ଟୋବର ୧ରେ ଇରାନ ଇସ୍ରାଏଲ ଉପରେ ପ୍ରାୟ ୧୮୦ଟି କ୍ଷେପଣାସ୍ତ୍ର ମାଡ଼ କରିଥିଲା। ଏହା ପରେ ଇସ୍ରାଏଲ ପକ୍ଷରୁ କୁହାଯାଇଥିଲା ଯେ ଇରାନକୁ ଏହି ଆକ୍ରମଣର ମୂଲ୍ୟ ଦେବାକୁ ପଡ଼ିବ। ଉକ୍ତ ଆକ୍ରମଣର ପ୍ରତିଶୋଧ ନେବାକୁ ଇସ୍ରାଏଲ ଏୟାର ଷ୍ଟ୍ରାଇକ କରିଥିବା କୁହାଯାଉଛି।

ସ୍ଥାନୀୟ ସମୟ ରାତି ପ୍ରାୟ ୨.୩୦ରେ ତେହରାନ, ଇଲାମ, ଖୁଜେସ୍ତାନରେ ଥିବା ସାମରିକ ସାଇଟ ଉପରେ ବୋମା ମାଡ଼ ହୋଇଥିଲା। ଆଖପାଖ ଅଞ୍ଚଳରେ ଥିବା ଲୋକମାନେ ବିସ୍ଫୋରଣର ଶବ୍ଦ ଶୁଣିଥିବା କହିଛନ୍ତି।

Iran Israel Conflict Iran Israel War
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe