Advertisment

ଇରାନ୍‌ ରାଷ୍ଟ୍ରପତିଙ୍କ ମିଳିଲା ମୃତଦେହ, ସାମ୍ନାକୁ ଆସିଲା ଫଟୋ

ଫଟୋରେ ଦୁର୍ଘଟଣାସ୍ଥଳରୁ ଇରାନ୍‌ ନେତାଙ୍କ ମୃତେଦହକୁ ବୋହି ନିଆଯାଉଥିବା ଦେଖିବାକୁ ମିଳିଛି।

Iran President Dead

Iran President Dead

Advertisment

ଇରାନ୍‌ ରାଷ୍ଟ୍ରପତି ଇବ୍ରାହିମ ରଇସିଙ୍କ ମିଳିଲା ମୃତଦେହ। ବୈଦେଶିକ ମନ୍ତ୍ରୀ ଅମିର ଅବଦୁଲ୍ଲାହିୟନଙ୍କ ମଧ୍ୟ ମୃତଦେହ ମିଳିଛି। ଦୁର୍ଘଟଣା ସ୍ଥଳରୁ ଉଭୟଙ୍କ ମୃତଦେହ ଉଦ୍ଧାର କରାଯାଉଥିବା ନେଇ ଏକ ଫଟୋ ସାମ୍ନାକୁ ଆସିଛି।

Advertisment

ପ୍ରକୃତରେ ରବିବାର ଇରାନ୍‌ ରାଷ୍ଟ୍ରପତି ଇବ୍ରାହିମ୍‌ ରଇସିଙ୍କ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏଥିରେ ତାଙ୍କ ସହ ବୈଦେଶିକ ମନ୍ତ୍ରୀ ଅମିର ଅବଦୁଲ୍ଲାହିୟନ ମଧ୍ୟ ଥିଲେ। ପ୍ରବଳ ବର୍ଷା ଓ ଘନ କୁହୁଡି ଭିତରେ ତାଙ୍କ ହେଲିକପ୍ଟରଟି ପାହାଡିଆ ଅଞ୍ଚଳ ଉପର ଦେଇ ଯାଉଥିବା ବେଳେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। କ୍ରାସ୍‌ ହେବା ପରେ ରଇସିଙ୍କ ହେଲିକପ୍ଟର ସମସ୍ତ ସମ୍ପର୍କ ଛିନ୍ନ ହୋଇଥିଲା।

ଏବେ ଇରାନ୍‌ର ଗଣମାଧ୍ୟମ ତରଫରୁ ଦୁଇଟି ସ୍କ୍ରିନ୍‌ ସଟ୍‌ ସେୟାର କରାଯାଇଛି। ଇରାନ୍‌ ରାଷ୍ଟ୍ରପତିଙ୍କ ହେଲିକପ୍ଟର ଦୁର୍ଘଟଣା ପରେ ପ୍ରଥମ ଫଟୋ ସାମ୍ନାକୁ ଆସିଛି, ଯେଉଁଥିରେ ଦୁର୍ଘଟଣାସ୍ଥଳରୁ ଇରାନ୍‌ ନେତାଙ୍କ ମୃତେଦହକୁ ବୋହି ନିଆଯାଉଥିବା ଦେଖିବାକୁ ମିଳିଛି।

Advertisment

ଇରାନ୍‌ର ରାଜଧାନୀ ତେହରାନ୍‌ ଠାରୁ ୬୦୦ କିଲୋମିଟର ଦୂର ଆଜରବୈଜାନରେ ରାଷ୍ଟ୍ରପତି ରଇସି ଇବ୍ରାହିମ୍‌ ହେଲିକପ୍ଟର କ୍ରାସ୍‌ ହେବା ପରେ ଲଗାତର ସର୍ଚ୍ଚ ଅପରେସନ୍‌ ଜାରି ରିହଥିଲା। ଦୀର୍ଘ ୧୭ ଘଣ୍ଟା ପରେ ଦୁର୍ଘଟଣାଗ୍ରସ୍ତ ହେଲିକପ୍ଟର ଠାବ ହୋଇଥିଲା। ଏହାପରେ ରଇସିଙ୍କ ସମେତ ଏଥିରେ ଥିବା ସମସ୍ତ ନେତା, ଧର୍ମଗୁରୁ ଓ ପାଇଲଟ୍‌, କୋ-ପାଇଲଟଙ୍କ ମୃତ୍ୟୁ ହୋଇଥିବା ନେଇ ସୂଚନା ମିଳିଥିଲା।

Deadbody Iran President Helicopter Crash
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe