କ୍ଲଷ୍ଟର ବୋମା
Middle East War Updates: ଆମେରିକା ଓ ଇସ୍ରାଏଲ ସହ ଲଢ଼େଇ କରୁଥିବା ଇରାନ ଘନଘନ ବାଲାଷ୍ଟିକ ମିସାଇଲ ମାଡ଼ କରୁଛି। ଏହି ବାଲାଷ୍ଟିକ ମିସାଇଲରେ ରହିଛି କ୍ଲଷ୍ଟ ମ୍ୟୁଟେସନ କ୍ଷମତା। ମାରାତ୍ମକ କଷ୍ଟର ବୋମା ମିସାଇଲ ଦ୍ୱାରା ଇସ୍ରାଏଲର ବିଭିନ୍ନ ସ୍ଥାନକୁ ଇରାନ ଟାର୍ଗେଟ କରୁଥିବାରୁ ସମସ୍ତ ଚିନ୍ତା ବଢ଼ିଛି। କାରଣ ପ୍ରଥମଥର ପାଇଁ ଯୁଦ୍ଧ ବେଳେ ଇରାନ ଏପରି ଅସ୍ତ୍ରର ବ୍ୟବହାର କରିଛି।
କ୍ଲଷ୍ଟର ଅସ୍ତ୍ରଶସ୍ତ୍ର ଆଧୁନିକ ବୋମାର ସବୁଠାରୁ ବିବାଦୀୟ ରୂପ ମଧ୍ୟରୁ ଗୋଟିଏ। ଏହାର ପ୍ରମୁଖ ବିଶେଷତା ହେଲା ଏହା ୧୨ରୁ ଅଧିକ ଛୋଟ ବିସ୍ଫୋରକକୁ ଗୋଟିଏ ବିସ୍ତୃତ ଅଞ୍ଚଳରେ ପକାଇବାକୁ ସକ୍ଷମ। ଇସ୍ରାଏଲ ବିଶେଷଜ୍ଞଙ୍କ କହିବା କଥା ଯେ ଇରାନୀୟ କ୍ଲଷ୍ଟ ମିସାଇଲ ୱାରହେଡ୍ସ ମଝି ଆକାଶରେ ୮୦ଟି ଛୋଟ ବୋମା ପକାଇବାକୁ ସକ୍ଷମ। ଏଥିରୁ ବାହାରୁ ଥିବା ବିନାଶକାରୀ ଖଣ୍ଡ ଅନେକ କିମି ଯାଏ କ୍ଷତି ଘଟାଇ ପାରେ।
ଯୁଦ୍ଧରେ ଏପରି ଅସ୍ତ୍ରର ବ୍ୟବହାର ଯୋଗୁ ସଂଘର୍ଷର ରୂପ ସଂପୂର୍ଣ୍ଣ ବଦଳି ଯାଇଥିବା ସୁରକ୍ଷା ବିଶେଷଜ୍ଞମାନେ କହିଛନ୍ତି। ଗୋଟିଏ ସ୍ଥାନରେ ଗୋଟିଏ ବିସ୍ଫୋରଣ ବଦଳରେ ଗୋଟିଏ କ୍ଲଷ୍ଟର ବୋମା ଅନେକ ଛୋଟ ଛୋଟ ଛୋଟ ବୋମାକୁ ଗୋଟିଏ ବଡ଼ ଅଞ୍ଚଳରେ ବିକ୍ଷିପ୍ତ ଭାବେ ପକାଇ ପାରୁଛି। ଏହାଦ୍ୱାରା ନାଗରିକମାନଙ୍କ ପାଇଁ ବିପଦ ବଢ଼ୁଛି। ସେହିପରି ବିସ୍ଫୋରଣ ହୋଇ ନଥିବା ବୋମା ଦୀର୍ଘ ସମୟ ପରେ ମଧ୍ୟ ଘାତକ ସାବ୍ୟସ୍ତ ହୋଇପାରେ।
ତେବେ ଇରାନ କେମିତି ଏପରି କ୍ଷମତା କେମିତି ବିକଶିତ କଲା, ତାହା ସବୁଠାରୁ ପ୍ରଶ୍ନ ହୋଇ ଛିଡ଼ା ହୋଇଛି। ଇରାନ ଏମିତି ଏକ ରାଷ୍ଟ୍ର ଯେଉଁଠାରେ ଯୁଦ୍ଧାସ୍ତ୍ର ବିକଶିତ କରୁଥିବା ବୈଜ୍ଞାନିକଙ୍କୁ ସାଧାରଣତଃ ହତ୍ୟା ପାଇଁ ଟାର୍ଗେଟ କରାଯାଏ। ତଥାପି ଇରାନ ଏପରି କ୍ଲଷ୍ଟର ବୋମା ମିସାଇଲ କେମିତି ବିକଶିତ କଲା?
ଇସ୍ରାଏଲ ବିଶେଷଜ୍ଞମାନେ ଆକଳନ କରିଛନ୍ତି ଯେ ଇରାନକୁ ଏ କ୍ଷେତ୍ରରେ ବିଦେଶୀରୁ ସହାୟତା ମିଳିଛି। ରୁଷ କିମ୍ବା ଚୀନରୁ ସାମରିକ ଜ୍ଞାନକୂ ସମ୍ଭବତଃ ଇରାନକୁ ହସ୍ତାନ୍ତର କରାଯାଇଥିବା ସନ୍ଦେହ କରାଯାଉଛି।
ଇସ୍ରାଏଲ ମିଲିଟାରୀ ଅଧିକାରୀ କହିଛନ୍ତି ଯେ ଗୋଟିଏ ଇରାନୀ ବାଲାଷ୍ଟିକ ମିସାଇଲ କ୍ଲଷ୍ଟର ମ୍ୟୁଟସନ ଦ୍ୱାରା କେନ୍ଦ୍ରୀୟ ଇସ୍ରାଏଲକୁ ଟାର୍ଗେଟ କରାଯାଇଛି। ମିସାଇଲରେ ଥିବା ବୋମାଗୁଡ଼ିକ ପ୍ରାୟ ଭୂଭାଗରୁ ୭ କିମି ଉପରେ ଭାଗଭାଗ ହୋଇଯାଇଥିଲା। ଏହାପରେ ପ୍ରାୟ ୨୦ଟି ବୋମାରେ ପରିଣତ ହୋଇ ୮ କିମି ଅଞ୍ଚଳରେ ବିକ୍ଷିପ୍ତ ହୋଇ ପଡ଼ିଥିଲା।
ଗୋଟିଏ ବୋମା ଦକ୍ଷିଣ ତେଲ ଅଭିଭର ଅଜୋର ସହରର ଗୋଟିଏ ଘର ଉପରେ ପଡ଼ିଛି। ଏହାଦ୍ୱାରା ଘରଟି କ୍ଷତିଗ୍ରସ୍ତ ହୋଇଥିଲେ ହେଁ କେହି ବି ମୃତାହତ ହୋଇନାହାନ୍ତି। ତେବେ ତେଲ ଅଭିଭର ଆଉ ଗୋଟିଏ ସ୍ଥାନରେ ଛୋଟ ବୋମା ପଡ଼ିବାରୁ ୧୨ ଜଣ ଆହତ ହୋଇଥିବା ଇସ୍ରାଏଲ ପକ୍ଷରୁ କୁହାଯାଇଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/media_files/2026/03/04/bomb-2026-03-04-20-49-18.jpg)