Advertisment

Middle East War: ଇରାନ ଡ୍ରୋନ ଆଟାକରେ ଜଳିଲା ସାଉଦି ତୈଳ ବିଶୋଧନାଗାର, ଚିନ୍ତାରେ ପୂରା ବିଶ୍ୱ

ରାସ ତାନୌର ହେଉଛି ବିଶ୍ୱ ତଥା ସାଉଦିର ଅନ୍ୟତମ ବଡ଼ ତୈଳ ବିଶୋଧନାଗାର। ଏଠାରେ ଦୈନିକ ୫୫୦,୦୦୦ ବ୍ୟାରେଲ ତୈଳ ଉତ୍ପାଦନ ହୋଇଥାଏ। ତେଣୁ ଏତେ ବଡ଼ ବିଶୋଧନାଗାର ଉପରେ ହମଲା ପୂରା ମଧ୍ୟପ୍ରାଚ୍ୟର ଶକ୍ତି ଭିତ୍ତିଭୂମିରେ ବିଭ୍ରାଟ ସୃଷ୍ଟି କରିପାରେ।

author-image
Hemant Lenka
Oil

ଆକ୍ରମଣର ଦୃଶ୍ୟ

ଇରାନର ଡ୍ରୋନ ଆଟାକରେ କ୍ଷତିଗ୍ରସ୍ତ ହୋଇଛି ସାଉଦି ଆରବର ସବୁଠାରୁ ବଡ଼ ତୈଳ ବିଶୋଧନାଗାର। ଆରାମକୋରେ ଥିବା ରାସ ତାନୌରା ବିଶୋଧନାଗାରରେ ଇରାନ ପକ୍ଷରୁ ଏକାଧିକ ଡ୍ରୋନ ମାଡ଼ କରାଯାଇଛି। ଡ୍ରୋନ ଆଟାକ ଯୋଗୁ ବିଶୋଧନାଗାର ଜଳି ଯାଇଥିବା ବେଳେ ସେଠାରୁ ଭୟଙ୍କର କଳା ଧୂଆଁ ବାହାରୁ ଥିବା ଭିଡିଓ ସାମ୍ନାକୁ ଆସିଛି। ସାଉଦି ଆକ୍ରମଣକୁ ନିଶ୍ଚିତ କରିବା ସହ ଅସ୍ଥାୟୀ ଭାବେ ରାସ ତାନୌରା ବିଶୋଧନାଗାରକୁ ବନ୍ଦ କରିଥିବା କହିଛି। 

Advertisment

ରାସ ତାନୌର ହେଉଛି ବିଶ୍ୱ ତଥା ସାଉଦିର ଅନ୍ୟତମ ବଡ଼ ତୈଳ ବିଶୋଧନାଗାର। ଏଠାରେ ଦୈନିକ ୫୫୦,୦୦୦ ବ୍ୟାରେଲ ତୈଳ ଉତ୍ପାଦନ ହୋଇଥାଏ। ତେଣୁ ଏତେ ବଡ଼ ବିଶୋଧନାଗାର ଉପରେ ହମଲା ପୂରା ମଧ୍ୟପ୍ରାଚ୍ୟ(Middle East War updates)ର ଶକ୍ତି ଭିତ୍ତିଭୂମିରେ ବିଭ୍ରାଟ ସୃଷ୍ଟି କରିପାରେ। ଏହାକୁ ନେଇ ପୂରା ବିଶ୍ୱ ଏବେ ଚିନ୍ତାରେ ରହିଛି। 

ତୈଳ ବିଶୋଧନାଗାର ଇରାନ ଡ୍ରୋନ ଆଟାକରେ କ୍ଷତିଗ୍ରସ୍ତ ହୋଇଥିବା ଭିଡିଓ ସାମ୍ନାକୁ ଆସିଥିଲେ ହେଁ ଏଯାଏ ଆରାମକୋର ମିଡିଆ ଅଫିସ ଏହା ଉପରେ କୌଣସି ପ୍ରକାରର ପ୍ରତିକ୍ରିୟା ଦେଇ ନାହିଁ। କିନ୍ତୁ ସାଉଦିର ପ୍ରତିରକ୍ଷା ବିଭାଗର ମୁଖପାତ୍ର କହିଛନ୍ତି ଯେ ସାଉଦିର ଆରାମକୋରେ ଥିବା ରାସ ତାନୌରା ତୈଳ ବିଶୋଧନାଗାରକୁ ଦୁଇଟି ଡ୍ରୋନ ଦ୍ୱାରା ଟାର୍ଗେଟ କରାଯାଇଥିଲା। କିନ୍ତୁ ସେଗୁଡ଼ିକୁ ଚିହ୍ନଟ କରାଯାଇ ପାରିଛି। 

Advertisment


ବିଶ୍ୱ ତୈଳ ମାର୍କେଟରେ ଅତ୍ୟନ୍ତ ଚିନ୍ତାଜନକ ସ୍ଥିତି ସୃଷ୍ଟି ହୋଇଥିବା ବେଳେ ରାସ ତାନୌରାରେ ଆକ୍ରମଣ ହୋଇଥିବା ଖବର ସାମ୍ନାକୁ ଆସିଛି। ଇରାନ ଓ ଆମେରିକା ମଧ୍ୟରେ ତିକ୍ତତା ଲାଗି ରହିଥିବାରୁ ଅଶୋଧିକ ତୈଳ ଦର ୪ବର୍ଷର ରେକର୍ଡ ଭାଙ୍ଗିଛି। ଷ୍ଟ୍ରେଟ ଅଫ ହର୍ମୁଜକୁ ଇରାନ ବନ୍ଦ କରିବା ସହ ସେଠାରେ ଏକାଧିକ ଜାହାଜ ଉପରେ ଆକ୍ରମଣ କରିଛି। ଏଥିଯୋଗୁ ଏହି ରାସ୍ତା ଦେଇ ବିଶ୍ୱ ବିଭିନ୍ନ ଦେଶକୁ ଯାଉଥିବା ତୈଳ ଯୋଗାଣ ବାଧାପ୍ରାପ୍ତ ହୋଇଛି।

ଏହି ରାସ୍ତା ଦେଇ ବିଶ୍ୱର ପ୍ରାୟ ୨୦% ଜାହାଜ ଚଳାଚଳ କରେ। ହେଲେ ଏବେ ଇରାନ ସେଗୁଡ଼ିକ ଉପରେ କଟକଣା ଲଗାଇବାକୁ ନିଷ୍ପତ୍ତି ନେଇଛି। ଏହାବାଦ ଗଲ୍ଫ ଅଫ ଓମାନରେ ମଧ୍ୟ ଗୋଟିଏ ତେଳ ଟ୍ୟାଙ୍କର ଉପରେ ହମଲା ହୋଇଛି। 

Middle East war updates