Advertisment

ଝିଅଙ୍କ ଆଇନଗତ ବିବାହ ବୟସ ୧୮ରୁ ୯କୁ ହ୍ରାସ କରିବାକୁ ପ୍ରସ୍ତାବ, ତେଜିଲା ବିବାଦ

ସଂସଦରେ ଏହି ବିଲ୍ ଆଗତ ହେବା ପରେ ବ୍ୟାପକ ଉତ୍ତେଜେନା ଦେଖାଯାଇଛି।

author-image
Debibandita Barick
Girls

Girls

ବିବାହ ପାଇଁ ଝିଅମାନଙ୍କ ଆଇନଗତ ବୟସ ୧୮ ବର୍ଷରୁ ୯ ବର୍ଷକୁ ହ୍ରାସ କରିବାକୁ ପ୍ରସ୍ତାବ ଦିଆଯାଇଛି। ସଂସଦରେ ଏହି ବିଲ୍ ଆଗତ ହେବା ପରେ ବ୍ୟାପକ ଉତ୍ତେଜେନା ଦେଖାଯାଇଛି। କିଛି ସଂଗଠନ ଏବଂ ମହିଳାମାନେ ଏହାକୁ ତୀବ୍ର ବିରୋଧ କରିଛନ୍ତି।

Advertisment

ଏପରି ଏକ ଖବର ଇରାକରୁ ଆସିଛି। ସୂଚନା ଅନୁସାରେ, ଇରାକ ସଂସଦରେ ମହିଳାମାନଙ୍କ ବାହାଘର ପାଇଁ ଆଇନଗତ ବୟସ ୯ ରଖିବାକୁ ଇରାକ ନ୍ୟାୟ ମନ୍ତ୍ରଣାଳୟ ପ୍ରସ୍ତାବ ଦେଇଛି। ପୂର୍ବରୁ ବିବାହ ପାଇଁ ଥିବା ଆଇନଗତ ନିୟମରେ ସଂଶୋଧନ ଆଣି ଝିଅମାନଙ୍କ ବୟସ ୯ ରଖିବାକୁ ଦାବି କରାଯାଇଛି।  

ଯଦି ଏହି ବିଲ୍ ପାରିତ ହୁଏ ତେବେ ଦେଶରେ ୯ ବର୍ଷର ଝିଅ ଏବଂ ୧୫ ବର୍ଷର ପୁଅ ବିବାହ କରିପାରିବେ। ଏପରି ହେଲେ ବାଲ୍ୟ ବିବାହ, ଶୋଷଣ ବୃଦ୍ଧି, ଛାଡ଼ପତ୍ର, ପାରିବାରିକ ହିଂସା ଆଦି ବୃଦ୍ଧି ପାଇବ ବୋଲି ବୁଦ୍ଧିଜୀବୀମାନେ ଆଶଙ୍କା କରୁଛନ୍ତି। ଏଥିସହ ମହିଳାଙ୍କ ଅଧିକାର ଏବଂ ଲିଙ୍ଗଗତ ସମାନତାକୁ ପ୍ରୋତ୍ସାହିତ ପାଇଁ ଦଶନ୍ଧି ଧରି ଯେଉଁ ପ୍ରଗତି ହୋଇଛି ତାହା କ୍ଷୁର୍ଣ୍ଣ ହେବ ବୋଲି କହିଛନ୍ତି। 

Advertisment

ତେଣୁ ପ୍ରସ୍ତାବିତ ଏହି ବିଲକୁ ଇରାକର ମାନବ ଅଧିକାର ସଂଗଠନ, ମହିଳା ଗୋଷ୍ଠୀ ଏବଂ ସମାଜିକ କାର୍ଯ୍ୟକର୍ତ୍ତାମାନେ ତୀବ୍ର ବିରୋଧ କରିଛନ୍ତି। ଏପରି ହେଲେ ନାରୀ ଶିକ୍ଷା, ସ୍ୱାସ୍ଥ୍ୟ ଏବଂ ସୁସ୍ଥତା ଉପରେ କୁପ୍ରଭାବ ପଡ଼ିବ। ଏହାଦ୍ୱାରା ଡ୍ରପଆଉଟ୍ ହାର ବୃଦ୍ଧି ପାଇବ, କମ୍ ବୟସରେ ଗର୍ଭଧାରଣ ଏବଂ ଘରୋଇ ହିଂସା ବଢିଯିବ ବୋଲି ସାମାଜିକ କର୍ମକର୍ତ୍ତାମାନେ ଆଶଙ୍କା ପ୍ରକାଶ କରିଛନ୍ତି।  

ମିଳିତ ଜାତିସଂଘର ଶିଶୁ ସୁରକ୍ଷା ଏଜେନ୍ସି ୟୁନିସେଫ ରିପୋର୍ଟ ଅନୁଯାୟୀ, ଇରାକର ୨୮ ପ୍ରତିଶତ ଝିଅ ୧୮ ବର୍ଷ ବୟସ ପୂର୍ବରୁ ବିବାହ କରିସାରିଛନ୍ତି। ଏହି ବିଲ୍ ପାସ୍ କରି ଏକ ଦେଶ ଆଗକୁ ବଢ଼ିବା ପରିବର୍ତ୍ତେ ପଛେଇ ଯାଇଥିବା ଦର୍ଶାଯିବ ବୋଲି ହ୍ୟୁମାନ୍ ରାଇଟ୍ସ ୱାଚ୍ (HRW) ଗବେଷକ ସରାହ ସାନବର କହିଛନ୍ତି। 

Child Marriage Iraq Women Rights