Advertisment

ପାଲେଷ୍ଟାଇନକୁ ଦେଶର ମାନ୍ୟତା ଦେଲେ ସ୍ପେନ, ନରୱେ ଓ ଆୟର୍ଲ୍ୟାଣ୍ଡ: ରାଗିଗଲା ଇସ୍ରାଏଲ

ସ୍ପେନ ପ୍ରଧାନମନ୍ତ୍ରୀ ପେଡ୍ରୋ ସାଞ୍ଚେଜ ଘୋଷଣା କରିଛନ୍ତି ଯେ ମେ’ ୨୮ ତାରିଖରୁ ତାଙ୍କ ଦେଶ ସ୍ୱତନ୍ତ୍ର ପାଲେଷ୍ଟାନକୁ ଗୋଟିଏ ରାଷ୍ଟ୍ର ଭାବେ ବିବେଚନା କରିବ।

author-image
Hemant Lenka
 Palestine

Palestine

ଗାଜାରେ ଇସ୍ରାଏଲ-ହମାସ ମଧ୍ୟରେ ଘମାଘୋଟ ଲଢ଼େଇ ଚାଲିଥିବା ବେଳେ ଗୋଟିଏ ବଡ଼ ଖବର ସାମ୍ନାକୁ ଆସିଛି। ସ୍ୱତନ୍ତ୍ର ପାଲେଷ୍ଟାଇନକୁ ଦେଶର ମାନ୍ୟତା ଦେଇଛନ୍ତି ଆୟର୍ଲ୍ୟାଣ୍ଡ, ନରୱେ ଓ ସ୍ପେନ। ଏପରି ଘୋଷଣା ପରେ ଇସ୍ରାଏଲ ପୂରା କ୍ଷୁବ୍ଧ ହୋଇ ପଡ଼ିଛି। ଏଥିପାଇଁ ନରୱେ ଓ ଆୟର୍ଲ୍ୟାଣ୍ଡରେ ଥିବା ନିଜର ରାଷ୍ଟ୍ରଦୂତମାନଙ୍କୁ ଇସ୍ରାଏଲ ତତ୍କାଳ ଫେରାଇ ଆଣିଛି।

Advertisment

ବୁଧବାର ଇସ୍ରାଏଲର ବିଦେଶ ମନ୍ତ୍ରୀ ଇସ୍ରାଏଊ କାଟଜ୍‌ କହିଛନ୍ତି, “ମୁଁ ଗୋଟିଏ ସ୍ପଷ୍ଟ ଓ ରୋକଠୋକ ବାର୍ତ୍ତା ଆୟର୍ଲ୍ୟାଣ୍ଡ ଓ ନରୱେକୁ ଦେବାକୁ ଚାହେଁ। ଇସ୍ରାଏଲର ସାର୍ବଭୌମତ୍ୱ ଓ ସୁରକ୍ଷାକୁ ଦୁର୍ବଳ କରିବାକୁ ଚାହୁଁଥିବା ତତ୍ତ୍ୱଙ୍କ ବିରୋଧରେ ଦେଶ କେବେ ହେଲେ ଚୁପ ରହିବ ନାହିଁ। ତେଣୁ ଉଭୟ ଦେଶରେ ଥିବା ରାଷ୍ଟ୍ରଦୂତଙ୍କୁ ତତ୍କାଳ ସ୍ୱଦେଶ ଫେରି ଆସିବାକୁ ନିର୍ଦ୍ଦେଶ ଦିଆଯାଇଛି।”

ବିଦେଶ ମନ୍ତ୍ରୀ କାଟଜ୍‌ ସ୍ପେନକୁ ମଧ୍ୟ ଚେତାବନୀ ଦେଇଛନ୍ତି। ସ୍ପେନ ପ୍ରଧାନମନ୍ତ୍ରୀ ପେଡ୍ରୋ ସାଞ୍ଚେଜ ଘୋଷଣା କରିଛନ୍ତି ଯେ ମେ’ ୨୮ ତାରିଖରୁ ତାଙ୍କ ଦେଶ ସ୍ୱତନ୍ତ୍ର ପାଲେଷ୍ଟାନକୁ ଗୋଟିଏ ରାଷ୍ଟ୍ର ଭାବେ ବିବେଚନା କରିବ। ଯଦି ଏପରି ହୁଏ, ତା’ହେଲେ ସ୍ପେନ ବିରୋଧରେ ମଧ୍ୟ ଇସ୍ରାଏଲ ସମାନ ପଦକ୍ଷେପ ନେବ ବୋଲି କାଟଜ୍‌ କହିଛନ୍ତି।

Advertisment

ତାଙ୍କ କହିବା କଥା ଯେ ଆୟର୍ଲ୍ୟାଣ୍ଡ ଓ ନରୱେ ଆଦୌ ଇସ୍ରାଏଲ କଥାକୁ ଖାତିର କରି ନାହାନ୍ତି। କିନ୍ତୁ ଆମେ ଆମ ଲକ୍ଷ୍ୟ ହାସଲ କରିବାକୁ ପ୍ରତିଶ୍ରୁତିବଦ୍ଧ। ଆମ ଦେଶର ନାଗରିକଙ୍କ ସୁରକ୍ଷା, ହମାସର ମୂଳପୋଛ ଓ ପଣବନ୍ଦୀଙ୍କୁ ଘରକୁ ଆଣିବାକୁ ଆମେ ଲକ୍ଷ୍ୟ ସ୍ଥିର କରିଛୁ। ଏହାଠାରୁ ଆଉ କିଛି ବଡ଼ କାରଣ ହୋଇ ନପାରେ ବୋଲି ସେ କହିଛନ୍ତି।

Israel Hamas Palestine