ଦକ୍ଷିଣ ବେରୁଟରେ ଇସ୍ରାଏଲ ଶୁକ୍ରବାର କରିଥିବା ଏୟାର ଷ୍ଟ୍ରାଇକରେ ୧୧ ଜଣ ପ୍ରାଣ ହରାଇଥିବା ବେଳେ ୧୦୮ ଜଣ ଆହତ ହୋଇଛନ୍ତି। ଏହି ୧୧ ଜଣଙ୍କ ମଧ୍ୟରେ ଲେବାନନରେ ସକ୍ରିୟ ଥିବା ହେଜବୁଲ୍ଲା ମୁଖ୍ୟ ହାସନ ନସ୍ରଲ୍ଲା ମଧ୍ୟ ରହିଛନ୍ତି।
ତାଙ୍କ ବ୍ୟତୀତ ବେରୁଟରେ ଇସ୍ରାଏଲ କରିଥିବା ବୋମା ମାଡ଼ରେ ଇରାନର ଇସଲାମିକ ରେଭ୍ୟୁଲେସନାରୀ ଗାର୍ଡ କ୍ରପ୍ସର ଡେପୁଟି କମାଣ୍ଡର ଆବ୍ବାସ ନିଲଫୋରୌଶାନଙ୍କ ମଧ୍ୟ ଜୀବନ ଯାଇଛି। ଇରାନ ଗଣମାଧ୍ୟମ ଏ ସମ୍ପର୍କରେ ସୂଚନା ଦେବା ପରେ ଇରାନ ଓ ଇସ୍ରାଏଲ ମଧ୍ୟ ଲାଗି ରହିଥିବା ବିବାଦ ଆହୁରି ତୀବ୍ର ହୋଇଛି।
ଇରାନ ମିଡିଆରେ ପ୍ରକାଶିତ ଖବରରେ କୁହାଯାଇଛି ଯେ ବ୍ରିଗେଡିୟର ଜେନେରାଲ ଆବ୍ବାସ ଲେବାନନରେ କାର୍ଯ୍ୟ କରୁଥିବା କ୍ୱିଡସ ଫୋର୍ସର କମାଣ୍ଡର ଥିଲେ। କିନ୍ତୁ ଇସ୍ରାଏଲ ବେରୁଟରେ କରିଥିବା ଏୟାର ଷ୍ଟ୍ରାଇକରେ ସେ ପ୍ରାଣ ହରାଇଛନ୍ତି। ଜେନେରାଲ ଆବ୍ବାସ ଆଇଆରଜିସିର ଅପରେସ କମାଣ୍ଡ କଥା ବୁଝୁଥିଲେ। ଏକାଧିକ ମିଲିଟାରୀ ଓ ସୁରକ୍ଷା ଅପରେସନ ଦାୟିତ୍ୱରେ ଥିଲେ।
Axios, citing Israeli officials and Iranian reports:
— Clash Report (@clashreport) September 28, 2024
Brigadier General Abbas Nilforoushan, commander of the Quds Force in Lebanon, was killed in Beirut attack.
Nilforoushan was overseeing the IRGC's Operations Command, which is directly involved in various military and… pic.twitter.com/fbmFhz7Zmv
ଏଥିସହ ସେ ବିଦେଶରେ ବିଶେଷ କରି ସିରିୟାରେ ମିଲିଟାରୀ ପଦକ୍ଷେପର ଦାୟିତ୍ୱ ନେଇଥିଲେ। ଇରାନ ସମର୍ଥିକ ସଂଗଠନ ହେଜବୁଲ୍ଲାକୁ ଆବ୍ବାସ ମିଲିଟାରୀ ଓ କୂଟନୀତିକ ବ୍ୟାପାର ସମ୍ପର୍କରେ ପରାମର୍ଶ ଦେଉଥିଲେ। ସିରିୟାରେ ଦେଖା ଯାଇଥିବା ଗୃହ ଯୁଦ୍ଧ ବେଳେ ଆବ୍ବାସ ଆସନ ସରକାର ସହ ମିଶି ଲଢ଼େଇ କରିଥିଲେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।