Advertisment

ଇସ୍ରାଏଲ ବୋମା ମାଡ଼ରେ ଇରାନ କମାଣ୍ଡର ମୃତ

ବେରୁଟରେ ଇସ୍ରାଏଲ କରିଥିବା ବୋମା ମାଡ଼ରେ ଇରାନର ଇସଲାମିକ ରେଭ୍ୟୁଲେସନାରୀ ଗାର୍ଡ କ୍ରପ୍ସର ଡେପୁଟି କମାଣ୍ଡର ଆବ୍ବାସ ନିଲଫୋରୌଶାନଙ୍କ ଜୀବନ ଯାଇଛି।

Abbas Nilforoushan

Abbas Nilforoushan

Advertisment

ଦକ୍ଷିଣ ବେରୁଟରେ ଇସ୍ରାଏଲ ଶୁକ୍ରବାର କରିଥିବା ଏୟାର ଷ୍ଟ୍ରାଇକରେ ୧୧ ଜଣ ପ୍ରାଣ ହରାଇଥିବା ବେଳେ ୧୦୮ ଜଣ ଆହତ ହୋଇଛନ୍ତି। ଏହି ୧୧ ଜଣଙ୍କ ମଧ୍ୟରେ ଲେବାନନରେ ସକ୍ରିୟ ଥିବା ହେଜବୁଲ୍ଲା ମୁଖ୍ୟ ହାସନ ନସ୍ରଲ୍ଲା ମଧ୍ୟ ରହିଛନ୍ତି।

Advertisment

ତାଙ୍କ ବ୍ୟତୀତ ବେରୁଟରେ ଇସ୍ରାଏଲ କରିଥିବା ବୋମା ମାଡ଼ରେ ଇରାନର ଇସଲାମିକ ରେଭ୍ୟୁଲେସନାରୀ ଗାର୍ଡ କ୍ରପ୍ସର ଡେପୁଟି କମାଣ୍ଡର ଆବ୍ବାସ ନିଲଫୋରୌଶାନଙ୍କ ମଧ୍ୟ ଜୀବନ ଯାଇଛି। ଇରାନ ଗଣମାଧ୍ୟମ ଏ ସମ୍ପର୍କରେ ସୂଚନା ଦେବା ପରେ ଇରାନ ଓ ଇସ୍ରାଏଲ ମଧ୍ୟ ଲାଗି ରହିଥିବା ବିବାଦ ଆହୁରି ତୀବ୍ର ହୋଇଛି।

ଇରାନ ମିଡିଆରେ ପ୍ରକାଶିତ ଖବରରେ କୁହାଯାଇଛି ଯେ ବ୍ରିଗେଡିୟର ଜେନେରାଲ ଆବ୍ବାସ ଲେବାନନରେ କାର୍ଯ୍ୟ କରୁଥିବା କ୍ୱିଡସ ଫୋର୍ସର କମାଣ୍ଡର ଥିଲେ। କିନ୍ତୁ ଇସ୍ରାଏଲ ବେରୁଟରେ କରିଥିବା ଏୟାର ଷ୍ଟ୍ରାଇକରେ ସେ ପ୍ରାଣ ହରାଇଛନ୍ତି। ଜେନେରାଲ ଆବ୍ବାସ ଆଇଆରଜିସିର ଅପରେସ କମାଣ୍ଡ କଥା ବୁଝୁଥିଲେ। ଏକାଧିକ ମିଲିଟାରୀ ଓ ସୁରକ୍ଷା ଅପରେସନ ଦାୟିତ୍ୱରେ ଥିଲେ।

Advertisment

ଏଥିସହ ସେ ବିଦେଶରେ ବିଶେଷ କରି ସିରିୟାରେ ମିଲିଟାରୀ ପଦକ୍ଷେପର ଦାୟିତ୍ୱ ନେଇଥିଲେ। ଇରାନ ସମର୍ଥିକ ସଂଗଠନ ହେଜବୁଲ୍ଲାକୁ ଆବ୍ବାସ ମିଲିଟାରୀ ଓ କୂଟନୀତିକ ବ୍ୟାପାର ସମ୍ପର୍କରେ ପରାମର୍ଶ ଦେଉଥିଲେ। ସିରିୟାରେ ଦେଖା ଯାଇଥିବା ଗୃହ ଯୁଦ୍ଧ ବେଳେ ଆବ୍ବାସ ଆସନ ସରକାର ସହ ମିଶି ଲଢ଼େଇ କରିଥିଲେ।

Israel Iran Hezbollah
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe