Advertisment

ଡେଟିଂ କରୁଛନ୍ତି କି ଏଲନ ମସ୍କ ଓ ଇଟାଲୀ ପ୍ରଧାନମନ୍ତ୍ରୀ ମଲୋନି? ଭାଇରାଲ ହେଉଛି ଫଟୋ

ଟେସଲା ସିଇଓ ଏଲନ ମସ୍କ ଓ ଇଟାଲୀର ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନିଙ୍କ ଗୋଟିଏ ଫଟୋ ବେଶ ଭାଇରାଲ ହେଉଛି।

author-image
Hemant Lenka
Giorgia Meloni

Giorgia Meloni

ଟେସଲା ସିଇଓ ଏଲନ ମସ୍କ ଓ ଇଟାଲୀର ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନିଙ୍କ ଗୋଟିଏ ଫଟୋ ବେଶ ଭାଇରାଲ ହେଉଛି। ଯେଉଁ ଫଟୋରେ ଉଭୟ ଗୋଟିଏ କାର୍ଯ୍ୟକ୍ରମରେ ପରସ୍ପରର ଅତି ନିକଟରେ ବସିଛନ୍ତି। ସେହିପରି ପରସ୍ପରକୁ ରୋମାଣ୍ଟିକ ଲୁକ ମଧ୍ୟ ଦେଉଛନ୍ତି। ଏହି ଫଟୋ ଭାଇରାଲ ହେବା ପରେ ମସ୍କ ଓ ମେଲୋନି ପରସ୍ପରକୁ ଡେଟିଂ କରୁଥିବା ଚର୍ଚ୍ଚା ଆରମ୍ଭ ହୋଇ ଯାଇଛି।

Advertisment

ଫଟୋ ସହ ଡେଟିଂ ଚର୍ଚ୍ଚା ଭାଇରାଲ ହେବାରୁ ଏହା ଉପରେ ମସ୍କ ପ୍ରତିକ୍ରିୟା ରଖିଛନ୍ତି। ପ୍ରଥମେ ଟେସଲା ଓନର ସିଲିକନ ଭ୍ୟାଲି ପକ୍ଷରୁ ଏକ୍ସରେ ମସ୍କ ଓ ମେଲୋନି ଗୋଟିଏ ଟେବୁଲ ନିକଟରେ ଏକାଠି ବସିଥିବା ଫଟୋକୁ ଶେୟାର କରାଯାଇଥିଲା। ଫଟୋ ଶେୟାର କରି ପଚରା ଯାଇଥିଲା ଯେ “ଆପଣମାନେ ଭାବୁଛନ୍ତି ସେମାନେ ଡେଟ କରିବେ?” ଏହା ଭାଇରାଲ ହେବା ପରେ ମସ୍କ କହିଛନ୍ତି, “ଆମେ ଡେଟିଂ କରୁ ନାହୁଁ।”

ଆଉ ଜଣେ ଏକ୍ସ ୟୁଜର ଶେୟାର କରିଥିବା ଫଟୋରେ ପ୍ରତିକ୍ରିୟା ଦେଇ ମସ୍କ କହିଛନ୍ତି, “ମୁଁ ସେଠାରେ ମୋ ମା’ଙ୍କ ସହ ଥିଲି। ପ୍ରଧାନମନ୍ତ୍ରୀ ମେଲୋନିଙ୍କ ସହ କୌଣସି ପ୍ରକାରର ରୋମାଣ୍ଟିକ ସମ୍ପର୍କ କିଛି ବି ନାହିଁ।”

Advertisment

ସେପ୍ଟେମ୍ବର ୨୪ରେ ନ୍ୟୁୟର୍କର ଗୋଟିଏ ଆୱାର୍ଡ ଶୋ’ରେ ମସ୍କ ଖୋଲାଖୋଲି ଭାବେ ମେଲୋନିଙ୍କ ପ୍ରଶଂସା କରିଥିଲେ। ମେଲୋନିଙ୍କୁ Atlantic Council Global Citizen Award ପ୍ରଦାନ କରି ମସ୍କ କହିଥିଲେ ଯେ ସେ ଏମିତି ଜଣେ ମହିଳାଙ୍କୁ ପୁରସ୍କାର ପ୍ରଦାନ କରିବାର ସୁଯୋଗ ପାଇଛନ୍ତି ଯିଏ ବାହାରୁ ଯେତିକି ସୁନ୍ଦର ଭିତରୁ ତା’ଠାରୁ ଆହୁରି ସୁନ୍ଦର। ସେ ଏମିତି ଜଣେ ମହିଳା ଯିଏ ପୂରା ଖାସ, ସ୍ୱଚ୍ଛ ଓ ସତ୍ୟରେ ବିଶ୍ୱାସ ରଖନ୍ତି। ଏକଥା ସମସ୍ତ ରାଜନେତାଙ୍କ କ୍ଷେତ୍ରରେ ପ୍ରଯୁଜ୍ୟ ହୋଇ ନଥାଏ ବୋଲି ମସ୍କ କହିଥିଲେ।

ବାସ୍‌ ଏହି ବୟାନ ପରେ ମସ୍କ ଓ ମେଲୋନିଙ୍କ ମଧ୍ୟ ଡେଟିଂ ଚାଲିଥିବା ଚର୍ଚ୍ଚା ଆରମ୍ଭ ହୋଇଥିଲା। ମେଲୋନି ମଧ୍ୟ ମସ୍କଙ୍କ ଭାଷଣର ଭିଡିଓ ଶେୟାର କରିଥିଲେ। ଏଥିସହ ତାଙ୍କୁ ଧନ୍ୟବାଦ ଜଣାଇଥିଲେ।

ୟୁରୋପୀୟ ୟୁନିୟନକୁ ମେଲୋନିଙ୍କ ଦୃଢ଼ ସମର୍ଥନ ଯୋଗୁ ତାଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଥିଲେ। ସେ ଇଟାଲୀର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ହେବାର ମଧ୍ୟ ରେକର୍ଡ କରିଛନ୍ତି।

Elon Musk Giorgia Meloni