Advertisment

ହସିନା ସରକାର ଭୁଶୁଡ଼ିବା ପଛରେ ପାକିସ୍ତାନ ISI, ଲଣ୍ଡନରେ ହୋଇଥିଲା ମସୁଧା

ବାଂଲାଦେଶ ଅଧିକାରୀମାନେ ଦାବି କରିଛନ୍ତି ଯେ ହସିନା ସରକାରକୁ ଭାଙ୍ଗିବା ପାଇଁ ବାଂଲାଦେଶ ନ୍ୟାଶନାଲିଷ୍ଟ ପାର୍ଟି(ବିଏନପି)ର କାର୍ଯ୍ୟକାରୀ ସଭାପତି ତାରିକ ରହମନ ଚାହୁଁଥିଲେ।

ଅଦ୍ୟତନ ହୋଇଛି
Dhaka

Dhaka

Advertisment

ବାଂଲାଦେଶର ଶେଖ ହସିନା ସରକାରକୁ କୋଟା ସଂରକ୍ଷଣ ବିକ୍ଷୋଭ ଆଳରେ ଭୁଶୁଡ଼ାଇବା ପାଇଁ ଲଣ୍ଡନରେ ହୋଇଥିଲା ବ୍ଲୁ ପ୍ରିଣ୍ଟ। ପାକିସ୍ତାନର ଗୁଇନ୍ଦା ସଂସ୍ଥା ଆଇଏସଆଇ ସହାୟତାରେ ହସିନ ସରକାର ବିରୋଧରେ କରାଯାଇଥିଲା ମସୁଧା। ଏହାର ଖିଅ ସାଉଦି ଆରବ ଯାଏ ମଧ୍ୟ ଲମ୍ବିଛି। ଚାଇନା ବି ଏଥିରେ ସାମିଲ ରହିଛି ବୋଲି ଗୁଇନ୍ଦା ରିପୋର୍ଟ ପ୍ରକାଶ ପାଇଛି।

Advertisment

ବାଂଲାଦେଶ ଅଧିକାରୀମାନେ ଦାବି କରିଛନ୍ତି ଯେ ହସିନା ସରକାରକୁ ଭାଙ୍ଗିବା ପାଇଁ ବାଂଲାଦେଶ ନ୍ୟାଶନାଲିଷ୍ଟ ପାର୍ଟି(ବିଏନପି)ର କାର୍ଯ୍ୟକାରୀ ସଭାପତି ତାରିକ ରହମନ ଚାହୁଁଥିଲେ। ତାରିକ ହେଉଛନ୍ତି ବେଗମ ଖାଲେଦା ଜିଆଙ୍କ ପୁଅ। ହସିନା ସରକାର ବିରୋଧରେ ତାରିକ ପାକିସ୍ତାନ ଗୁଇନ୍ଦା ସଂସ୍ଥା ଆଇଏସଆଇ ଅଧିକାରୀମାନଙ୍କ ସହ ସାଉଦି ଆରବରେ ବୈଠକ କରିଥିଲେ। ଏହାର ପ୍ରମାଣ ବାଂଲାଦେଶ ଅଧିକାରୀମାନଙ୍କ ପାଖରେ ରହିଛି।

ଦେଶରେ କୋଟା ବିରୋଧୀ ଆନ୍ଦୋଳନ ଆରମ୍ଭ ହେବା ପୂର୍ବରୁ ଏକାଧିକ ବାଂଲାଦେଶ ବିରୋଧୀ ଆକାଉଣ୍ଟ ତିଆରି କରାଯାଇଥିଲା। ସେମାନେ ଲୋକଙ୍କୁ ଆନ୍ଦୋଳନ ପାଇଁ ଉସକାଇଥିଲେ। ଏଥିସହ ଆନ୍ଦୋଳନ ନିଆଁରେ ଘିଅ ଢାଳିଥିଲେ। ହାସିନା ସରକାର ବିରୋଧରେ ୫୦୦ରୁ ଅଧିକ ଅତ୍ୟନ୍ତ ଆପତ୍ତିଜନକ ପୋଷ୍ଟ କରାଯାଇଥିଲା। ଏହି ସବୁ ଆକାଉଣ୍ଟ ବିଦେଶୀରୁ ପରିଚାଳିତ ହେଉଥିଲା।

Advertisment

ସୂତ୍ରରୁ ଜଣାପଡ଼ିଛି ଯେ ପାକିସ୍ତାନ ସେନା ଓ ଆଇଏସଆଇ ହସିନାଙ୍କ ସରକାରଙ୍କ ଅସ୍ଥିର କରିବାକୁ ଲକ୍ଷ୍ୟ ରଖିଥିଲା। ହସିନାଙ୍କ ବଦଳରେ ପାକିସ୍ତାନ ସପକ୍ଷବାଦୀ ବିରୋଧୀ ବିଏପପି କ୍ଷମତାକୁ ଆସୁ ବୋଲି ସେମାନେ ଚାହୁଁଥିଲେ।

ଆଇଏସଆଇ ଜରିଆରେ ଚାଇନା ମଧ୍ୟ କୋଟା ବିରୋଧୀ ଆନ୍ଦୋଳନକୁ ପ୍ରୋତ୍ସାହିତ କରିଥିଲା। ଶେଷରେ ଆନ୍ଦୋଳନ ତୀବ୍ର ହେବାରୁ ହସିନା ବାଧ୍ୟ ହୋଇ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ଓ ଜୀବନ ବଞ୍ଚାଇବା ପାଇଁ ଭାରତକୁ ଆସିଛନ୍ତି।

କେମିତି ISI ଓ ଚାଇନା ହସିନା ସରକାର ବିରୋଧରେ କରିଥିଲେ ଷଡ଼ଯନ୍ତ୍ର?

ଚାକିରିରେ ଥିବା ସଂରକ୍ଷଣ ବ୍ୟବସ୍ଥା ବିରୋଧରେ ଆରମ୍ଭ ହୋଇଥିବା ଆନ୍ଦୋଳନ ପର୍ଯ୍ୟାୟକ୍ରମେ ହସିନା ସରକାର ବିରୋଧୀ ବିକ୍ଷୋଭର ରୂପ ନେଇଥିଲେ। ଏଥିରେ ଏଯାଏ ୩୦୦ରୁ ଅଧିକ ଲୋକ ପ୍ରାଣ ହରାଇଥିବା ବେଳେ ଶତାଧିକ ଆହତ ହୋଇଛନ୍ତି। ଗୁଇନ୍ଦା ସଂସ୍ଥା କହିଛି ଯେ ଆଇଏସଆଇ ସମର୍ଥିତ ଇସଲାମି ଛାତ୍ର ଶିବିର (ଆଇସିଏସ୍‌) ସଂରକ୍ଷଣ ବିରୋଧୀ ଆନ୍ଦୋଳନକୁ ତୀବ୍ର କରିଥିଲା।

ଆଇସିଏସ୍‌ ହେଉଛି ଜମାତ –ଇ-ଇସଲାମୀ ବାଂଲାଦେଶ ନାମକ ରାଜନୀତିକ ଦଳର ଛାତ୍ର ସଂଗଠନ। ଆଇସିଏସ ପ୍ରଥମେ ସଂରକ୍ଷଣ ବିରୋଧରେ ଆନ୍ଦୋଳନ ଆରମ୍ଭ କରିଥିବା ବେଳେ ପରବର୍ତ୍ତୀ ସମୟରେ ହସିନା ସରକାରକୁ ବଦଳାଇବାକୁ ଦାବି କରିଥିଲା। ହସିନାଙ୍କ ବଦଳରେ ଚାଇନା ଓ ପାକିସ୍ତାନ ସପକ୍ଷବାଦୀ ସରକାର ବାଂଲାଦେଶରେ ଗଠନ ହେଉ ବୋଲି ଆଇସିଏସ୍‌ ଚାହିଁଥିଲା।

ଜମାତ-ଇ-ଇସଲାମୀ ତା’ର ଭାରତ ବିରୋଧୀ ଆଭିମୁଖ୍ୟ ପାଇଁ ବେଶ ପରିଚିତ। ଉକ୍ତ ସଂଗଠନ ହିଁ ଛାତ୍ର ଆନ୍ଦୋଳନକୁ ରାଜନୀତିକ ବିକ୍ଷୋଭରେ ପରିଣତ କରିଥିଲା। ଏନେଇ ଇସଲାମୀ ଛାତ୍ର ଶିବିରର ସଦସ୍ୟମାନା ଏକାଧିକ ମାସ ଧରି ଯୋଜନା କରିଥିଲେ। ଏଥିପାଇଁ ଆବଶ୍ୟକ ପାଣ୍ଠି ପାକିସ୍ତାନରେ ପରିଚାଳିତ ଚାଇନା ସଂସ୍ଥା ଯୋଗାଇ ଦେଇଥିଲା।

କ୍ଷମତାସୀନ ଆବାମୀ ଲିଗ, ବିକ୍ଷୋଭକାରୀଙ୍କ ବିରୋଧରେ ହୋଇଥିବା ହିଂସା ଓ ଶେଖ ହସିନାଙ୍କୁ ବଦନାମ କରିବା ପାଇଁ ଏକାଧିକ ଭିଡିଓ ସୋଶାଲ ମିଡିଆରେ ପୋଷ୍ଟ କରାଯାଇଥିଲା। ଏସବୁ ବିଏସ୍‌ପି ଓ ଏହା ସହ ଜଡ଼ିତ ଆକାଉଣ୍ଟରୁ ପୋଷ୍ଟ କରାଯାଇଥିଲା। ସେହିପରି ଆଉ କିଛି ଆମେରିକା ଭିତ୍ତିକ ଆକାଉଣ୍ଟରୁ ମଧ୍ୟ ତିଆରି କରାଯାଇଥିଲା।

ଧୀରାଧୀରେ ଏହି ଆନ୍ଦୋଳନ ହିଂସାତ୍ମକ ରୂପ ନେବା ସହ ବିକ୍ଷୋଭକାରୀ ଗତକାଲି ହସିନାଙ୍କ ଗଣଭବନରେ ପଶି ଉତ୍ପାତ୍ତ କରିଥିଲେ। ହସିନା ଭୟରେ ଦେଶ ଛାଡ଼ିବା ପରେ ୧୫ ବର୍ଷ ଧରି ସେ କରୁଥିବା ଶାସନରେ ବିରାମ ଲାଗିଛି।

Bangladesh Sheikh Hasina Bangladesh Violence
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe