Advertisment

ଆମେରିକା ଗୁଳିରେ ଟଳିଲେ ISIS ଲିଡର ସୁଦାନି ସମେତ ୧୦ ଆତଙ୍କବାଦୀ

ଆମେରିକାର ସୁରକ୍ଷା ପ୍ରତି ଯିଏ ବି ବିପଦ ହୋଇ ଛିଡ଼ା ହେବ , ସେ ଯେଉଁଠି ଲୁଚିଥିଲେ ବି ତାକୁ ଖୋଜି ଖୋଜି ନିପାତ କରିବୁ ବୋଲି କହିଛନ୍ତି ଆମେରିକାର ରାଷ୍ଟ୍ରପତି ଜୋ’ ବାଇଡେନ ।

Image

Image

Advertisment

ଆମେରିକା ଗୁଳିରେ ଟଳିଲା ସିନିୟର ISIS ଲିଡର ବିଲାଲ ଅଲ ସୁଦାନି । ଘଞ୍ଚ ଜଙ୍ଗଲ ଭିତରେ ଥିବା ଗୁମ୍ଫାରେ ପଶି ସୁଦାନିକୁ ମାରିଲା ଆମେରିକା । ସୁଦାନୀ ଦୀର୍ଘ ବର୍ଷ ହେଲା ଆମେରିକା ରାଡାରରେ ଥିବା ବେଳେ ଗତ ବୁଧବାର ତାକୁ ନିପାତ କରିବାରେ ସକ୍ଷମ ହୋଇଛି ଆମେରିକା। ଆମେରିକାର ସୁରକ୍ଷା ପ୍ରତି ଯିଏ ବି ବିପଦ ହୋଇ ଛିଡ଼ା ହେବ , ସେ ଯେଉଁଠି ଲୁଚିଥିଲେ ବି ତାକୁ ଖୋଜି ଖୋଜି ନିପାତ କରିବୁ ବୋଲି କହିଛନ୍ତି ଆମେରିକାର ରାଷ୍ଟ୍ରପତି ଜୋ’ ବାଇଡେନ ।

Advertisment

ଆଫ୍ରିକୀୟ ଦେଶ ସୁମାଲିଆର ଉତ୍ତର କ୍ଷେତ୍ରରେ ଆମେରିକା ସେନା ପକ୍ଷରୁ ବୁଧବାର ଏକ ସର୍ଚ୍ଚ ଅପରେସନ ଚାଲିଥିଲା। ଅପରେନ ବେଳେ ଏକ ଗୁମ୍ଫାରେ ଲୁଚିଥିବା ବିଲାଲ ଅଲ ସୁଦାନିଙ୍କ ସମେତ ୧୦ ଆତଙ୍କବାଦୀଙ୍କ ଗୁଳି ମାରି ନିପାତ କରିଛି ଆମେରିକା। ବାଇଡେନ୍‌ ପ୍ରଶାସନ ଗୁରୁବାର ଏହା ଘୋଷଣା କରିଛି।

ଆମେରିକା ସେନା ପକ୍ଷରୁ ବୁଧବାର ଏନେଇ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିବା ବେଳେ ଏକ ପାହାଡ଼ ଗୁମ୍ଫାରେ ଲୁଚିଥିବା ବିଲାଲ-ଅଲ- ସୁଦାନୀଙ୍କୁ ଟାର୍ଗେଟ କରାଯାଇଥିଲା। ବିଲାଲ ଅଲ ସୁଦାନୀ ପୂର୍ବ ଆଫ୍ରିକାରେ ISISର ବିସ୍ତାର କରିବା ସହ ଅନ୍ୟ ଗତିବିଧି ଉପରେ ନଜର ରଖୁଥିଲା।

Advertisment

ଆମେରିକା ରକ୍ଷା ମନ୍ତ୍ରୀଙ୍କ ବିବୃତି ଅନୁଯାୟୀ, ଆମେରିବାର ନାଗରିକଙ୍କ ସମେତ ଏହାର ପଡ଼ୋଶୀ ରାଷ୍ଟ୍ରର ନାଗରିକଙ୍କ ସୁରକ୍ଷା ନିମନ୍ତେ ଏପରି ପଦକ୍ଷେପ ଉଠାଯିବା ଜରୁରୀ ଥିଲା। ଆମେରିକୀୟଙ୍କୁ ଦେଶ ଭିତରେ ତଥା ବାହାରେ ଆତଙ୍କବାଦୀ ଆକ୍ରମଣରୁ ରକ୍ଷା କରିବାକୁ ଆମେ ଦୃଢ ସଙ୍କଳ୍ପବଦ୍ଧ ।

ବିଲାଲ ଅଲ ସୁଦାନିଙ୍କୁ ନିପାତ କରିବାକୁ ବହୁ ମାସ ପୂର୍ବରୁ ଯୋଜନା ପ୍ରସ୍ତୁତ ହୋଇଥିବା ବେଳେ କିଛି ସପ୍ତାହ ପୂର୍ବରୁ ଏ ନେଇ ବାଇଡେନଙ୍କୁ ଅବଗତ କରାଯାଇଥିଲା। ଏହାପରେ ବାଇଡେନଙ୍କ ଅନୁମତି କ୍ରମେ ଏହି ସପ୍ତାହରେ ଏହି ଯୋଜନାକୁ ବାସ୍ତବ ରୂପ ଦେବାକୁ ଆରମ୍ଭ ହୋଇଥିଲା ପ୍ରସ୍ତୁତି।

ବିଲାଲ ଅଲ ସୁଦାନି ଦୀର୍ଘ ବର୍ଷ ହେଲା ଆଫ୍ରିକାରେ ରହିବା ସହ ସେଠାରେ ISISର ସଞ୍ଚାଳନ କରିବା ସହ ଏହା ଲାଗି ପାଣ୍ଠି ଯୋଗାଡ଼ କରୁଥିଲା। ଏହାବଦା ସେ ISIS-K ନାମକ ଆତଙ୍କବାଦୀ ଶାଖା ଗଢ଼ିବାରେ ପ୍ରମୁଖ ଭୂମିକା ତୁଲାଇଥିଲା। ବିଲାଲ ଅଲ ସୁଦାନି ଗତ ବର୍ଷ ISISର ଅବଦ୍ଦୁଲ ହୁସେନ ଅବାଦିଗା ସହ ମିଶି ଆପ୍ରିକାର ଯୁବକଙ୍କୁ ISISରେ ଭର୍ତ୍ତି କରିବା ସହ ସେମାନଙ୍କୁ ହତିଆର ପ୍ରଶିକ୍ଷଣ ଶିବିରକୁ ପଠାଇଥିଲା।

Terror Attack
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe