Advertisment

ବାଂଲାଦେଶରେ ହିନ୍ଦୁ ନେତା ଚିନ୍ମୟ ପ୍ରଭୁ ଗିରଫ, ଦେଶଦ୍ରୋହ ମାମଲାରେ ଉଠାଇନେଲା ପୁଲିସ

ବାଂଲାଦେଶରେ ହେଉଥିବା ହିନ୍ଦୁ ବିରୋଧୀ ହିଂସାକୁ କ୍ରମାଗତ ଭାବେ ବିରୋଧ କରିଆସୁଛନ୍ତି ଇସ୍କନ ସଦସ୍ୟ ଚିନ୍ମୟ କୃଷ୍ଣ ଦାସ ପ୍ରଭୁ। ଦେଶଦ୍ରୋହ ମାମଲାରେ ଢାକା ଏୟାରପୋର୍ଟରୁ ଉଠାଇ ନେଲା ପୁଲିସ।

author-image
Debadatta Aryashrestha
Chinmay Krishna Das Prabhu (File Photo)

Chinmay Krishna Das Prabhu (File Photo)

ବାଂଲାଦେଶରେ ହିନ୍ଦୁ ନେତା ତଥା ଇସ୍କନ ସଦସ୍ୟ ଚିନ୍ମୟ କୃଷ୍ଣ ଦାସ ପ୍ରଭୁଙ୍କୁ ଗିରଫ କରାଯାଇଥିବା ନେଇ ଏକ ରିପୋର୍ଟ ସାମ୍ନାକୁ ଆସିଛି। ସେ ବାଂଲାଦେଶରେ ହେଉଥିବା ହିନ୍ଦୁ ବିରୋଧୀ ହିଂସାକୁ କ୍ରମାଗତ ଭାବେ ବିରୋଧ କରିବା ସହ ନିକଟରେ ହିନ୍ଦୁଙ୍କ ସପକ୍ଷରେ ସେ ଏକ ରାଲି ମଧ୍ୟ କରିଥିଲେ। ତେବେ ବାଂଲାଦେଶରୁ ପ୍ରକାଶ ରିପୋର୍ଟ ଅନୁସାରେ ତାଙ୍କୁ ଦେଶଦ୍ରୋହ ମାମଲାରେ ଢାକା ଏୟାରପୋର୍ଟରୁ ପୁଲିସ ଉଠାଇ ନେଇଛି।

Advertisment

ହିନ୍ଦୁଙ୍କ ପାଇଁ କରିଥିଲେ ଶୋଭାଯାତ୍ରା
ଇସ୍କନ ସଦସ୍ୟ ଚିନ୍ମୟ କୃଷ୍ଣ ଦାସ ପ୍ରଭୁ ୨୨ ନଭେମ୍ବରରେ ବାଂଲାଦେଶର ରଙ୍ଗପୁରରେ ହିନ୍ଦୁମାନଙ୍କ ସମର୍ଥନରେ ଏକ ଶୋଭାଯାତ୍ରା ଆୟୋଜନ କରିଥିଲେ। ଏହି ରାଲିରେ ହିନ୍ଦୁମାନଙ୍କ ଉପରେ ହୋଇଥିବା ଆକ୍ରମଣକୁ ବିରୋଧ କରାଯାଇଥିଲା। କୁହାଯାଉଛି ଯେ ଏହି କାରଣରୁ ଚିନ୍ମୟ ପ୍ରଭୁଙ୍କ ବିରୋଧରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ବାଂଲାଦେଶରେ ମହମ୍ମଦ ୟୁନୁସଙ୍କ ଅନ୍ତରୀଣ ସରକାର ଲଗାତାର ଭାବେ ସଂଖ୍ୟାଲଘୁ, ବିଶେଷ କରି ହିନ୍ଦୁଙ୍କ ଉପରେ ଅତ୍ୟାଚାର ଜାରି ରିଖିଛି। ଏହା ବିରୋଧରେ ବାଂଲାଦେଶ ଇସ୍କନର ସଦସ୍ୟ ଚିନ୍ମୟ କୃଷ୍ଣ ଦାସ ପ୍ରଭୁ ବାଂଲାଦେଶୀ ହିନ୍ଦୁମାନଙ୍କ ପ୍ରତି ହେଉଥିବା ଅତ୍ୟାଚାରକୁ ନେଇ ସରକାର ହିନ୍ଦୁମାନଙ୍କୁ ଭାଗ ଭାଗ କରିବା ପାଇଁ ଷଡଯନ୍ତ୍ର କରୁଥିବା ଅଭିଯୋଗ କରିଥିଲେ।

ଦେଶଦ୍ରୋହ ମାମଲା ରୁଜୁ କରିଥିଲେ ବାଂଲାଦେଶ ସରକାର
ବାଂଲାଦେଶର ମେହେରପୁରରେ ଥିବା ଇସ୍କନ ମନ୍ଦିର ଉପରେ ହୋଇଥିବା ଆକ୍ରମଣକୁ ନେଇ ଚିନ୍ମୟ ପ୍ରଭୁ ହିନ୍ଦୁ ମନ୍ଦିରର ସୁରକ୍ଷାକୁ ନେଇ ଉଦବେଗ ପ୍ରକାଶ କରିଥିଲେ। ସେ ଏହା ମଧ୍ୟ କହିଥିଲେ ଯେ ଅନେକ ହିନ୍ଦୁ ଏବଂ ସଂଖ୍ୟାଲଘୁ ନିଜକୁ ଅସୁରକ୍ଷିତ ମନେ କରୁଛନ୍ତି ଏବଂ ପଶ୍ଚିମବଙ୍ଗ ଏବଂ ତ୍ରିପୁରା ସୀମା ଦେଇ ଭାରତ ଯାଉଛନ୍ତି। ତେବେ ଏହି ବର୍ଷ ଅକ୍ଟୋବରରେ ଚିନ୍ମୟ ପ୍ରଭୁଙ୍କ ବିରୋଧରେ ବାଂଲାଦେଶ ସରକାର ଦେଶଦ୍ରୋଦ ମାମଲା ରୁଜୁ କରିଥିଲେ। ହିନ୍ଦୁ ସଂଗଠନ ସହ ଜଡ଼ିତ ଅନ୍ୟ ନେତାଙ୍କ ବିରୋଧରେ ସଧ୍ୟ ସମାନ ମାମଲା ରୁଜୁ ହୋଇଥିଲା। ଏବେ ଚିନ୍ମୟ ପ୍ରଭୁଙ୍କ ଗିରଫ ପରେ ପୁଣିଥରେ ଏକାଧିକ ସ୍ଥାନରେ ବହୁ ସଂଖ୍ୟାରେ ହିନ୍ଦୁ ଆନ୍ଦୋଳନକୁ ଓହ୍ଲାଇଛନ୍ତି।

Advertisment
Bangladesh Chinmay Krishna Das Prabhu Chinmay Prabhu Arrested Violence Against Hindu