Advertisment

ବାଂଲାଦେଶରେ ହିନ୍ଦୁ ମନ୍ଦିରକୁ ଟାର୍ଗେଟ, ଇସ୍କନ ମନ୍ଦିର ଭାଙ୍ଗି ମୂର୍ତ୍ତି ପୋଡ଼ି ଦେଲେ!

ବାଂଲାଦେଶର ଖୁଲନା ଡିଭିଜନ ମେହେରପୁରର ଥିବା ଏକ ଇସ୍କନ ମନ୍ଦିରରେ ଭଙ୍ଗାରୁଜା କରିଛନ୍ତି ଆନ୍ଦୋଳନକାରୀ।

ଅଦ୍ୟତନ ହୋଇଛି
Lord Jagannath

Lord Jagannath

Advertisment

ବାଂଲାଦେଶରେ ଚାଲିଥିବା ହିଂସା ମଧ୍ୟରେ ହିନ୍ଦୁ ମନ୍ଦିରକୁ ଟାର୍ଗେଟ କରୁଛନ୍ତି ଆନ୍ଦୋଳନକାରୀ। ଗତ 24 ଘଣ୍ଟା ମଧ୍ୟରେ ସେଠାରେ ଥିବା ଏକାଧିକ ହିନ୍ଦୁ ମନ୍ଦିରରେ ଭଙ୍ଗାରୁଜା କରାଯିବା ସହ ପୋଡ଼ାଜଳା କରା ଯାଇଥିବା ସୂଚନା ମିଳିଛି।

Advertisment

ସୂଚନା ଅନୁସାରେ, ବାଂଲାଦେଶର ଖୁଲନା ଡିଭିଜନ ମେହେରପୁରର ଥିବା ଏକ ଇସ୍କନ ମନ୍ଦିରରେ ଭଙ୍ଗାରୁଜା କରିଛନ୍ତି ଆନ୍ଦୋଳନକାରୀ। ଏହା ସାଙ୍ଗକୁ ମୂର୍ତ୍ତିରେ ମଧ୍ୟ ନିଆଁ ଲାଗାଇବାକୁ ଉଦ୍ୟମ କରିଛନ୍ତି। 

ISKCON ମୁଖପାତ୍ର ଯୁଧିଷ୍ଠିର ଗୋବିନ୍ଦ ଦାସ କହିଛନ୍ତି, "ମେହେରପୁରରେ ଥିବା ଆମର ଏକ ଇସ୍କନ ମନ୍ଦିରକୁ ଭଙ୍ଗାରୁଜା କରାଯିବା ସହ ନିଆଁ ଲଗାଇ ଦିଆଯାଇଥିବା ମୁଁ ଖବର ପାଇଛି। ମନ୍ଦିରର ଅଗ୍ରପୂଜ୍ୟ ପ୍ରଭୁ ଶ୍ରୀଜଗନ୍ନାଥ, ବଡ଼ ଠାକୁର ବଳଭଦ୍ର ଏବଂ ଦେବୀ ଶୁଭଦ୍ରାଙ୍କ ମୂର୍ତ୍ତି ସମେତ ଅନ୍ୟ ପାର୍ଶ୍ୱ ଦେବଦେବୀଙ୍କ ମୂର୍ତ୍ତିରେ ନିଆଁ ଲଗାଇ ଦେଇଥିଲେ ଦୁର୍ବୃତ୍ତ। ସୌଭାଗ୍ୟବଶତଃ ମୂର୍ତ୍ତିଗୁଡ଼ିକୁ ସୁରକ୍ଷିତ ଉଦ୍ଧାର କରାଯାଇ ପାରିଛି।" 

Advertisment

ଗତକାଲି ବାଂଲାଦେଶ ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନା ପଦରୁ ଇସ୍ତଫା ଦେବା ପରେ ସେଠାରେ ଥିବା ଧାର୍ମିକ ସଂଖ୍ୟାଲଘୁଙ୍କ ଅବସ୍ଥା ବିପର୍ଯ୍ୟସ୍ତ ହୋଇ ପଡ଼ିଛି। ଆକ୍ରମଣକାରୀମାନେ ହିନ୍ଦୁ ମନ୍ଦିରକୁ ଟାର୍ଗେଟ କରୁଛନ୍ତି। ଗତକାଲି ଅତି କମରେ ଚାରିଟି ମନ୍ଦିରରେ ଭଙ୍ଗାରୁଜା କରିଛନ୍ତି ଆନ୍ଦୋଳନକାରୀ। 

ମନ୍ଦିର ଆକ୍ରମଣ ବ୍ୟତୀତ ଢାକାରେ ଥିବା ଏକ ଭାରତୀୟ ସାଂସ୍କୃତିକ କେନ୍ଦ୍ର ଉପରେ ମଧ୍ୟ ଆକ୍ରମଣ କରାଯାଇଛି। ଏଥିରେ ଭାରତ ଏବଂ ବାଂଲାଦେଶ ମଧ୍ୟରେ ସାଂସ୍କୃତିକ ବିନିମୟକୁ ପ୍ରୋତ୍ସାହିତ କରୁଥିବା ଇନ୍ଦିରା ଗାନ୍ଧୀ ସାଂସ୍କୃତିକ କେନ୍ଦ୍ର କ୍ଷତିଗ୍ରସ୍ତ ହୋଇଛି। 

Iskcon Temple Bangladesh Violence Bangladesh ISKCON Temple Attack
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe