Advertisment

ପୁଣି ହସ୍ପିଟାଲ ଉପରେ ଏୟାରଷ୍ଟ୍ରାଇକ୍‌, ବାଇଡେନ୍‌ଙ୍କୁ ଦାୟୀ କଲା ହମାସ

ଅଲ-ଶିଫା ମେଡିକାଲ କମ୍ପ୍ଲେକ୍ସ ଉପରେ ହୋଇଥିବା ଆକ୍ରମଣ ପାଇଁ ଇସ୍ରାଏଲ୍ ଏବଂ ରାଷ୍ଟ୍ରପତି ବାଇଡେନ ସମ୍ପୂର୍ଣ୍ଣ ଭାବେ ଦାୟୀ ବୋଲି ହମାସ କହିଛି।

Joe Biden

Joe Biden

Advertisment

ଥମୁନି ଯୁଦ୍ଧ। ଇସ୍ରାଏଲ୍‌ ଓ ହମାସ ମଧ୍ୟରେ ଯୁଦ୍ଧ ଲାଗି ରହିଛି। ଏହାରି ଭିତରେ ପୁଣି ଥରେ ଗାଜାର ସବୁଠାରୁ ବଡ଼ ହସ୍ପିଟାଲ ଉପରେ ଏୟାରଷ୍ଟ୍ରାଇକ୍ କରିଛି ଇସ୍ରାଏଲ। ଅଲ୍‌-ଶିଫା ହସ୍ପିଟାଲ ଭିତରେ ହମାସ ଆତଙ୍କୀଙ୍କ ଆଡ୍ଡାସ୍ଥଳ ଥିବା ଦାବି କରି ଇସ୍ରାଏଲ ପୁଣି ଥରେ ଏହାକୁ ଟାର୍ଗେଟ୍‌ କରି ବୋମା ମାଡ଼ କରିଛି। ତେବେ ଏଥିରେ କେତେ ଜଣ ମୃତାହତ ହୋଇଛନ୍ତି ସେ ନେଇ କୌଣସି ସୂଚନା ମିଳିନାହିଁ।

Advertisment

ଇସ୍ରାଏଲ ଗତ କିଛି ଦିନ ହେବ ଗାଜାର ବିଭିନ୍ନ ଡାକ୍ତରଖାନାକୁ ଟାର୍ଗେଟ କରି ଆସୁଛି। ଇସ୍ରାଏଲ୍ ପ୍ରତିରକ୍ଷା ବାହିନୀ ଏକ ବୟାନରେ କହିଛି ଯେ ସେମାନେ ପୁଣିଥରେ ଗାଜାର ସମ୍ପୃକ୍ତ ଅଧିକାରୀଙ୍କୁ ଜଣାଇ ଦିଆଯାଇଛି ଯେ ହସ୍ପିଟାଲ ଭିତରେ ଥିବା ସମସ୍ତ ସାମରିକ କାର୍ଯ୍ୟକଳାପ ୧୨ ଘଣ୍ଟା ମଧ୍ୟରେ ବନ୍ଦ ହେବା ଜରୁରୀ। କିନ୍ତୁ ଦୁର୍ଭାଗ୍ୟବଶତ ଏହା ହୋଇ ନାହିଁ। ଶ୍ରମିକମାନଙ୍କୁ ଆତ୍ମସମର୍ପଣ କରିବାକୁ ମଧ୍ୟ କୁହାଯାଇଛି।

ଉଭୟ ଇସ୍ରାଏଲ୍ ଏବଂ ଆମେରିକା କହିଛି କମାଣ୍ଡ ପୋଷ୍ଟ ଓ ବନ୍ଧକମାନଙ୍କୁ ଲୁଚାଇବା ପାଇଁ ହମାସ ସଦସ୍ୟମାନେ ଅଣ୍ଡରଗ୍ରାଉଣ୍ଡ ଟନେଲ ଜରିଆରେ ଗାଜାରେ ଥିବା ଡାକ୍ତରଖାନାର ବ୍ୟବହାର କରୁଛନ୍ତି। ମିଳିତ ଜାତିସଂଘ ଆକଳନ କରିଛି ଯେ ଅତି କମରେ ୨୩୦୦ରୋଗୀ, କର୍ମଚାରୀ ଏବଂ ବିସ୍ଥାପିତ ସାଧାରଣ ନାଗରିକ ହସ୍ପିଟାଲ ଭତରେ ଅଛନ୍ତି। ଏମାନେ ଅନେକ ଦିନ ହେବ ଭୟଙ୍କର ଯୁଦ୍ଧ ଏବଂ ଏୟାରଷ୍ଟ୍ରାଇକ୍‌ ଯୋଗୁ ଏଠି ଫସି ରହିଛନ୍ତି।

Advertisment

ସେପଟେ ଏହି ଏୟାରଷ୍ଟ୍ରାଇକ୍‌କୁ ନେଇ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କୁ ଦାୟୀ କରିଛି ହମାସ। ଅଲ-ଶିଫା ହସ୍ପିଟାଲରେ ହୋଇଥିବା ଅପରେସନ୍‌କୁ ନେଇ ହମାସ ଏକ ବିବୃତ୍ତିରେ କହିଛି ଯେ ଅଲ-ଶିଫା ମେଡିକାଲ କମ୍ପ୍ଲେକ୍ସ ଉପରେ ହୋଇଥିବା ଆକ୍ରମଣ ପାଇଁ ଇସ୍ରାଏଲ୍ ଏବଂ ରାଷ୍ଟ୍ରପତି ବାଇଡେନ ସମ୍ପୂର୍ଣ୍ଣ ଭାବେ ଦାୟୀ।

Joe Biden Hamas Israel-Palestine Conflict
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe