Advertisment

ଟଳିଲା ହମାସର ଟପ୍‌ କମାଣ୍ଡର ବିଲାଲ

ଇସ୍ରାଏଲରେ ପଶି ଲୋକଙ୍କୁ ନୃଶଂସ ଭାବେ ହତ୍ୟା କରିବାରେ ସାମିଲ ଥିଲା ବିଲାଲ।

Israel and Gaza War

Israel and Gaza War

Advertisment

ଟଳିଲା ହମାସର ଆଉ ଏକ ଟପ୍‌ କମାଣ୍ଡର। ବିଲାଲ ଅଲ କଦରାକୁ ହତ୍ୟା କରିଛି ଇସ୍ରାଏଲ ସେନା। ଶନିବାର ରାତିରେ ଏୟାର୍‌ ଷ୍ଟ୍ରାଇକ୍ କରି ହମାସର ଏହି ଟପ୍‌ କମାଣ୍ଡରକୁ ହତ୍ୟା କରାଯାଇଥିବା ଇସ୍ରାଲ ସେନା ଦାବି କରିଛି।

Advertisment

ଇସ୍ରାଏଲ୍‌ ବାୟୁସେନାର ଲଢ଼ୁଆ ବିମାନ ଶନିବାର ରାତିରେ ଗାଜା ପଟ୍ଟିରେ ଆତଙ୍କବାଦୀ ସଙ୍ଗଠନ ହମାସର ଦକ୍ଷିଣ ଖାନ୍‌ ୟୁନିସ୍‌ ବଟାଲିୟନ ଉପରେ ଆକ୍ରମଣ କରିଥିଲା। ଏହି ଆକ୍ରମଣରେ ବିଲାଲର ମୃତ୍ୟୁ ହୋଇଥିବା କୁହାଯାଉଛି। ଏହା ବ୍ୟତୀତ ଇସ୍ରାଏଲ ସେନା ଇସ୍ଲାମିକ ଜେହାଦର ହେଡକ୍ୱାର୍ଟରକୁ ଏୟାର ଷ୍ଟ୍ରାଇକ୍ କରି ଧ୍ୱଂସ କରିଛନ୍ତି।

ଇସ୍ରାଏଲ୍ ସେନାର କହିବା ମୁତାବକ, ଆଇଡିଏଫ୍ ଜେୟତୁନ୍‌, ଖାନ୍ ୟୁନିସ୍ ଏବଂ ପଶ୍ଚିମ ଜବାଲିଆର ପଡୋଶୀରେ ଥିବା ଶହେରୁ ଅଧିକ ହାମାସ୍ ଠିକଣା ଉପରେ ଆକ୍ରମଣ କରାଯାଇଛି। କେବଳ ଏତିକି ନୁହେଁ, ହାମାସର ସେହି ହେଡ୍‌ କ୍ୱାର୍ଟରଗୁଡିକୁ ମଧ୍ୟ ଟାର୍ଗେଟ କରାଯାଇଛି ଯେଉଁଠାରୁ ଆତଙ୍କବାଦୀମାନେ ଇସ୍ରାଏଲ ବିରୁଦ୍ଧରେ ଆକ୍ରମଣ କରୁଥିଲେ।

Advertisment

ବିଲାଲ ଦକ୍ଷିଣ ଖାନ୍ ୟୁନିସ୍ ବାଟାଲିୟନର ଟପ୍ କମାଣ୍ଡର ଥିଲା। ଇସ୍ରାଏଲରେ ପଶି ଲୋକଙ୍କୁ ନୃଶଂସ ଭାବେ ହତ୍ୟା କରିବାରେ ସାମିଲ ଥିଲା ବିଲାଲ। ଆତଙ୍କବାଦୀ ସଙ୍ଗଠନ ହମାସ ପାଇଁ କାମ କରିବା ସହ ବିଲାଲ ଫିଲିସ୍ତିନି ଇସଲାମିକ ଜେହାଦ ସଙ୍ଗଠନରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ।

ହମାସ ସହ ଯୁଦ୍ଧ ଭିତରେ ପାଲେଷ୍ଟାଇନ ନାଗରିକମାନଙ୍କୁ ଉତ୍ତର ଗାଜାରୁ ସ୍ଥାନାନ୍ତର ହୋଇଯିବାକୁ ୨୪ ଘଣ୍ଟାର ମୋହଲତ ଦେଇଛି ଇସ୍ରାଏଲ। ଗାଜାର ଲୋକେ ଜୀବନ ବଞ୍ଚାଇବାକୁ ଦକ୍ଷିଣ ଗାଜାକୁ ଚାଲିଯିବାକୁ କୁହାଯାଇଛି। ଇସ୍ରାଏଲର ଚେତାବନୀ ଭିତରେ ଗାଜାର ଲୋକଙ୍କ ପ୍ରାଣ ବିକଳରେ ନିଜ ଘର ଛାଡିବାକୁ ବାଧ୍ୟ ହେଉଛନ୍ତି।

Israel Israel-Palestine War
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe