Advertisment

ମସ୍‌ଜିଦ ଉପରେ ଏୟାରଷ୍ଟ୍ରାଇକ୍, ୨୪ ମୃତ

ମଧ୍ୟ ଗାଜା-ପଟ୍ଟି ଡେର୍‌ ଅଲ-ବାଲା ସ୍ଥିତ ଅଲ-ଅକ୍ସା ହସ୍ପିଟାଲ ନିକଟରେ ଥିବା ମସଜିଦ ଉପରେ ଆକ୍ରମଣ କରିଛି ଇସ୍ରାଏଲ।

ଅଦ୍ୟତନ ହୋଇଛି
Israel Air Strike

Israel Air Strike

Advertisment

ପୁଣି ଥରେ ଗାଜାରେ ଏୟାରଷ୍ଟ୍ରାଇକ୍‌ ଆରମ୍ଭ କରିଛି ଇସ୍ରାଏଲ। ରବିବାର ଗାଜାର ଏକ ମସଜିଦ ଉପରେ ଇସ୍ରାଏଲ ରକେଟ୍‌ ମାଡ଼ କରିଛି। ଏଥିରେ ଅତିକମ୍‌ରେ ୨୪ ଜଣଙ୍କ ମୃତ୍ୟୁ ହୋଇଛି। ସେହିପରି ଅନେକ ଆହତ ହୋଇଛନ୍ତି। ଇସ୍ରାଏଲ ଓ ହମାସ ଯୁଦ୍ଧକୁ ଏକ ବର୍ଷ ପୂର୍ତ୍ତି ହେବାକୁ ଯାଉଥିବା ବେଳେ ଏହି ଆକ୍ରମଣ ହୋଇଛି।

Advertisment

ମଧ୍ୟ ଗାଜା-ପଟ୍ଟି ଡେର୍‌ ଅଲ-ବାଲା ସ୍ଥିତ ଅଲ-ଅକ୍ସା ହସ୍ପିଟାଲ ନିକଟରେ ଥିବା ମସଜିଦ ଉପରେ ଆକ୍ରମଣ କରିଛି ଇସ୍ରାଏଲ। ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ମୁତାବକ, ଆଗକୁ ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିପାରେ। କାରଣ ଏଠାରେ ବହୁ ସଂଖ୍ୟାରେ ବିସ୍ଥାପିତମାନେ ଆଶ୍ରୟ ନେଇଥିଲେ।

ଇସ୍ରାଏଲ ସେନା କହିଛି, ହମାସ ଆତଙ୍କବାଦୀଙ୍କ ଉପରେ ସଠିକ୍‌ ଆକ୍ରମଣ ହୋଇଛି। ଡେର ଅଲ ବାଲା ଅଞ୍ଚଳରେ ଥିବା ଶୁହାଦା ଅଲ-ଅକ୍ସା ମସ୍‌ଜିଦ ଭିତରେ ହମାସ ଆତଙ୍କବାଦୀ ଗତିବିଧି ପରିଚାଳନା କରୁଥିଲା। ଏହି ମସଜିଦ ଭିତରେ ହମାସର କମାଣ୍ଡ ସେଣ୍ଟର ଓ କଣ୍ଟ୍ରୋଲ ରୁମ୍‌ ଚଳାଉଥିଲା।

Advertisment

କହିରଖୁ ଯେ, ଗାଜାରେ ପରିସ୍ଥିତି ଅତ୍ୟନ୍ତ ସଙ୍ଗୀନ ରହିଛି। ଗୋଟିଏ ପଟେ ଯୁଦ୍ଧ ଉପରେ ବିରାମ ଲଗାଇବା ପାଇଁ ଉଦ୍ୟମ କରାଯାଉଥିବା ବେଳେ ଏବଂ ଅନ୍ୟ ପଟେ ପୋଲିଓ ଅଭିଯାନ ଭଳି ମାନବିକ ସହାୟତା ମଧ୍ୟ ଜାରି ରହିଛି। ଏଭଳି ପରିସ୍ଥିତିରେ ଗାଜା ଏବଂ ଇସ୍ରାଏଲ ମଧ୍ୟରେ ତିକ୍ତତା ବୃଦ୍ଧି ପାଉଛି। ଅନ୍ୟପକ୍ଷରେ, ହଜାର ହଜାର ଇସ୍ରାଏଲ ନାଗରିକଙ୍କୁ ହତ୍ୟା ଏବଂ ବନ୍ଧକ ରଖିବା ପରେ ଇସ୍ରାଏଲ ହମାସ ବିରୋଧରେ ଅଭିଯାନକୁ ଜୋରଦାର କରିଛି।

Israel-Hamas War Air Strike On Mosque Gaza
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe