Advertisment

ଇସ୍ରାଏଲ ସେନାର ସାଂଘାତିକ ତ୍ରୁଟି; ନିଜର ୩ ନାଗରିକଙ୍କୁ ଗୁଳି କରିଦେଲା

ହମାସ ଆତଙ୍କବାଦୀ ଭାବି ନିଜର ୩ ନାଗରିକଙ୍କୁ ଇସ୍ରାଏଲ ସେନା ଗୁଳି କରିଦେଇଛନ୍ତି।

ଅଦ୍ୟତନ ହୋଇଛି
Israel Army

Israel Army

Advertisment

ଇସ୍ରାଏଲ ଓ ହମାସ ମଧ୍ୟରେ ଚାଲିଥିବା ରକ୍ତାକ୍ତ ସଂଘର୍ଷ ଥମିବା ନାଁ ଧରୁନି। ଇତି ମଧ୍ୟରେ ହମାସ ଆତଙ୍କବାଦୀଙ୍କ ଉପରେ ଆଖିବୁଜା ଗୁଳି ଚାଳନା କରୁଥିବା ଇସ୍ରାଏଲ ସେନା ଘଟାଇଛି ସାଂଘାତିକ କାଣ୍ଡ। ହମାସ ଆତଙ୍କବାଦୀ ଭାବି ନିଜର ୩ ନାଗରିକଙ୍କୁ ସେମାନେ ଗୁଳି କରିଦେଇଛନ୍ତି। ନିଜ ସେନା ଦ୍ୱାରା ୩ ଇସ୍ରାଏଲ ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଛି। ଏହାକୁ ନେଇ ଇସ୍ରାଏଲ ସେନା ପକ୍ଷରୁ ଗଭୀର ଶୋକ ପ୍ରକଟ କରାଯାଇଛି।

Advertisment

ଇସ୍ରାଏଲ ସେନା ପକ୍ଷରୁ ଜାରି ବିବୃତିରେ କୁହାଯାଇଛି, ଶେଜୈୟାରେ ଚାଲିଥିବା ଗୁଳିମାଡ଼ ବେଳେ ଭୁଲବଶଃତ ସେନା ହମାସ ଦ୍ୱାରା ବନ୍ଧକ ହୋଇଥିବା ନିଜର ୩ ନାଗରିକଙ୍କୁ ବିପଦ ଭାବି ନେଇଥିଲା। ଫଳରେ ତୁରନ୍ତ ସେମାନଙ୍କ ଉପରକୁ ଗୁଳି ବର୍ଷା କରାଯାଇଥିବା ବେଳେ ଘଟଣାସ୍ଥଳରେ ହିଁ ସେମାନଙ୍କ ମୃତ୍ୟୁ ହୋଇ ଯାଇଥିଲା।

ଏହି ଘଟଣାକୁ ନେଇ ଇସ୍ରାଏଲ ସେନା IDF ଗଭୀର ଦୁଃଖ ପ୍ରକଟ କରିଛି। ଏଥିସହ ଏପରି ସାଂଘାତିକ ତ୍ରୁଟିର କାରଣ ଖୋଜିବାକୁ କମିଟି ଗଠିତ ହୋଇଥିବା ସୂଚନା ଦେଇଛି। ଏଥିସହ ଏବେ ଗାଜାପଟ୍ଟିରେ ଥିବା ସମସ୍ତ ସୈନ୍ୟଙ୍କୁ ଅଧିକ ସଚେତନା ରହିବାକୁ ଇସ୍ରାଏଲ ନିର୍ଦ୍ଦେଶ ଦେଇଛି।

Advertisment

ମୃତ ୩ ଜଣଙ୍କ ମଧ୍ୟରୁ ୨ ଜଣଙ୍କୁ ଚିହ୍ନଟ କରାଯାଇଛି। ସେମାନେ ଗତ ୭ ଅକ୍ଟୋବରରୁ ହମାସ ଦ୍ୱାରା ଅପହୃତ ହୋଇଥିବା ଜଣାଯାଇଛି।

ଏହି ଘଟଣାରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ନେତନ୍ୟାହୁ ଗଭୀର ଦୁଃଖ ପ୍ରକାଶ କରିବା ସହ ଏହାକୁ ଅସହନୀୟ କହିଛନ୍ତି। ଏଥିସହ ଇସ୍ରାଏଲବାସୀଙ୍କ ସମ୍ମୁଖରେ ଗଭୀର ଦୁଃଖର ସହ ନିଜ ମୁଣ୍ଡ ନୁଆଁଉବା ସହ ନିଜ ଦେଶର ୩ ପୁଅଙ୍କ ମୃତ୍ୟୁ ମୋତେ ଗଭୀର ଧକ୍କା ଦେଇଥିବା କହିଛନ୍ତି।

ଏହି ଘଟଣା ପାଇଁ ଇସ୍ରାଏଲ ସେନା ମୁଖ୍ୟ ଡ୍ୟାନିୟଲ ହଗାରୀ ନିଜକ ଦାୟୀ କରି ସେନା ପକ୍ଷରୁ ଘଟିଥିବା ଏପରି ସାଂଘାତିକ ଭୁଲ୍‌ ପାଇଁ ନିଜକୁ ଦାୟୀ କରିଛନ୍ତି। ଏଥିସହ ସେ କହିଛନ୍ତି, ଆମେ ଭାବୁଛୁ ହମାସ ଦ୍ୱାରା ବନ୍ଧକ ହୋଇଥିବା ୩ ଇସ୍ରାଏଲ ନାଗରିକ ଖସି ଆସିଥିଲେ ନଚେତ ଆତଙ୍କବାଦୀ ତାଙ୍କୁ ଜାଣିଶୁଣି ଛାଡ଼ି ଦେଇଥିଲେ। ଏ ନେଇ ସବିଶେଷ ସୂଚନା ମିଳି ପାରିନି।

ଗତ ୭ ଅକ୍ଟୋବରରେ ହମାସ ଅତର୍କିତ ଭାବେ ଇସ୍ରାଏଲ ଉପରେ ଭୟଙ୍କର ଆକ୍ରମଣ କରିଥିବା ବେଳେ ପ୍ରାୟ ୨୫୦ ଜଣଙ୍କୁ ବନ୍ଧକ ଭାବେ ନେଇଯାଇଥିଲା।  ସେମାନଙ୍କୁ ମୁକୁଳାଇବା ନିମନ୍ତେ ଇସ୍ରାଏଲ ହମାସ ଉପରେ ଆକ୍ରମଣ ଜାରି ରଖିଛି।  ଇସ୍ରାଏଲର ଜବାବୀ ଯୁଦ୍ଧରେ ଏ ଯାବତ ୧୮,୭୦୦ ଜଣଙ୍କ ମୃତ୍ୟୁ ହୋଇ ସାରିଥିବା ହମାସ ପକ୍ଷରୁ ସୂଚନା ମିଳିଛି।

Israel Israel-Palestine Conflict
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe