Advertisment

ମୁମ୍ବାଇ ଆକ୍ରମଣର ୧୫ ବର୍ଷ ପରେ ଲସ୍କରକୁ ବ୍ୟାନ କଲା ଇସ୍ରାଏଲ୍‌

ଆଜି ଯାଏ ଇସ୍ରାଏଲ ଲସ୍କର ବିରୋଧରେ କ’ଣ ପାଇଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନଥିଲା, ତାହା ହିଁ ବଡ଼ ପ୍ରଶ୍ନ।

Mumbai

Mumbai

Advertisment

ଦୀର୍ଘ ୧୫ ବର୍ଷ ହେଲା ଶୋଇ ରହିଥିବା ଇସ୍ରାଏଲର ନିଦ ଏବେ ଭାଙ୍ଗିଛି। ମୁମ୍ବାଇରେ ହମଲା କରିଥିବା ପାକିସ୍ତାନ ଭିତ୍ତିକ ଆତଙ୍କବାଦୀ ସଂଗଠନ ଲସ୍କର-ଇ-ତାଏବାକୁ ଶେଷରେ ବ୍ୟାନ କରିଛି ଇସ୍ରାଏଲ। ୨୦୦୮ ମସିହା ନଭେମ୍ବର ୨୬ରେ ଲସ୍କରର ୧୦ ଜଣ ସଦସ୍ୟ ମୁମ୍ବାଇରେ ୩ ଦିନ ଧରି ତାଣ୍ଡବ ରଚିଥିଲେ।

Advertisment

ଏଥିରେ ଇସ୍ରାଏଲର କିଛି ଲୋକ ମଧ୍ୟ ପ୍ରାଣ ହରାଇଥିଲେ। କାରଣ ଆତଙ୍କୀମାନେ ମୁମ୍ବାଇର ଗୋଟିଏ ଇହୁଦୀ କେନ୍ଦ୍ର ଉପରେ ମଧ୍ୟ ଆକ୍ରମଣ କରିଥିଲେ। ତଥାପି ଇସ୍ରାଏଲ ଆଜି ଯାଏ ଜାତିସଂଘ ଦ୍ୱାରା ଆତଙ୍କବାଦୀ ସଂଗଠନର ମାନ୍ୟତା ପାଇଥିବା ଲସ୍କରକୁ ବ୍ୟାନ କରି ନଥିଲା। କିନ୍ତୁ ମୁମ୍ବାଇ ଆକ୍ରମଣକୁ ୧୫ ବର୍ଷ ପୂରିବାକୁ ଯାଉଥିବା ବେଳେ ଇସ୍ରାଏଲ ନିଜ ଆଡ଼ୁ ଲସ୍କରକୁ ବ୍ୟାନ କରିଛି।

ଇସ୍ରାଏଲ ଦୂତାବାସ ପକ୍ଷରୁ କୁହାଯାଇଛି ଯେ ସମସ୍ତ ପ୍ରକାରର ନିୟମ କାନୁନ ଓ ଦସ୍ତାବିଜର ଯାଞ୍ଚ କରିବା ପରେ ଲସ୍କର-ଇ-ତାଏବାକୁ ଆତଙ୍କବାଦୀ ସଂଗଠନ ତାଲିକାରେ ସାମିଲ କରାଯାଉଛି। ମୁମ୍ବାଇ ଆକ୍ରମଣର ୧୫ ବର୍ଷ ପୂର୍ତ୍ତି ପୂର୍ବରୁ ଇସ୍ରାଏଲ ପକ୍ଷରୁ ଲସ୍କରକୁ ଆତଙ୍କବାଦୀ ସଂଗଠନ ଭାବେ ବିବେଚନା କରାଯାଉଛି। 

Advertisment

ତେବେ ଆଜି ଯାଏ ଇସ୍ରାଏଲ ଲସ୍କର ବିରୋଧରେ କ’ଣ ପାଇଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନଥିଲା, ତାହା ହିଁ ବଡ଼ ପ୍ରଶ୍ନ। ଅକ୍ଟୋବର ୭ରେ ହମାସ ପକ୍ଷରୁ ଇସ୍ରାଏଲ ଉପରେ ହମଲା କରାଯାଇଥିଲା। ଏହାପରେ ଇସ୍ରାଏଲ କାଉଣ୍ଟର ଆଟାକ କରି ଗାଜା ଷ୍ଟ୍ରିପକୁ ଛିନଛତ୍ର କରି ଦେଇଛି।

ଏସବୁ ଭିତରେ ହମାସକୁ ବିଶ୍ୱସ୍ତରୀୟ ଆତଙ୍କୀ ସଂଗଠନ ଭାବେ ଗଣତି କରିବାକୁ ଇସ୍ରାଏଲ ଦାବି କରୁଛି। ଖାଲି ସେତିକି ନୁହେଁ, ହମାସ କରିଥିବା ଆକ୍ରମଣକୁ ଇସ୍ରାଏଲ ମୁମ୍ବାଇ ଆତଙ୍କୀ ହମାସ ସହ ସମାନ ମଧ୍ୟ କରିଛି। ଏବେ ଇସ୍ରାଏଲ ଲସ୍କର ଉପରେ ବ୍ୟାନ ଲଗାଇଥିବାରୁ ହମାସ ବିରୋଧରେ ମଧ୍ୟ ସମାନ ଆଭିମୁଖ୍ୟ ଗ୍ରହଣ କରିବାକୁ ପୂରା ବିଶ୍ୱକୁ କହିଛି।

Israel MUMBAI ATTACK War Israel-Palestine War Lashkar-e-Taiba
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe