Advertisment

ଗାଜାର ମସ୍‌ଜିଦ ଉପରେ ଏୟାରଷ୍ଟ୍ରାଇକ୍‌ କଲା ଇସ୍ରାଏଲ୍‌

ହମାସ ଆତଙ୍କୀମାନେ ଏହି ମସଜିଦ ତଳେ ଲୁଚି ରହିଥିଲେ।

author-image
Madhupriya Mistry
ଅଦ୍ୟତନ ହୋଇଛି
Airstrike on gaza

Airstrike on gaza

ଇସ୍ରାଏଲ ଓ ହମାସ ଆତଙ୍କୀ ସଙ୍ଗଠନ ମଧ୍ୟରେ ଦିନକୁ ଦିନ ଯୁଦ୍ଧ ଉଗ୍ର ରୂପ ନେଉଛି। ଏହାରି ଭିତରରେ ଇସ୍ରାଏଲ ପ୍ରତିଶୋଧ ନେବାକୁ ଯାଇ ହମାସ ଉପରେ କରିଛି ବଡ଼ ଏୟାରଷ୍ଟ୍ରାକ୍‌। ଇସ୍ରାଏଲ୍‌ ଗାଜାର ପଶ୍ଚିମାଞ୍ଚଳରେ ଥିବା ଅଲ୍‌-ଅନ୍‌ସାର୍‌ ମସଜିଦ ଉପରେ ରକେଟ୍‌ ମାଡ଼ କରିଛି।

Advertisment

ହମାସ ଆତଙ୍କୀମାନେ ଏହି ମସଜିଦ ତଳେ ଲୁଚି ରହିଥିଲେ। ଏଠାରେ ହମାସର କମାଣ୍ଡ ସେଣ୍ଟର ଚାଲିଥିଲା। ଏକ ଆତଙ୍କବାଦୀ ଘଟଣା ଘଟାଇବାକୁ ଯୋଜନା କରୁଥିଲେ। ଗାଜାର ଉତ୍ତର ପଶ୍ଚିମର ଜେନିନ୍ ସହରର ଏକ ମସଜିଦ ସହିତ ସଂଯୁକ୍ତ ଏକ ଭୂତଳ ଆତଙ୍କବାଦୀ ମାର୍ଗକୁ ଟାର୍ଗେଟ କରି ଏୟାରଷ୍ଟ୍ରାଇକ୍‌ କରାଯାଇଛି। ଏହି ଏଠାରେ ହାମାସ୍ ଏବଂ ପାଲେଷ୍ଟାଇନ ଇସଲାମ ଜିହାଦ୍ ଲୁଚି ରହିଥିଲେ। ଏୟାରଷ୍ଟ୍ରାଇକ୍‌ କରି ସେମାନଙ୍କୁ ହତ୍ୟା କରାଯାଇଥିବା ଇସ୍ରାଏଲ ଦାବି କରିଛି। ଇସ୍ରାଏଲ୍ ସୁରକ୍ଷା ଏଜେନ୍ସି କହିଛି ଯେ ଗୁଇନ୍ଦା ସୂଚନା ପାଇବା ପରେ ହିଁ ଆଇଡିଏଫ୍ ଏପରି ଆକ୍ରମଣ କରିଛି।

ଆତଙ୍କବାଦୀ କାର୍ଯ୍ୟକଳାପ ପାଇଁ ୨୦୨୩ ଜୁଲାଇ ମାସରୁ ଏହି ମସ୍‌ଜିଦ୍‌କୁ କମାଣ୍ଡ ସେଣ୍ଟର ରୂପେ ବ୍ୟବହାର କରାଯାଉଥିଲା। ସାଙ୍ଘାତିକ ଓ ତ୍ୱରିତ ଆତଙ୍କବାଦୀ ଆକ୍ରମଣ ଲାଗି ଯୋଜନା କରିବାକୁ ହମାସ୍‌ ସଂଗଠନ ଏହି ମସ୍‌ଜିଦ୍‌କୁ ବ୍ୟବହାର କରୁଥିବାରୁ ଆଞ୍ଚଳିକ ନିରାପତ୍ତା ପ୍ରତି ଘୋର ବିପଦ ଦେଖାଦେଇଥିଲା ବୋଲି ଇସ୍ରାଏଲ ସେନା କହିଛି।

Advertisment

ସେପଟେ ଇସ୍ରାଏଲ୍‌ ଗାଜା ଷ୍ଟ୍ରିପ୍‌ ଉପରେ ଆକ୍ରମଣ ତୀବ୍ରତର କରିଥିବା ବ‌େଳେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍‌ ‘ଏନ୍‌କ୍ଲାଭ୍‌’କୁ ଆସିଥିବା ୨୦ଟି ସହାୟତା ଟ୍ରକ୍‌କୁ ସ୍ୱାଗତ କରିଛନ୍ତି। ରାଫା ବର୍ଡର୍‌ କ୍ରସିଂ ବାଟେ ଆହୁରି ଅଧିକ ସହାୟତା ଆସିବ ବୋଲି ୱାସିଂଟନ୍‌ ପ୍ରତିବଦ୍ଧ ଓ ସୁନିଶ୍ଚି ବୋଲି ସେ କହିଛନ୍ତି।

ଅକ୍ଟୋବର ୭ ତାରିଖରେ ହମାସ ଆତଙ୍କବାଦୀମାନେ ଇସ୍ରାଏଲ ଉପରେ ଆକ୍ରମଣ କରିଥିଲେ। ଏହାପରେ ପାଲେଷ୍ଟାଇନ୍‌ ଓ ଇସ୍ରାଏଲ ମଧ୍ୟ ଯୁଦ୍ଦ ଜାରି ରହିଛି। ଏହି ଯୁଦ୍ଧ ଯୋଗୁ ଉଭୟ ପକ୍ଷରୁ ପ୍ରାୟ ୬୦୦୦ରୁ ଅଧିକ ଲୋକ ପ୍ରାଣ ହରାଇ ସାରିଲେଣି।

Israel Israel-Palestine Conflict