Advertisment

ପୁଣି ଗାଜାରେ ବୋମା ମାଡ, ହମାସ ଧମକର ଜବାବ ଦେଲା ଇସ୍ରାଏଲ

ବନ୍ଧକ ଛାଡିବାର ଦାବି ପୂରଣ ନ ହେଲେ ଇସ୍ରାଏଲର କୌଣସି ବନ୍ଦୀ ଜୀବିତ ଫେରିବା ନାହିଁ ବୋଲି ହମାସ ଚେତାବନୀ ଦେବା ପରେ ଏହି ଆକ୍ରମଣ ହୋଇଛି।

File photo

File photo

Advertisment

କିଛି ଦିନର ଯୁଦ୍ଧ ବିରାମ ପରେ ପୁଣି ଇସ୍ରାଏଲ ଓ ହମାସ ମଧ୍ୟରେ ଘମାଘୋଟ ଲଢେଇ ଆରମ୍ଭ ହୋଇଯାଇଛି। ସୋମବାର ଇସ୍ରାଏଲ ଦକ୍ଷିଣ ଗାଜାର ମୁଖ୍ୟ ସହର ଉପରେ ଆଖିବୁଜା ବୋମା ମାଡ କରିଛି। ବନ୍ଧକ ଛାଡିବାର ଦାବି ପୂରଣ ନ ହେଲେ ଇସ୍ରାଏଲର କୌଣସି ବନ୍ଦୀ ଜୀବିତ ଫେରିବା ନାହିଁ ବୋଲି ହମାସ ଚେତାବନୀ ଦେବା ପରେ ଏହି ଆକ୍ରମଣ ହୋଇଛି। ଏହି ବୋମା ମାଡରେ କେତେ ଲୋକଙ୍କ ମୃତ୍ୟୁ ଘଟିଛି ସେନେଇ କୌଣସି ସ୍ପଷ୍ଟ ସୂଚନା ଆସିପାରି ନାହିଁ।  

Advertisment

ଇସ୍ରାଏଲ ସେନା ରିପୋର୍ଟ ଅନୁସାରେ, ଅକ୍ଟୋବର 7ରେ ହମାସର ଆକ୍ରମଣରେ 1200 ଲୋକଙ୍କର ମୃତ୍ୟୁ ଘଟିଥିଲା ​​ଏବଂ ପ୍ରାୟ 240 ଜଣଙ୍କୁ ନେଇ ବନ୍ଧକ ରଖିଛି। ଇସ୍ରାଏଲ ସେନା ମଧ୍ୟ ପାଲଟା ଜବାବ ଦେଇ ଗାଜାର ବହୁ ଅଞ୍ଚଳକୁ ଉଡାଇ ଦେଇଥିଲେ। ଏଥିରେ ଅତି କମରେ 17,997 ଜଣଙ୍କ ମୃତ୍ୟୁ ଘଟିଥିଲା। ଏହାପରେ ଦୁଇ ଗୋଷ୍ଠୀ ମଧ୍ୟରେ ଶାନ୍ତି ଚୁକ୍ତି ହୋଇଥିଲା।

ଦୁଇ ପକ୍ଷ ବନ୍ଧକଙ୍କୁ ଫେରାଇବା ସର୍ତ୍ତରେ 6-7 ଦିନର ଯୁଦ୍ଧବିରତି ହୋଇଥିଲେ। ଏଥିରେ ଉଭୟ ପକ୍ଷ ପର୍ଯ୍ୟାୟ କ୍ରମେ ଅଳ୍ପ ସଂଖ୍ୟକ ବନ୍ଧକଙ୍କୁ ମୁକୁଳାଇ ଥିଲେ। କିନ୍ତୁ ପରେ ପୁନର୍ବାର ଯୁଦ୍ଧ ହୋଇଥିଲା। ସମସ୍ତ ପାଲେଷ୍ଟାଇନ ବନ୍ଦୀଙ୍କୁ ନ ମୁକୁଳାଇଲେ କେହି ବି ଜଣେ ଇସ୍ରାଏଲ ନାଗରିକ ଜୀବିତ ଫେରିବେ ନାହିଁ ବୋଲି ହମାସ ଚେତାବନୀ ଦେବା ପରେ ପୁଣି ପ୍ରତିକ୍ରିୟା ପରାୟଣ ହୋଇଛି ଇସ୍ରାଏଲ। 

Advertisment

ଆଜି ଖାନ ୟୁନିସ ସହର ଉପରେ ଆକ୍ରମଣ କରିଛି ଇସ୍ରାଏଲ ସେନା। ଗତକାଲି ମଧ୍ୟ ଦୁଇ ଗୋଷ୍ଠୀ ମଧ୍ୟରେ ପ୍ରବଳ ସଂଘର୍ଷ ଘଟିଥିଲା। ଇସ୍ରାଏଲ କହିଛି ଯେ, ଗାଜାରେ 137 ଇସ୍ରାଏଲ ବନ୍ଧକ ଥିବାବେଳେ ଇସ୍ରାଏଲ ଜେଲରେ 7,000 ପାଲେଷ୍ଟାଇନ ବାସୀ ବନ୍ଦି ଅଛନ୍ତି । 

Palestine Israel-Palestine Conflict Hamas Israel-Palestine War War Israel
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe