Advertisment

ଲେବାନନରେ ଇସ୍ରାଏଲର ଆକ୍ରମଣ; ୧୮୨ ମୃତ, ୪୦୦ରୁ ଊର୍ଦ୍ଧ୍ୱ ଆହତ

ସ୍ଥାନ ଛାଡ଼ି ଚାଲିଯିବାକୁ ପରାମର୍ଶ ଦେବାର କିଛି ଘଣ୍ଟା ପରେ ଆକ୍ରମଣ କରିଛି ଇସ୍ରାଏଲ।

author-image
Debibandita Barick
ଅଦ୍ୟତନ ହୋଇଛି
Bomb Attack

Bomb Attack

ହେଜବୁଲ୍ଲା ଏବଂ ଇସ୍ରାଏଲର ବିବାଦ ମଧ୍ୟରେ ଲେବାନନ ଉପରେ ଆକ୍ରମଣ କରିଛି ଇସ୍ରାଏଲ ସେନା। ଘନ ଘନ ରକେଟ ମାଡରେ ଧ୍ୱସ୍ତ ବିଧ୍ୱସ୍ତ ହୋଇଯାଇଛି ଲେବାନନର କିଛି ଅଞ୍ଚଳ। ଏଥିରେ ୧୮୨ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟି ଥିବାବେଳେ ୪୦୦ରୁ ଅଧିକ ଲୋକ ଆହତ ହୋଇଛନ୍ତି।

Advertisment

ଇସ୍ରାଏଲର ଆକ୍ରମଣ ନେଇ ଲେବାନନ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି। ପ୍ରଥମେ ମୃତ୍ୟୁସଂଖ୍ୟା ୫୦ ବୋଲି କୁହାଯାଉଥିଲା। ପରବର୍ତ୍ତୀ ସମୟରେ ଏହା ବଢି ୧୮୨ରେ ପହଞ୍ଚିଥିବା ରିପୋର୍ଟ ଆସିଛି। ସେହିପରି ଆହତଙ୍କ ସଂଖ୍ୟା ମଧ୍ୟ ବଢୁଛି। ଇସ୍ରାଏଲ ବଡ଼ ଧରଣର ଆକ୍ରମଣ କରିଥିବାରୁ ମୃତ୍ୟୁସଂଖ୍ୟା ବୃଦ୍ଧି ପାଇବା ନେଇ ଆଶଙ୍କା କରାଯାଉଛି।

ସୂଚନା ଅନୁସାରେ, ଆଜି କିଛି ଘଣ୍ଟା ପୂର୍ବରୁ ଇସ୍ରାଏଲ ସେନା ପକ୍ଷରୁ ଭିଡିଓ ଜାରି କରାଯାଇ ଅନ୍ୟ ସ୍ଥାନକୁ ଚାଲିଯିବାକୁ ପରାମର୍ଶ ଦିଆଯାଇଥିଲା। ଯେଉଁସ୍ଥାନରେ ଲେବାନନର ସମର୍ଥିତ ସଂଗଠନ ହେଜବୁଲ୍ଲା ଅସ୍ତ୍ରଶସ୍ତ୍ର ସଂରକ୍ଷଣ କରି ରଖୁଛି, ସେଠାରୁ ତୁରନ୍ତ ଚାଲିଯିବାକୁ ପରାମର୍ଶ ଦେଇଥିଲା ଇସ୍ରାଏଲ ସେନା। 

Advertisment

ଏପରିକି ଇସ୍ରାଏଲ୍ ସେନା ଦକ୍ଷିଣ ଲେବାନନର ୧୭ଟି ଗାଁ ଏବଂ ସହରକୁ ଦର୍ଶାଇ ଏକ ମାନଚିତ୍ର ମଧ୍ୟ ପ୍ରକାଶ କରିଥିଲା। ମାନଚିତ୍ର ଅନୁସାରେ, ସେହି ଅଞ୍ଚଳ ଛାଡ଼ିଦେବାକୁ କୁହାଯାଇଥିଲା। କିନ୍ତୁ ନିର୍ଦ୍ଦିଷ୍ଟ କେଉଁ ଅଞ୍ଚଳରେ ଇସ୍ରାଏଲ ଆକ୍ରମଣ କରିବାକୁ ଚାହୁଁଛି ସେନେଇ କୌଣସି ଇଙ୍ଗିତ କରିନଥିଲା।

ଏହି ପୋଷ୍ଟର କିଛି ଘଣ୍ଟା ପରେ ଲେବାନନରେ ବଡ଼ ଧରଣର ଆକ୍ରମଣ କରିଛି ଇସ୍ରାଏଲ, ଯେଉଁଥିରେ ଶତାଧିକ ଲୋକଙ୍କ ଜୀବନ ଗଲାଣି। ସେପଟେ ଲେବାନନ ପକ୍ଷରୁ କୁହାଯାଇଛି ଯେ, ତାଙ୍କ ଦେଶର ଲୋକଙ୍କୁ ପ୍ରାୟ ୮୦ ହଜାରରୁ ଅଧିକ ଫୋନ୍ କଲ୍ ଆସିଥିଲା। କିଛି ସନ୍ଦିଗ୍ଧ ବ୍ୟକ୍ତି କଲ୍ କରି ଅନ୍ୟତ୍ର ଚାଲିଯିବାକୁ କହିଥିଲେ। 

Bomb Attack Air Strike Israel-Lebanon Conflict Israel