Hostages Cuffed, Shot By Hamas
ଇସ୍ରାଏଲ ଓ ପାଲେଷ୍ଟାଇନ୍ ମଧ୍ୟରେ ଦିନକୁ ଦିନ ଯୁଦ୍ଧ ଉଗ୍ର ହେବାରେ ଲାଗିଛି। ହମାସର ଆତଙ୍କବାଦୀମାନେ ଇସ୍ରାଲ ଉପରେ ଆଖିବୁଜା ରକେଟ୍ ମାଡ କରୁଛନ୍ତି। ଏପରିକି ଇସ୍ରାଲର ଶତାଧିକ ଲୋକଙ୍କୁ ବନ୍ଧକ ମଧ୍ୟ କରି ରଖିଛନ୍ତି। ହମାସ ଆତଙ୍କବାଦୀମାନେ ବନ୍ଧକମାନଙ୍କ ସହ ଘଟାଉଛନ୍ତି ନୃଶଂସକାଣ୍ଡ। ସେମାନଙ୍କ ହାତରେ ହାତକଡ଼ି ଲଗାଇ ଗୁଳି ମାଡ଼ କରୁଛନ୍ତି। ଏନେଇ ଇସ୍ରାଏଲ ଦାବି କରିଛି।
ଆଇଡିଏଫ୍ ଦାବି କରିଛି ଯେ, ହମାସ ଅନେକ ଲୋକଙ୍କୁ ବନ୍ଧକ ବନାଇ ରଖିଛି। ଏବେ ସେମାନଙ୍କୁ ଜଣ ଜଣ କରି ସେ ମାରୁଛି। କେବଳ ସେତିକି ନୁହେଁ ଛୋଟ ଛୁଆମାନଙ୍କୁ ମଧ୍ୟ ହମାସ ଆତଙ୍କବାଦୀମାନେ ଛାଡୁ ନାହାନ୍ତି। ସେମାନଙ୍କ ସହ ମଧ୍ୟ ଆତଙ୍କବାଦୀମାନେ ବର୍ବରକାଣ୍ଡ ଘଟାଉଥିବା ଆଇଡିଏଫ୍ର ପ୍ରବକ୍ତା ଜୋନାଥନ କନ୍ରିକସ୍ କହିଛନ୍ତି। ଗାଜା ପଟ୍ଟିରେ ହମାସ ଦ୍ୱାରା ମହିଳା ଓ ଶିଶୁଙ୍କ ହାତ ବାନ୍ଧି ହତ୍ୟା କରାଯାଇଛି ବୋଲି ସେ ଦାବି କରିଛନ୍ତି।
ଉଲ୍ଲେଖଯୋଗ୍ୟ ଶନିବାର ଦିନ ଆତଙ୍କବାଦୀମାନେ ଆଖିବୁଜା ଆକ୍ରମଣ କରିଥିଲେ। ଏହାର ଜବାବରେ ଇସ୍ରାଏଲ ଗାଜା ଷ୍ଟ୍ରିପରେ ଥିବା ହମାସର ଠିକଣା ଉପରେ ବୋମାମାଡ଼ କରିଥିଲା। ଇସ୍ରାଏଲ୍ ଦାବି କରିଛି ଯେ ଗାଜା ଷ୍ଟ୍ରିପରେ ହାମାସର ଟନେଲ ଏବଂ ବଙ୍କରର ଏକ ନେଟୱାର୍କ ଅଛି, ଯାହାକୁ ସେମାନେ ଟାର୍ଗେଟ କରିବାକୁ ଯୋଜନା କରୁଛନ୍ତି। କନ୍ରିକସ୍ କହିଛନ୍ତି ଯେ ଇସ୍ରାଏଲ ସେହି ଏୟାର ଷ୍ଟ୍ରାଇକ୍ ପଏଣ୍ଟକୁ ଟାର୍ଗେଟ କରୁଛି ଯାହା ଟନେଲ ନେଟୱାର୍କକୁ ନଷ୍ଟ କରିବ।
ସେପଟେ ଯୁଦ୍ଧ ଯୋଗୁ ଗାଜାରେ ବିଦ୍ୟୁତ୍ ଯୋଗାଣ ପାଇଁ ରହିଥିବା ଏକମାତ୍ର ପାୱାର ପ୍ଲାଣ୍ଟ ବନ୍ଦ ହୋଇଯାଇଛି। ଫଳରେ ପୂରା ସହରକୁ ବିଦ୍ୟୁତ୍ ଯୋଗାଣ ଠପ୍ ହୋଇଯାଇଛି। ଗାଜାକୁ ଇସ୍ରାଏଲ ଖାଦ୍ୟ ଓ ଇନ୍ଧନ ସମେତ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣ ବନ୍ଦ କରିବା ପରେ ଜଟିଳ ସ୍ଥିତି ଉପୁଜିଛି। ଗାଜାରେ ଇନ୍ଧନ ଅଭାବରୁ ପାୱାର ପ୍ଲାଣ୍ଟ ଠପ୍ ହୋଇଯିବା ନେଇ ବିଭିନ୍ନ ମାନବାଧିକାର ସଙ୍ଗଠନ ଉଦବେଗ ପ୍ରକାଶ କରିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/IMAGE_1697092634.jpg)