Advertisment

ହେଜବୁଲ୍ଲାର ପାଣ୍ଠି ଠାବ; ରହିଛି ୫୦୦ ମିଲିୟନ ଡଲାରର କ୍ୟାସ୍ ଓ ସୁନା

ଇସ୍ରାଏଲ ସେନା ହେଜବୁଲ୍ଲାର ଗୁପ୍ତ ପାଣ୍ଠି ଠାବ କରିଛି।

ଅଦ୍ୟତନ ହୋଇଛି
Al-Sahel Hospital

Al-Sahel Hospital

Advertisment

ଗୁପ୍ତରେ ଥିଲା ହେଜବୁଲ୍ଲାର ଆର୍ଥିକ ହବ୍। ଅର୍ଥାତ୍ ବେରୁଟର କେନ୍ଦ୍ରାଞ୍ଚଳରେ ଥିବା ଏକ ବଙ୍କରରେ ଶହ ଶହ ଡଲାରର ନଗଦ ରାଶି ସହ ସୁନା ରଖିଥିଲା ହେଜବୁଲ୍ଲା। ଏନେଇ ଦାବି କରିଛି ଇସ୍ରାଏଲ ସେନା। 

Advertisment

ଇସ୍ରାଏଲ୍ ଡିଫେନ୍ସ ଫୋର୍ସ (IDF) କହିଛି ଯେ, ଲେବାନନର ରାଜଧାନୀ ବେରୁଟ ଡାକ୍ତରଖାନା ତଳେ ହେଜବୁଲ୍ଲାର ଗୁପ୍ତ ପାଣ୍ଠି ରହିଥିଲା। ଏହି ବଙ୍କରରେ ଶହ ଶହ ଡଲାର କ୍ୟାସ୍ ଏବଂ ସୁନା ରହିଛି। ଗୁପ୍ତ ପାଣ୍ଠି ଉପରେ ଏଯାଏ ଆକ୍ରମଣ କରାଯାଇ ନାହିଁ। ଏହି ପାଣ୍ଠିରେ ଲେବାନନର ପୁନଃନିର୍ମାଣ କରାଯାଇ ପାରିବ ବୋଲି ହେଜବୁଲ୍ଲାର IDF ମୁଖପାତ୍ର ରିୟର ଆଡମିରାଲ ହାଗରୀ କହିଛନ୍ତି।

ରବିବାର ହେଜବୁଲ୍ଲାକୁ ଟାର୍ଗେଟ କରି ପୁନଃ ଆକ୍ରମଣ କରିଥିଲା ଇସ୍ରାଏଲ ବାୟୁସେନା। ଏହି ଆକ୍ରମଣ ପରେ IDF ମୁଖପାତ୍ର ରିୟର ଆଡମିରାଲ ହାଗରୀ ଏକ ଭିଡିଓ ଜାରି କରି ହେଜବୁଲ୍ଲାର ଗୁପ୍ତପାଣ୍ଠି ବାବଦରେ ସୂଚନା ଦେଇଛନ୍ତି। 

Advertisment

ସେ କହିଛନ୍ତି, "ଆମେ ହେଜବୁଲ୍ଲାର ଗୁପ୍ତ ଅର୍ଥ ପାଣ୍ଠି ଠାବ କରିଛୁ। ବେରୁଟର କେନ୍ଦ୍ର ସ୍ଥଳରେ ଥିବା ଅଲ୍-ସାହେଲ ହସ୍ପିଟାଲରେ ଏହି ବଙ୍କର ଥିଲା, ଯେଉଁଠାରେ ହେଜବୁଲ୍ଲାର ମୁଖ୍ୟ ହାସନ ନସ୍ରଲ୍ଲା ରହୁଥିଲା। ଏଠାରେ ୫୦୦ ମିଲିୟନ ଡଲାରର କ୍ୟାସ୍ ଏବଂ ସୁନା ଗଚ୍ଛିତ ରହିଛି। ଏହି ଅର୍ଥ ରାଶିକୁ ଖଣ୍ଡ ବିଖଣ୍ଡିତ ହୋଇ ଯାଇଥିବା ଲେବାନନକୁ ପୁଣି ଥରେ ସଜଡ଼ା ଯାଇପାରିବ।" 

ସୂଚନା ଅନୁସାରେ, ରବିବାର ରାତିରେ ଇସ୍ରାଏଲର ବାୟୁସେନା ହେଜବୁଲ୍ଲାର ଆର୍ଥିକ ସଂସ୍ଥା ଅଲ-କାର୍ଡ ଅଲ-ହାସନ (AQAH) ଦ୍ୱାରା ପରିଚାଳିତ ଅଞ୍ଚଳ ସମେତ ପ୍ରାୟ ୩୦ଟି ହେଜବୁଲ୍ଲା ସହ ସମ୍ପୃକ୍ତ ସ୍ଥାନକୁ ଟାର୍ଗେଟ କରି ଏୟାର ଷ୍ଟ୍ରାଇକ୍ କରିଥିଲା। କିନ୍ତୁ ଏଥିରେ AQAH ଉପରେ କୌଣସି ପ୍ରଭାବ ପଡ଼ିନାହିଁ। ଆର୍ଥିକ ପାଣ୍ଠି ସୁରକ୍ଷିତ ଥିବା ଇସ୍ରାଏଲ ସେନା କହିଛି। 

Beirut Israel Air Strike Hezbollah Bunker Israel
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe