Advertisment

ଇରାନର ଯୁଦ୍ଧକାଳୀନ ସେନା ମୁଖ୍ୟଙ୍କୁ ମାରିଲା ଇସ୍ରାଏଲ

ଅଲୀ ଶାଦମାନି ହେଉଛନ୍ତି ଇରାନର ସୁପ୍ରିମ ଲିଡର ଅୟତୋଲ୍ଲା ଅଲୀ ଖାମେନିଙ୍କ ଘନିଷ୍ଠ ସହଯୋଗୀ। ସେ ତାଙ୍କର ଘନିଷ୍ଠ ସାମରିକ ପରାମର୍ଶଦାତା ଭାବେ ମଧ୍ୟ କାମ କରୁଥିଲେ।

Iran

Iran

Advertisment

ଇରାନ ଉପରେ ଘନଘନ ମିସାଇଲ ମାଡ଼ କରୁଥିବା ଇସ୍ରାଏଲ ପକ୍ଷରୁ ବଡ଼ ଦାବି କରାଯାଇଛି। ମିସାଇଲ ମାଡ଼ରେ ଇରାନର ଯୁଦ୍ଧ ସମୟର ସେନା ମୁଖ୍ୟ ଅଲୀ ଶାଦମାନିଙ୍କ ମୃତ୍ୟୁ ହୋଇଥିବା ଇସ୍ରାଏଲ ଡିଫେନ୍ସ ଫୋର୍ସ(ଆଇଡିଏଫ) ଦାବି କରିଛି। ଅଲୀ ଶାଦମାନି ହେଉଛନ୍ତି ଇରାନର ସୁପ୍ରିମ ଲିଡର ଅୟତୋଲ୍ଲା ଅଲୀ ଖାମେନିଙ୍କ ଘନିଷ୍ଠ ସହଯୋଗୀ। ସେ ତାଙ୍କର ଘନିଷ୍ଠ ସାମରିକ ପରାମର୍ଶଦାତା ଭାବେ ମଧ୍ୟ କାମ କରୁଥିଲେ। କିନ୍ତୁ ଇସ୍ରାଏଲ ବାୟୁ ସେନା ତେହରାନରେ କରିଥିବା ଏୟାର ଷ୍ଟ୍ରାଇକରେ ଶାଦମାନି ପ୍ରାଣ ହରାଇଥିବା କୁହାଯାଉଛି।

Advertisment

ଅଲୀ ଶାଦମାନି ଆଇଆରଜିସି ଖତମ ଅଲ ଅନବିୟା କେନ୍ଦ୍ର ମୁଖ୍ୟାଳୟର ମୁଖିଆ ଥିଲେ। ଶୁକ୍ରବାର ଇସ୍ରାଏଲ କରିଥିବା ଏୟାର ଷ୍ଟ୍ରାଇକରେ ଇରାନର ସେନା ମୁଖ୍ୟ ଲେଫ୍ଟନାଣ୍ଟ ଜେନେରାଲ ଘୋଲାମାଲି ରଶିଦଙ୍କ ମୃତ୍ୟୁ ହୋଇଥିଲା। ଏହାପରେ ସୁପ୍ରିମ ଲିଡର ଖାମେନି ଜୁନ ୧୩ରେ ଶାଦମାନିଙ୍କୁ ଆଇଆରଜିସିର ନୂଆ ମୁଖିଆ ଭାବେ ନିଯୁକ୍ତି ଦେଇଥିଲେ। କିନ୍ତୁ ଏବେ ତାଙ୍କର ମଧ୍ୟ ମୃତ୍ୟୁ ଘଟିଛି।

ଆଇଡିଏଫ ପକ୍ଷରୁ ଏକ୍ସରେ କୁହାଯାଇଛି ଯେ ୫ ଦିନ ମଧ୍ୟରେ ଦ୍ୱିତୀୟ ଥର ପାଇଁ ଆଇଡିଏଫ ଇରାନର ୱାର ଟାଇମ ଚିଫ ଅଫ ଷ୍ଟାଫଙ୍କୁ ଖତମ କରିଛି। ଅଲୀ ଶାଦମାନି ଇରାନର ବରିଷ୍ଠ ସାମରିକ ଅଧିକାରୀ ଥିଲେ। ସେ ଖାମେନିଙ୍କ ଘନିଷ୍ଠ ସାମରିକ ପରାମର୍ଶଦାତା ଭାବେ କାର୍ଯ୍ୟ କରୁଥିଲେ।

Advertisment

କେନ୍ଦ୍ରୀୟ ତେହରାନରେ ଇସ୍ରାଏଲ ଏୟାରଫୋର୍ସ କରିଥିବା ଷ୍ଟ୍ରାଇକରେ ତାଙ୍କର ମୃତ୍ୟୁ ହୋଇଛି। ଗୁଇନ୍ଦା ସୂଚନା ଆଧାରରେ ଏହି ଷ୍ଟ୍ରାଇକ କରାଯାଇଥିଲା ବୋଲି ଆଇଡିଏଫ କହିଛି। ଇସ୍ରାଏଲ ପକ୍ଷରୁ ଏପରି ଦାବି କରାଯାଇଥିଲେ ହେଁ ଇରାନ ପକ୍ଷରୁ ଏନେଇ କୌଣସି ପ୍ରକାରର ପ୍ରତିକ୍ରିୟା ପ୍ରକାଶ ପାଇ ନାହିଁ।

Iran Israel Conflict Iran Israel War Israel
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe