Advertisment

ଇନ୍ଧନ ଅଭାବ ଯୋଗୁ ଜରୁରୀ ସେବା ଠପ୍‌, ୨୪ ରୋଗୀ ମୃତ

ଯୁଦ୍ଧ ଭିତରେ ବଳି ପଡୁଛନ୍ତି ରୋଗୀ ଓ ନବଜାତ ଶିଶୁ।

Al-Shifa Hospital

Al-Shifa Hospital

Advertisment

ସରି ଆସିଲାଣି ଇନ୍ଧନ। ଅନ୍ୟ ଜରୁରୀ ସେବା ମଧ୍ୟ ଠପ୍‌ ହୋଇଗଲାଣି। ଡାକ୍ତରମାନେ ଚାହିଁଲେ ଆଉ ବଞ୍ଚାଇ ପାରୁନାହାନ୍ତି ରୋଗୀଙ୍କ ଜୀବନ। ଆଖି ଆଗରେ ହିଁ ଛଟପଟ ହୋଇ ପ୍ରାଣ ହରାଉଛନ୍ତି ରୋଗୀ। ହସ୍ପିଟାଲ ଭିତରେ ନାନା ଅସୁବିଧା ଓ ଜରୁରୀ ସେବା ଠପ୍‌ ହେବା ଫଳରେ ପ୍ରାୟ ୨୪ ରୋଗୀଙ୍କ ମୃତ୍ୟୁ ହୋଇଛି। ଏନେଇ ଗାଜା ପଟିର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ଦେଇଛି।

Advertisment

ଯୁଦ୍ଧ ଭିତରେ ବଳି ପଡୁଛନ୍ତି ରୋଗୀ ଓ ନବଜାତ ଶିଶୁ। ଇସ୍ରାଏଲ ଓ ହମାସ ଆତଙ୍କୀଙ୍କ ଏବେ ନୂଆ ଯୁଦ୍ଧ ଆଡ୍ଡାସ୍ଥଳ ପାଲଟିଛି ଗାଜାର ଅଲ-ଶିଫା ହସ୍ପିଟାଲ। ଇସ୍ରାଏଲ ସେନା ହମାସକୁ ନଷ୍ଟ କରିବା ପାଇଁ ଗାଜାର ସୁଡଙ୍ଗ ଭିତରେ ମଧ୍ୟ ପଶିବା ଜାରି ରଖିଛନ୍ତି।

ପାଲେଷ୍ଟାଇନ୍‌ ସ୍ୱାସ୍ଥ୍ୟମନ୍ତ୍ରାଳୟ ଅନୁସାରେ ଗାଜାର ସବୁଠୁ ବଡ଼ ହସ୍ପିଟାଲରେ ଅକ୍ସିଜେନ, ଇନ୍ଦନ ଓ ଅନ୍ୟ ଜରୁରୀ ଚିକିତ୍ସା ସାମଗ୍ରୀ ଶେଷ ହୋଇଗଲାଣି। ଏଥିଯୋଗୁ ତିନି ନବଜାତ ଶିଶୁ ଆଖି ବୁଜିଛନ୍ତି। ଗତ ୪୮ ଘଣ୍ଟା ମଧ୍ୟରେ ବିଭିନ୍ନ ବିଭାଗରେ ୨୪ ରୋଗୀଙ୍କ ମୃତ୍ୟୁ ହୋଇଛି। ବିଦ୍ୟୁତ୍‌ କାଟ ଯୋଗୀ ବିଭିନ୍ନ ମହତ୍ୱପୂର୍ଣ୍ଣ ଚିକିତ୍ସା ଉପକରଣ କାମ କରିବା ବନ୍ଦ କରିଦେଇଥିବା ମନ୍ତ୍ରଣାଳୟର ପ୍ରବକ୍ତା ଅଶରଫ ଅଲ-କୁନ୍ଦ୍ରା କହିଛନ୍ତି।

Advertisment

ଆଜି ତୃତୀୟ ଦିନରେ ଇସ୍ରାଏଲ ସେନା ହସ୍ପିଟାଲ ଭିତରେ ସର୍ଚ୍ଚ ଜାରି ରଖିଛି। ହମାସ ଆତଙ୍କୀମାନେ ଏହି ହସ୍ପିଟାଲକୁ ହେଡ୍‌ କ୍ୱାଟର ରୂପେ ବ୍ୟବହାର କରୁଥିବା ଆଇଡିଏଫ୍ ଦାବି କରିଛି। ସେପଟେ ହମାସର ଅସ୍ତିତ୍ୱ ଥିବା କୌଣସି ବି ସ୍ଥାନକୁ ଛଡାଯିବ ନାହିଁ ବୋଲି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍‌ ନେତାନ୍ୟାହୁ କହିଛନ୍ତି।

ଅକ୍ଟୋବର ୭ରେ ହୋଇଥିବା ଆକ୍ରମଣ ପରେ ଗାଜା ଷ୍ଟ୍ରିପକୁ ନିୟନ୍ତ୍ରଣ କରୁଥିବା ହମାସର ଆତଙ୍କୀ ଗୋଷ୍ଠୀକୁ ଧ୍ୱଂସ କରିବାକୁ ଇସ୍ରାଏଲ ଶପଥ ନେଇଛି। ଏହି ଆକ୍ରମଣରେ ଇସ୍ରାଏଲର ୧୨୦୦ ଲୋକଙ୍କୁ ହତ୍ୟା କରାଯାଇଥିଲା ଏବଂ ୨୪୦ ଜଣଙ୍କୁ ବନ୍ଧକ ରଖିଥିଲେ ହମାସ।

Hamas Israel-Palestine Conflict
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe