Advertisment

ଇସ୍ରାଏଲକୁ ଘାରିଲା ଇରାନ ଭୟ: ଜିପିଏସ ବନ୍ଦ, ସେନା ଯବାନଙ୍କ ଛୁଟି ବାତିଲ

ଇସ୍ରାଏଲ ପକ୍ଷରୁ ସିରିଆରେ ଏୟାର ଷ୍ଟ୍ରାଇକ କରାଯାଇଥିଲା। ଏଥିରେ ୨ ଜଣ ଇରାନ ଜେନେରାଲଙ୍କ ସମେତ ୧୩ ଜଣଙ୍କ ମୃତ୍ୟୁ ଘଟିଛି।

Iran

Iran

Advertisment

ଇସ୍ରାଏଲ ଓ ଇରାନ ମଧ୍ୟରେ ତିକ୍ତତା ଚରମ ସୀମାରେ ପହଞ୍ଚିଛି। ଇସ୍ରାଏଲ ଉପରେ ଇରାନ ଯେକୌଣସି ମୁହୂର୍ତ୍ତରେ କରିପାରେ ଆକ୍ରମଣ। ଏଥିପାଇଁ ଇସ୍ରାଏଲ ସବୁ ପ୍ରକାରର ପ୍ରସ୍ତୁତି କରିଛି।

Advertisment

ଦେଶ ପକ୍ଷରୁ ଜିପିଏସ ନାଭିଗେସନ ସେବାକୁ ବ୍ଲକ କରି ଦିଆଯାଇଛି। ଯୁଦ୍ଧ ପାଇଁ ଟ୍ରେନିଂ ନେଇଥିବା ଯବାନମାନଙ୍କ ଛୁଟି ବାତିଲ କରାଯାଇଛି। ଏୟାର ଡିଫେନ୍ସ କମାଣ୍ଡକୁ ଆକ୍ଟିଭ ମୋଡରେ ରଖାଯାଇଛି।

ଇସ୍ରାଏଲ ପକ୍ଷରୁ ସିରିଆରେ ଏୟାର ଷ୍ଟ୍ରାଇକ କରାଯାଇଥିଲା। ଏଥିରେ ୨ ଜଣ ଇରାନ ଜେନେରାଲଙ୍କ ସମେତ ୧୩ ଜଣଙ୍କ ମୃତ୍ୟୁ ଘଟିଛି। ଏହାର ପ୍ରତିଶୋଧ ନେବାକୁ ଇରାନ ଆକ୍ରମଣ କରିପାରେ ବୋଲି ଖବର ପ୍ରକାଶ ପାଇବା ବେଳେ ଇସ୍ରାଏଲ ମୁକାବିଲା ପାଇଁ ନିଜକୁ ପ୍ରସ୍ତୁତ କରିଛି।

Advertisment

ଗାଜା ଷ୍ଟ୍ରିପରେ ହମାସ ସହ ଯୁଦ୍ଧ ଯୋଗୁ ଇସ୍ରାଏଲ ଏବେ ସେପେଟ ବ୍ୟସ୍ତ ରହିଛି। ଏପରି ସ୍ଥିତିରେ ଦେଶ ଇରାନ ଆକ୍ରମଣର ଆଶଙ୍କା କରିଛି। ପବତ୍ର ରମଜାନ ମାସର ଆଜି ହେଉଛି ଶୁକ୍ରବାର। ତେଣୁ ଆସନ୍ତାକାଲି ଠାରୁ ଯେକୌଣସି ମୁହୂର୍ତ୍ତରେ ଇସଲାମିକ ଦେଶ ଇରାନ ତା’ର ଆକ୍ରମଣକୁ ଜୋରଦାର କରିବ ବୋଲି କୁହାଯାଉଛି।

ଇସ୍ରାଏଲ ପକ୍ଷରୁ ସିରିଆରେ ଥିବା ଇରାନ ଡିପ୍ଲୋମାଟ କପାଉଣ୍ଡରେ ଏୟାର ଷ୍ଟ୍ରାଇକ କରାଯାଇଥିଲା। ଏଥିରେ ଇରାନର କ୍ୟୁଡସ ଫୋର୍ସର କମାଣ୍ଡର ଜେନେରାଲ ମହମ୍ମଦ ରାଜା ଜାହେଦିଙ୍କ ମୃତ୍ୟୁ ହୋଇଛି। ୨୦୨୦ରେ ସମାନ କ୍ୟୁଡସ ଫୋର୍ସର କମାଣ୍ଡର ମେଜର ଜେନେରାଲ କସୀମ ସୋଲେମାନିଙ୍କ ମୃତ୍ୟୁ ଆମେରିକା ଏୟାର ଷ୍ଟ୍ରାଇକରେ ହୋଇଥିଲା।

ଏବେ ଇସ୍ରାଏଲ ଏୟାର ଷ୍ଟ୍ରାଇକ କରିଥିବାରୁ ଇରାନ କ୍ଷୁବ୍ଧ ହୋଇଛି। ତେଣୁ ଇସ୍ରାଏଲ ସରକାରଙ୍କୁ ଆକ୍ରମଣର ଭୟ ଘାରିଛି।

ସ୍ଥିତିକୁ ଦୃଷ୍ଟିରେ ରଖି ଇସ୍ରାଏଲ ସେନା ଜିପିଏସ୍‌ ଜାମିଂକୁ ତ୍ୱାରାନ୍ୱିତ କରିଛି। ପୂରା ଦେଶରେ ନାଭିଗେସନ ସେବାକୁ ବନ୍ଦ କରାଯାଇଛି। ମିସାଇଲ ଓ ଡ୍ରୋନ ଆଟାକକୁ ପ୍ରତିହତ କରିବାକୁ ଏପରି କରାଯାଇଛି। ତେଲ ଅଭିଭ ଓ ଜେରୁଜେଲମ ସୀମାନ୍ତ ଅଞ୍ଚଳକୁ ଯଥେଷ୍ଟ ଦୂରରେ ଥିଲେ ମଧ୍ୟ ସେଠାରେ ମଧ୍ୟ ନାଭିଗେସନ ସେବା ପ୍ରଭାବିତ ହୋଇଛି।

ଇସ୍ରାଏଲ ଡିଫେନ୍ସ ଫୋର୍ସ (ଆଇଡିଏଫ) ଅସ୍ଥାୟୀ ଭାବେ ସମସ୍ତ କମ୍ବାଟ ୟୁନିଟର ଛୁଟି ବାତିଲ କରିଛି। ଯବାନମାନଙ୍କୁ ଇସ୍ରାଏଲର ସମସ୍ତ ସୀମାରେ ମୁତୟନ କରାଯାଇଛି ଓ ଏୟାର ଡିଫେନ୍ସ ବ୍ୟବସ୍ଥାକୁ ଆକ୍ଟିଭ କରାଯାଇଛି। କିଛି ଦୂତାବାସ କର୍ମଚାରୀଙ୍କୁ ସ୍ଥାନାନ୍ତର କରିବାକୁ ମଧ୍ୟ ଇସ୍ରାଏଲ ସରକାର ଯୋଜନା କରିଛନ୍ତି। ପ୍ରତିଷେଧକ ବ୍ୟବସ୍ଥା ସୂରପ ତେଲ ଅଭିଭରେ ଅସ୍ଥାୟୀ ଶିବିର ଖୋଲିବାକୁ ସେନା ପକ୍ଷରୁ ପ୍ରସ୍ତୁତି ହେଉଛି।

Iran Israel Conflict Iran Strikes Israel Israel
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe