Advertisment

ପାଲେଷ୍ଟାଇନ ଆତଙ୍କବାଦୀଙ୍କ ରକେଟ୍ ମାଡ ପରେ ଇସ୍ରାଏଲର ଯୁଦ୍ଧ ଘୋଷଣା

ଆଜି ସକାଳେ ଗାଜା ଷ୍ଟ୍ରିପରେ ଥିବା ପାଲେଷ୍ଟାଇନ ଆତଙ୍କବାଦୀ ଇସ୍ରାଏଲ ଆଡକୁ ପାଞ୍ଚ ହଜାରରୁ ଅଧିକ ରକେଟ୍ ମାଡ କରିଛନ୍ତି।

author-image
Debibandita Barick
ଅଦ୍ୟତନ ହୋଇଛି
Picture Of Incident

Picture Of Incident

ଗାଜା ଷ୍ଟ୍ରିପରେ ଥିବା ପାଲେଷ୍ଟାଇନ ଆତଙ୍କବାଦୀ ଇସ୍ରାଏଲ ଆଡକୁ ରକେଟ୍ ଉତକ୍ଷେପଣ କରିବା ପରେ ଇସ୍ରାଏଲର ଯୁଦ୍ଧ ପ୍ରସ୍ତୁତି। ଲଗାତାର ଭାବେ ଆକ୍ରମଣ ପରେ ଯୁଦ୍ଧ ପାଇଁ ଘୋଷଣା କରିଛି ଇସ୍ରାଏଲ। ଆଜି ସକାଳେ ପାଲେଷ୍ଟାଇନ ଆତଙ୍କବାଦୀ, ଇସ୍ରାଏଲ ଆଡକୁ ପାଞ୍ଚ ହଜାରରୁ ଅଧିକ ରକେଟ୍ ଉତକ୍ଷେପଣ କରିଥିଲେ। ଏହାପରେ ଏକ ଭୟଙ୍କର ପରିସ୍ଥିତି ସୃଷ୍ଟି ହୋଇଛି।

Advertisment

30 ମିନିଟରୁ ଅଧିକ ସମୟ ଧରି ଏପରି ରକେଟ୍ ମାଡ ଚାଲିଥିଲା। ଇସ୍ରାଏଲର ଏକ ଉଦ୍ଧାରକାରୀ ସଂସ୍ଥାର ସୂଚନା ଅନୁସାରେ, ଦକ୍ଷିଣ ଇସ୍ରାଏଲର ବିଭିନ୍ନ ସ୍ଥାନରେ ରକେଟ ମାଡ ହୋଇଛି। ଏଥିରେ ଜଣେ 20 ବର୍ଷର ଯୁବକ ଏବଂ ଜଣେ 70 ବର୍ଷୀୟ ମହିଳା ଗୁରୁତର ଆହତ ହୋଇଛନ୍ତି। 

Advertisment

ଦକ୍ଷିଣ ଏବଂ ମଧ୍ୟ ଇସ୍ରାଏଲରେ ରକେଟ୍ ଆକ୍ରମଣ ଜାରି ରହିଥିବା ବେଳେ ଲକ୍ଷ ଲକ୍ଷ ଇସ୍ରାଏଲବାସୀଙ୍କୁ ସେମାନଙ୍କ ଘର ଏବଂ ଆପାର୍ଟମେଣ୍ଟ ବିଲ୍ଡିଂରେ ଥିବା ବୋମା ଆଶ୍ରୟସ୍ଥଳୀ ନିକଟରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ସେନା କହିଛି ଯେ, ସୁରକ୍ଷାକୁ ଦୃଷ୍ଟିରେ ରଖି ଗାଜା ଅଞ୍ଚଳବାସୀଙ୍କୁ ଘରେ ରହିବାକୁ ପରାମର୍ଶ ଦିଆଯାଇଛି।

ବିଭିନ୍ନ ସହରରେ ଆତଙ୍କବାଦୀମାନେ ପ୍ରବେଶ କରୁଥିବା ଭାଇରାଲ୍ ଭିଡିଓରେ ଦେଖିବାକୁ ମିଳୁଛି। ଏଥିସହ ରକେଟ୍ ମାଡରେ କୋଠା-ବାଡି କାର୍ ଜଳୁଥିବାର ଦୃଶ୍ୟ ମଧ୍ୟ ଦେଖାଯାଉଛି। 

Palestinian Militants Israel Rocket Attacks Rocket Attacks From Gaza Israel Declares War