Advertisment

୨୪ ଘଣ୍ଟାରେ ୪୦୦ରୁ ଅଧିକ ଆତଙ୍କୀ ଆଡ୍ଡାରେ ଇସ୍ରାଏଲର ହମଲା

ଅକ୍ଟୋବର ୭ରେ ହମାସ କରିଥିବା ନରସଂହାରକୁ ଆମେ କେବେ ହେଲେ ଭୁଲିବୁ ନାହିଁ ବୋଲି ଇସ୍ରାଏଲ ସେନା କହିଛି।

Israeli

Israeli

Advertisment

ଇସ୍ରାଏଲ ଓ ହମାସ ମଧ୍ୟରେ ଆରମ୍ଭ ହୋଇଥିବା ଯୁଦ୍ଧ ଦିନକୁ ଦିନ ଭୟଙ୍କର ରୂପ ଧାରଣ କରିବାରେ ଲାଗିଛି। ଏସବୁ ଭିତରେ ଇସ୍ରାଏଲ ସେନା ଗତ ୨୪ ଘଣ୍ଟାରେ ଆତଙ୍କବାଦୀଙ୍କ ୪୦୦ରୁ ଅଧିକ ଆଡ୍ଡା ଉପରେ ହମଲା କରିଥିବା ଦାବି କରିଛି।

Advertisment

ଆତଙ୍କୀଙ୍କ ଆଡ୍ଡା ଉପରେ ଆକ୍ରମଣ କରିବା ବେଳେ ସାଧାରଣ ଲୋକଙ୍କ ସୁରକ୍ଷାକୁ ଗୁରୁତ୍ୱ ଦିଆଯାଇଥିଲା। ଆଗକୁ ମଧ୍ୟ ଏହି ସୁରକ୍ଷା ପ୍ରକ୍ରିୟାକୁ ଜାରି ରଖାଯିବ ବୋଲି ଇସ୍ରାଏଲ ସେନା ପକ୍ଷରୁ କୁହାଯାଇଛି।

ସୋଶାଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଇସ୍ରାଏଲ ସେନା କହିଛି ଯେ ହମାସ ଆତଙ୍କବାଦୀଙ୍କ ବିରୋଧରେ ବଡ଼ଧରଣର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ସେମାନଙ୍କୁ ବର୍ବାଦ କରିବା ପାଇଁ ଆଇଡିଏଫ ୪୦୦ରୁ ଅଧିକ ଆତଙ୍କବାଦୀ ଆଡ୍ଡାକୁ ୨୪ ଘଣ୍ଟା ମଧ୍ୟରେ ଟାର୍ଗେଟ କରିଛି। ହମାସ ବନ୍ଧୁକଧାରୀମାନେ ଇସ୍ରାଏଲ ଆଡ଼କୁ ରକେଟ ମାଡ଼ କରିଥିଲେ।

Advertisment

ସମୁଦ୍ର ମଧ୍ୟରେ ଥିବା ଗୋଟିଏ ଟନେଲ ମାଧ୍ୟମରେ ହମାସ ଆତଙ୍କବାଦୀମାନେ ଇସ୍ରାଏଲରେ ଅନୁପ୍ରବେଶ କରୁଛନ୍ତି। ହମାସ କମାଣ୍ଡ ସେଣ୍ଟରକୁ ଅପରେଟିଭ ମାନେ ବ୍ୟବହାର କରୁଛନ୍ତି। ସେମାନେ ମସଜିଦ ତଳେ ନିଜର ଅସ୍ତ୍ରଶସ୍ତ୍ର ମଧ୍ୟ ରଖୁଛନ୍ତି। ଇସ୍ରାଏଲ ସେନା ସେସବୁ ସ୍ଥାନ ଉପରେ ହମଲା କରିଛି।

ଆଇଡିଏଫ ଆଗକୁ ସାଧାରଣ ଲୋକଙ୍କ ସୁରକ୍ଷାକୁ ନିଶ୍ଚିତ କରି ଅପରେସନ ଜାରି ରଖିଛି। ୟାହୟା ସିନୱର, ମହମ୍ମଦ ଦୈଫ, ସାଲେ ଅଲ ଅରୋଉରି, ଇସ୍ମାଲ ହାନିୟେ ଓ ଅନ୍ୟମାନେ ଅନେକ ଲୋକଙ୍କ ରକ୍ତ ନିଜ ହାତରେ ଲଗାଇଛନ୍ତି। ଅକ୍ଟୋବର ୭ରେ ହମାସ କରିଥିବା ନରସଂହାରକୁ ଆମେ କେବେ ହେଲେ ଭୁଲିବୁ ନାହିଁ ବୋଲି ଇସ୍ରାଏଲ ସେନା କହିଛି।

Israel Israel Declares War Israel-Palestine Conflict War Israel-Palestine War
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe