Advertisment

ଗ୍ରାଉଣ୍ତ ଅପରେସନ ପାଇଁ ଇସ୍ରାଏଲ ପ୍ରସ୍ତୁତ, ଲେବାନନ ସୀମାରେ ମୁତୟନ କଲା ଟ୍ୟାଙ୍କ

ଲେବାନନ ସୀମାରେ ଅତିରିକ୍ତ ଟ୍ୟାଙ୍କ ଓ ଲଢ଼େଇ ପାଇଁ ବ୍ୟବହାର ହେଉଥିବା ଗାଡ଼ିକୁ ମୁତୟନ କରାଯାଇଛି।

Israel deploys tanks

Israel deploys tanks

Advertisment

ଲେବାନନରେ ଆକ୍ରମଣକୁ ଆହୁରି ଜୋରଦାର କରିବ ଇସ୍ରାଏଲ। ଏଯାଏ ଆକାଶ ମାର୍ଗରୁ ବିଦ୍ରୋହୀ ସଂଗଠନ ହେଜବୁଲ୍ଲାର ଠିକଣାକୁ ଟାର୍ଗେଟ କରୁଥିବା ଇସ୍ରାଏଲ ଏବେ ଗ୍ରାଉଣ୍ଡ ଅପରେସନ ପାଇଁ ପ୍ରସ୍ତୁତ ହୋଇଛି। ଦିନକ ପୂର୍ବରୁ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ହେଜବୁଲ୍ଲା ବିରୋଧରେ ଲେବାନନରେ ଗ୍ରାଉଣ୍ଡ ଅପରେସନ ହେବ ବୋଲି ଚେତାବନୀ ଦେଇଥିଲେ।

Advertisment

ଏହି ଚେତାବନୀ ପରେ ଏବେ ଇସ୍ରାଏଲ ସେନା ଲେବାନନରେ ପଶିବା ପାଇଁ ପ୍ରସ୍ତୁତ ହୋଇଛି। ଏଥିପାଇଁ ଲେବାନନ ସୀମାରେ ଅତିରିକ୍ତ ଟ୍ୟାଙ୍କ ଓ ଲଢ଼େଇ ପାଇଁ ବ୍ୟବହାର ହେଉଥିବା ଗାଡ଼ିକୁ ମୁତୟନ କରାଯାଇଛି। ଇସ୍ରାଏଲର ଉତ୍ତର ପାର୍ଶ୍ୱକୁ ଲାଗିଥିବା ଲେବାନନ ସୀମାରେ ଏପରି ପଦକ୍ଷେପ ନିଆଯାଇଛି। ଏହାର ଅର୍ଥ ଯେକୌଣସି ମୁହୂର୍ତ୍ତରେ ଇସ୍ରାଏଲ ସେନା ଲେବାନନ ଭିତରେ ପଶି ଆକ୍ରମଣ କରିପାରେ।

ସୋମବାର ଇସ୍ରାଏଲ ପକ୍ଷରୁ ଦକ୍ଷିଣ ଲେବାନନରେ ଘନଘନ ବୋମା ମାଡ଼ କରାଯାଇଥିଲା। ରାଜଧାନୀ ବେରୁଟ ଉପକଣ୍ଠ ମଧ୍ୟ ଏୟାର ଷ୍ଟ୍ରାଇକ କରାଯାଇଥିଲେ। ଏଥିରେ ୭୦୦ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି। ଏହାର ଜବାବରେ ହେଜବୁଲ୍ଲା ମଧ୍ୟ ଇସ୍ରାଏଲ ଉପରକୁ ରକେଟ ମାଡ଼ କରିଥିଲା।

Advertisment

ହେଜବୁଲ୍ଲା ଆକ୍ରମଣ କରିବାରୁ ଇସ୍ରାଏଲ ପକ୍ଷରୁ ସଂଗଠନକୁ ଧମକ ଦିଆଯାଇଥିଲା। ଯଦି ହେଜବୁଲ୍ଲା ଆକ୍ରମଣ ବନ୍ଦ ନ କରିବ, ତା’ହେଲେ ଗାଜାରେ ଯେଉଁଭଳି ସ୍ଥଳ ଭାଗରେ ପଶି ଅପରେସନ କରାଯାଇଥିଲା ଅନୁରୂପ ପଦକ୍ଷେପ ଲେବାନନରେ ମଧ୍ୟ ନିଆଯିବ ବୋଲି ଇସ୍ରାଏଲ କରିଥିଲା।

ଦେଶର ପ୍ରତିରକ୍ଷା ମନ୍ତ୍ରୀ ୟୋଆଭ ଗାଲ୍ଲାଣ୍ଟ ସୈନ୍ୟମାନଙ୍କୁ ସମ୍ବୋଧନ କରିବା ବେଳେ କହିଥିଲେ ଯେ “ଆମେ ହେଜବୁଲ୍ଲାକୁ ଆକାଶ ଓ ସମୁଦ୍ର ପଥରେ ଟାର୍ଗେଟ କରୁଛେ। କିନ୍ତୁ ଆପଣମାନଙ୍କୁ ଗ୍ରାଉଣ୍ଡ ଆକ୍ରମଣ ପାଇଁ ମଧ୍ୟ ପ୍ରସ୍ତୁତ ରହିବାକୁ ପଡ଼ିବ।

ଗୋଟିଏ ପଟେ ଇସ୍ରାଏଲ ଗ୍ରାଉଣ୍ଡ ଅପରେସନ ପାଇଁ ପ୍ରସ୍ତୁତ ହେଉଥିବା ବେଳେ ଅନ୍ୟପଟେ ଆଜି ବି ଆକାଶ ମାର୍ଗରୁ ଲେବାନନରେ ବୋମା ମାଡ଼ କରିଛି। ଆଜିର ଆକ୍ରମଣରେ ୨୫ ଜଣ ପ୍ରାଣ ହରାଇଥିବା ବେଳେ ଅନେକ ଆହତ ହୋଇଛନ୍ତି। ଆକ୍ରମଣ ଭୟରେ ଗତ ୭୨ ଘଣ୍ଟା ମଧ୍ୟରେ ପ୍ରାୟ ୩୦ ହଜାର ଲୋକ ଲେବାନନ ଛାଡ଼ି ସିରିୟା ଚାଲି ଯାଇଛନ୍ତି।

ଏସବୁ ଭିତରେ ଇସ୍ରାଏଲର ମିଲାଟାରୀ ଗାଡ଼ିରେ ଟ୍ୟାଙ୍କ ଓ ଆର୍ମଡ ଭେଇକିଲ ଉତ୍ତର ସୀମାକୁ ନିଆଯାଇଛି। ସେହିପରି କମାଣ୍ଡରମାନେ ସଂରକ୍ଷିତ ଯବାନଙ୍କୁ ମଧ୍ୟ ସୀମାକୁ ଡାକିଛନ୍ତି। ହେଜବୁଲ୍ଲା ଅସ୍ତ୍ରଶସ୍ତ୍ର ଖଚିତ କରି ରଖିଥିବା ଆବାସିକ ଅଞ୍ଚଳରୁ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ଚାଲି ଯିବାକୁ ମଧ୍ୟ ଇସ୍ରାଏଲ ନିୟମିତ ଭାବେ ଆହ୍ୱାନ ଦେଇ ଚାଲିଛି।

ଅନ୍ୟପକ୍ଷରେ ୟେମେନର ହାଉଥି ସଂଗଠନ ମଧ୍ୟ ଇସ୍ରାଏଲର ଦୁଇ ସହର ତେଲ ଅଭିଭ ଓ ଆଶକେଲୋନକୁ ବାଲାଷ୍ଟିକ ମିଜାଇଲ ଦ୍ୱାରା ଟାର୍ଗେଟ କରିଛି। ଡ୍ରୋନ ଦ୍ୱାରା ମଧ୍ୟ ଆକ୍ରମଣ କରାଯାଇଛି। ଗୋଟିଏ ଟେଲିଭିଜନ ବାର୍ତ୍ତାରେ ହାଉଥି ନେତା ୟାହୟା ସାରେଆ କହିଛନ୍ତି, “ଶତ୍ରୁ ଦେଶ ଇସ୍ରାଏଲ ବିପକ୍ଷରେ ଆମେ ଆହୁରି ସାମାରିକ ଅପରେସନ କରିବା। ପାଲେଷ୍ଟାଇନ ଓ ଲେବାନନରେ ଆମ ଭାଇମାନଙ୍କ ରକ୍ତର ପ୍ରତିଶୋଧ ବିରୋଧରେ ହମଲା କରାଯିବ।”

Lebanon Hezbollah Israel-Lebanon Conflict Israel Declares War Israel
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe