Advertisment

ଇସ୍ରାଏଲ ହାମଲାରେ ଟଳିଲେ ହମାସର ଆଉ ଜଣେ ଟପ୍‌ ନେତା

ଇସ୍ରାଏଲ ସେନା ପକ୍ଷରୁ ଜାରି ଏକ ଭିଡିଓରେ ଇସ୍ରାଏଲ ଏୟାରଫୋର୍ସର ଏକ ବିମାନ ଏକ ବିଲ୍ଡିଂକୁ ଟାର୍ଗେଟ କରୁଥିବା ଦେଖିବାକୁ ମିଳିଛି। ଉକ୍ତ ବିଲ୍ଡିଂରେ ସଦି ବଡୌଦ ଥିବା ବେଳେ ସେ ଏହି ଆକ୍ରମଣରେ ନିହତ ହୋଇଥିବା ଇସ୍ରାଏଲ ପକ୍ଷରୁ କୁହାଯାଇଛି।

author-image
Niharika Rout
deputy-head-of-hamas-intelligence-shadi-barud

deputy-head-of-hamas-intelligence-shadi-barud

ଗାଜା ଷ୍ଟ୍ରିପ୍‌ରେ ଇସ୍ରାଏଲ୍‌ କରୁଥିବା ଘନଘନ ହମଲାରେ ପାଲେଷ୍ଟାଇନ ଆତଙ୍କବାଦୀ ସଂଗଠନ ହମାସର ଆଉ ଜଣେ ଟପ କମାଣ୍ଡର ନିହତ ହୋଇଛନ୍ତି। ଇସ୍ରାଏଲ ଆକ୍ରମଣରେ ଟଳି ପଡ଼ିଛନ୍ତି ହମାସ ଇଣ୍ଟେଲଜେନ୍ସିର ଡେପୁଟି ହେଡ ସଦି ବଡୌଦ । ସଦି ବଡୌଦ ହମାସ ନେତା ୟାହୟା ସିନୱାରଙ୍କ ସହ ମିଶି ଗତ ୭ ତାରିଖରେ ଇସ୍ରାଏଲ ଉପରେ ହୋଇଥିବା ଆକ୍ରମଣ ଯୋଜନା ପ୍ରସ୍ତୁତ କରିଥିଲେ। ସିନୱାର ଉକ୍ତ ଆକ୍ରମଣର ମାଷ୍ଟର ମାଇଣ୍ଡ ଥିଲେ।

Advertisment

ଇସ୍ରାଏଲ ସେନ ମୁତାବକ, ସଦି ବଡୌଦ ପ୍ରଥମେ ୟୁନିସ କ୍ଷେତ୍ରରେ ଜଣେ ବାଟାଲିୟନ କମାଣ୍ଡର ଥିଲେ। ଏହାପରେ ସେ ହମାସ ପାଇଁ ଗୁପ୍ତଚର କାମ କରିବା ଆରମ୍ଭ କଲେ। ଇସ୍ରାଏଲ ନାଗରିକଙ୍କ ବିରୋଧରେ ଆତଙ୍କବାଦୀ ହାମଲା କରିଥିବା ନେଇ ସଦି ବଡୌଦଙ୍କ ନାଁରେ ପୂର୍ବରୁ ବହୁ ଅଭିଯୋଗ ରହିଛି।

ଇସ୍ରାଏଲ ସେନା ପକ୍ଷରୁ ଜାରି ଏକ ଭିଡିଓରେ ଇସ୍ରାଏଲ ଏୟାରଫୋର୍ସର ଏକ ବିମାନ ଏକ ବିଲ୍ଡିଂକୁ ଟାର୍ଗେଟ କରୁଥିବା ଦେଖିବାକୁ ମିଳିଛି। ଉକ୍ତ ବିଲ୍ଡିଂରେ ସଦି ବଡୌଦ ଥିବା ବେଳେ ସେ ଏହି ଆକ୍ରମଣରେ ନିହତ ହୋଇଥିବା ଇସ୍ରାଏଲ ପକ୍ଷରୁ କୁହାଯାଇଛି।

Advertisment

ଏହି ଆକ୍ରମଣ ପୂର୍ବରୁ ଇସ୍ରାଏଲ ହମାସ ଓ ଲେବନାନ ହିଜ୍ଜୁବଲ୍ଲାର ବହୁ କମାଣ୍ଡରଙ୍କୁ ଆର ପାରିକୁ ପଠାଇ ସାରିଥିବା କୁହାଯାଇଛି। ଏହା ପୂର୍ବରୁ ଇସ୍ରାଏଲ ସେନା ହମାସ କମାଣ୍ଡର ହାସନ ଅଲ ଅବଦଲ୍ଲାଙ୍କୁ ହତ୍ୟା କରିଥିଲେ। ଏହାର ଏକ ଭିଡିଓ ବି ଇସ୍ରାଏଲ ସେନା ଜାରି କରିଥିଲା।

ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, IDF ହମାସର ୩  ଠିକଣାରେ ହାମଲା କରିଥିବା ବେଳେ ସେଥିରେ ୩ ସିନିୟର ଅପରେଟିଭଙ୍କ ମୃତ୍ୟୁ ଘଟିଛି।

ଫିଲିପାଇନ୍ସର ଆତଙ୍କବାଦୀ ସଙ୍ଗଠନ ହମାସ ଓ ଜିହାଦ ଗତ ୭ ତାରିଖରେ ଇସ୍ରାଏଲ ଉପରେ ଭୀଷଣ ଆକ୍ରମଣ କରିଥିଲେ। ଉକ୍ତ ଆକ୍ରମଣରେ ୧୪୦୦ରୁ ଊର୍ଦ୍ଧ୍ୱ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୫ ହଜାରରୁ ଊର୍ଦ୍ଧ୍ୱ ଜଣ ଗୁରୁତର ହୋଇଥିଲେ। ଏହାର ପ୍ରତି ଜବାବରେ ଇସ୍ରାଏଲ ଗାଜା ଷ୍ଟିପ୍‌ ଉପରେ ଜୋରଦାର ହାମଲା ଜାରି ରଖିଛି। ଏଯାବତ ଇସ୍ରାଏଲ ଆକ୍ରମଣରେ ୬୫୦୦ ଜଣଙ୍କ ମୃତ୍ୟୁ ଘଟି ସାରିଲାଣି। ସେମାନଙ୍କ ମଧ୍ୟରୁ ୨୭ଶହ ଛୋଟ ଛୁଆ ଥିବା ଗାଜା ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି। 

Israel Israel-Palestine Conflict