Advertisment

ଜାତିସଂଘ ମହାସଚିବଙ୍କ ଇସ୍ତଫା ଦାବି କଲା ଇସ୍ରାଏଲ

ମଙ୍ଗଳବାର ମିଳିତ ଜାତିସଂଘ ସୁରକ୍ଷା ପରିଷଦରେ ହୋଇଥିବା ଆଲୋଚନାରେ ଜାତିସଂଘ ମହାସଚିବ ହମାସ ସପକ୍ଷରେ ବାହାରିଥିଲେ। ଏହାପରେ ଇସ୍ରାଏଲର ରାଷ୍ଟ୍ରଦୂତ ଆଣ୍ଟୋନିଓ ଗୁଟେରସଙ୍କ ଉପରେ ବର୍ଷିଛନ୍ତି।

UN Chief Antonio Guterres

UN Chief Antonio Guterres

Advertisment

ଇସ୍ତଫା ଦିଅନ୍ତୁ ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରସ। ସେ ଜାତିସଂଘର ନେତୃତ୍ୱ ନେବାକୁ ଯୋଗ୍ୟ ନୁହନ୍ତି। ସେ ତୁରନ୍ତ ଇସ୍ତଫା ଦେବା ଉଚିତ ବୋଲି ଜାତିସଂଘସ୍ଥିତ ଇସ୍ରାଏଲ୍‌ର ରାଷ୍ଟ୍ରଦୂତ ଜିଲାଡ୍‌ ଏର୍ଡାନ୍‌ ଦାବି କରିଛନ୍ତି। ଜାତିସଂଘ ମହାସଚିବ ହମାସ ସପକ୍ଷରେ ବାହାରିବା ପରେ ଏଭଳି କିଛି ବର୍ଷିଛନ୍ତି ଇସ୍ରାଏଲ ରାଷ୍ଟ୍ରଦୂତ।

Advertisment

ଇସ୍ରାଏଲ ଓ ହମାସ ମଧ୍ୟରେ ଲାଗି ଥିବା ଯୁଦ୍ଧ ଥମିବାର ନା ଧରୁନାହିଁ। ଏହା ଦିନକୁ ଦିନ ଆହୁରି ଉଗ୍ର ହେଉଛି। ଏହି ଆକ୍ରମଣରେ ମୃତ୍ୟୁ ସଂଖ୍ୟ ୭ ହଜାର ଟପି ଗଲାଣି। ଏହି ଯୁଦ୍ଧ ଉପରେ ସମଗ୍ର ବିଶ୍ୱ ନଜର ରଖିଛି। ମିଳିତ ଜାତିସଂଘରେ ମଧ୍ୟ ଏହି ଯୁଦ୍ଧ ବିଷୟରେ ଆଲୋଚନା ହେଉଛି। ତେବେ ମଙ୍ଗଳବାର ମିଳିତ ଜାତିସଂଘ ସୁରକ୍ଷା ପରିଷଦରେ ହୋଇଥିବା ଆଲୋଚନାରେ ଜାତିସଂଘ ମହାସଚିବ ହମାସ ସପକ୍ଷରେ ବାହାରିଥିଲେ। ଏହାପରେ ଇସ୍ରାଏଲର ରାଷ୍ଟ୍ରଦୂତ ଆଣ୍ଟୋନିଓ ଗୁଟେରସଙ୍କ ଉପରେ ବର୍ଷିଛନ୍ତି।

ଏର୍ଡାନ୍‌ କହିଛନ୍ତି, 'ଅସଂଖ୍ୟ ପିଲା, ମହିଳା ଓ ବୃଦ୍ଧଙ୍କ ସଂହାର ଅଭିଯାନ ପ୍ରତି ସମବେଦନା ପ୍ରଦର୍ଶନ କରୁଥିବା ଜାତିସଂଘର ମହାସଚିବ ଜାତିସଂଘର ନେତୃତ୍ୱ ନେବାକୁ ଯୋଗ୍ୟ ନୁହନ୍ତି। ମୁଁ ତୁରନ୍ତ ତାଙ୍କ ଇସ୍ତଫା ଦାବି କରୁଛି। ଇସ୍ରାଏଲୀ ନାଗରିକ ଓ ଇହୁଦୀମାନଙ୍କ ପ୍ରତି ସବୁଠୁ ଭୟାବହ କ୍ରୁରତା ପ୍ରଦର୍ଶନ କରିଥିବା ଲୋକମାନଙ୍କ ପ୍ରତି ସମବେଦନା ଦେଖାଇବାରେ କୌଣସି ଯଥାର୍ଥତା ନାହିଁ। ତାଙ୍କର ଏଭଳି ନରସଂହାର ସପକ୍ଷରେ କହିବାକୁ ଭାଷା ହିଁ ନାହିଁ।'

Advertisment

ସୂଚନାଯୋଗ୍ୟ, ମଙ୍ଗଳବାର ଜାତିସଂଘ ନିରାପତ୍ତା ପରିଷଦ ବୈଠକ ବସିଥିଲା। ଏଥିରେ ଗାଜାରେ ଇସ୍ରାଏଲ୍‌ ଆକ୍ରମଣ ଜାରି ରହିଥିବାରୁ ଆନ୍ତର୍ଜାତିକ ମାନବୀୟ ଆଇନ ଉଲ୍ଲଂଘନ କରାଯାଉଛି ବୋଲି ମଙ୍ଗଳବାର ଦିନ ଆଣ୍ଟୋନିଓ ଗୁଟେରେସ୍‌ ଚିନ୍ତାବ୍ୟକ୍ତ କରିଥିଲେ। ସେ କହିଥିଲେ, ହମାସ୍‌ ଆକ୍ରମଣ ଅକାରଣରେ ହୋଇଛି ବୋଲି ଧରିନେବାକୁ ପଡ଼ିବ ନାହିଁ। ପାଲେଷ୍ଟାଇନ୍‌ବାସୀ ୫୬ ବର୍ଷ ହେବ ଦୁର୍ଦ୍ଦଶାଗ୍ରସ୍ତ ହୋଇ ରହିଛନ୍ତି। ସେମାନଙ୍କ ଦେଶକୁ କ୍ରମଶଃ ଜନବସତି ଗ୍ରାସ କରୁଛି ଓ ମହାମାରୀ ଭଳି ହିଂସା ବ୍ୟାପୁଥିବା ସେମାନେ ଦେଖୁଛନ୍ତି। ସେମାନଙ୍କ ଅର୍ଥନୀତି ଦିନକୁ ଦିନ ଖରାପ ଆଡକୁ ଗତି କରୁଛି। ଜନତା ବାସହରା ହେଉଛନ୍ତି, ଘରଦ୍ୱାର ଭାଙ୍ଗିଯାଉଛି।

Israel-Palestine Conflict United Nation UN Secretary-General Antonio Guterres Israel
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe