Advertisment

ରାଗିଗଲେ ଇସ୍ରାଏଲ୍‌ ରାଷ୍ଟ୍ରଦୂତ, ଚିରିଦେଲେ ଜାତିସଂଘ ଚାର୍ଟର୍‌

ଭାରତ ସମେତ ୧୪୩ ଦେଶ ପାଲେଷ୍ଟାଇନ ସପକ୍ଷରେ ଭୋଟ୍ ଦେବା ପରେ ରାଗି ଯାଇଛନ୍ତି ଇସ୍ରାଏଲ ରାଷ୍ଟ୍ରଦୂତ।

israel-envoy-gilad-erdan

israel-envoy-gilad-erdan

Advertisment

ଇସ୍ରାଏଲ୍‌ ଓ ହମାସ ମଧ୍ୟରେ ଗତ ୮ ମାସ ହେଲା ଯୁଦ୍ଧ ଜାରି ରହିଛି। ଇସ୍ରାଏଲ ରାଫାରେ ସ୍ଥଳଭାଗରୁ ଆକ୍ରମଣ କରିବାକୁ ପ୍ରସ୍ତୁତି ଚଳାଇଛି। ଆମେରିକା ସମେତ ଅନେକ ଦେଶ ଇସ୍ରାଏଲର ଏହି ପଦକ୍ଷେପକୁ ବିରୋଧ କରୁଛନ୍ତି। ଏହାରି ଭିତରେ ପାଲେଷ୍ଟାଇନକୁ ଜାତିସଂଘରେ ସମ୍ପୂର୍ଣ୍ଣ ସଦସ୍ୟ ଦେବା ପାଇଁ ଭୋଟିଂ ହୋଇଛି। ଏହି ଭୋଟିଂରେ ଅଧାରୁ ଅଧିକ ଭୋଟ୍‌ ପାଲେଷ୍ଟାଇନ୍‌ ସମର୍ଥନରେ ପଡିଛି। ଏହାକୁ ନେଇ ରାଗି ଯାଇଛନ୍ତି ଇସ୍ରାଏଲ ରାଷ୍ଟ୍ରଦୂତ। ରାଗରେ ସେ ଜାତିସଂଘ ଚାର୍ଟରକୁ ଚିରି ପକାଇଛନ୍ତି।

Advertisment

ସଂଯୁକ୍ତ ରାଷ୍ଟ୍ରର ମହାସଭାରେ ଇସ୍ରାଏଲ ରାଷ୍ଟ୍ରଦୂତ ଗିଲାଦ ଏର୍ଦାନ୍‌ ନିଜ କ୍ରୋଧ ଦେଖାଇଛନ୍ତି। ଜାତିସଂଘର ଚାର୍ଟରକୁ ଖଣ୍ଡ ଖଣ୍ଡ କରିଦେଇଛନ୍ତି। ଇସ୍ରାଏଲ ରାଷ୍ଟ୍ରଦୂତ ଏର୍ଦାନ୍‌ କହିଛନ୍ତି, ସଂଯୁକ୍ତ ରାଷ୍ଟ୍ରରେ ପାଲେଷ୍ଟାଇନ୍‌କୁ ସ୍ଥାୟୀ ସଦସ୍ୟତା ଦେବା ଅର୍ଥ ଜାତିସଂଘ ଚାର୍ଟରର ଉଲ୍ଲଙ୍ଘନ କରିବା ଅଟେ ବୋଲି କହିଛନ୍ତି। ଆପଣମାନେ ନିଜ ହାତରେ ଜାତିସଂଘ ଚାର୍ଟରକୁ ଖଣ୍ଡ ଖଣ୍ଡ କରୁଛନ୍ତି କହି ସେ ଏହାକୁ ଚିରି ଦେଇଛନ୍ତି।

ଜାତିସଂଘରେ ପାଲେଷ୍ଟାଇନକୁ ସ୍ଥାୟୀ ସଦସ୍ୟ ଭାବେ ସ୍ୱୀକାର କରିବା ଅର୍ଥ, ଏକ ଏଭଳି ଦେଶକୁ ଅଧିକାର ଦେବା ସହ ସମାନ ଯାହାକୁ ଆଂଶିକ ରୂପେ ଆତଙ୍କବାଦୀ ନିୟନ୍ତ୍ରଣ କରନ୍ତି। ଯେଉଁଭଳି ହିଟ୍‌ଲର ହତ୍ୟାଚାର କରିଥିଲେ ସେହିଭଳି ଏବେ ଆମ ସମୟରେ ପାଲେଷ୍ଟାଇନ୍‌ ଆତଙ୍କବାଦୀ ରାଜ୍ୟକୁ ଆଗକୁ ବଢ଼ାଇବାକୁ ସୁଯୋଗ ଦିଆଯାଇଛି ବୋଲି ଇସ୍ରାଏଲ ରାଷ୍ଟ୍ରଦୂତ କହିଛନ୍ତି।

Advertisment

ସେପଟେ ପାଲେଷ୍ଟାଇନ୍‌ ସମର୍ଥନରେ ଭୋଟ ପଡିବା ପରେ ପାଲେଷ୍ଟାଇନ୍‌ ରାଷ୍ଟ୍ରଦୂତ ରିୟାଦ ମନ୍‌ସୁର ଏହାକୁ ଐତିହାସିକ ଓ ମହତ୍ତ୍ୱପୂର୍ଣ୍ଣ ବୋଲି କହିଛନ୍ତି।

ମିଳିତ ଜାତିସଂଘର ସାଧାରଣ ସଭାରେ ପାଲେଷ୍ଟାଇନକୁ ମିଳିତ ଜାତିସଂଘର ସମ୍ପୂର୍ଣ୍ଣ ସଦସ୍ୟତା ପ୍ରଦାନ କରିବାକୁ ମେ' ୧୦ରେ ଆରବ ଗୋଷ୍ଠୀ ଏକ ପ୍ରସ୍ତାବ ଉପସ୍ଥାପନ କରିଥିଲେ। ୧୯୩ ସଦସ୍ୟଙ୍କ ଏହି ସଂଗଠନରେ ଏହି ପ୍ରସ୍ତାବ ଉପରେ ମତଦାନ ଅନୁଷ୍ଠିତ ହୋଇଥିଲା ଯେଉଁଥିରେ ଭାରତ ସମେତ ୧୪୩ ଦେଶ ଏହାର ସପକ୍ଷରେ ଭୋଟ୍ ଦେଇଥିଲେ। ଇସ୍ରାଏଲ୍ ଏବଂ ଆମେରିକା ସହିତ ଅନ୍ୟ ୯ ଟି ଦେଶ ଏହି ପ୍ରସ୍ତାବକୁ ବିରୋଧ କରିଥିଲେ। ସେହିପରି ୨୫ ଟି ଦେଶ ଏହି ଭୋଟିଂରେ ଅଂଶଗ୍ରହଣ କରିନଥିଲେ।

Israel United Nation Israel-Palestine Conflict Palestine
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe