Advertisment

ଗାଜାବାସୀଙ୍କ ପେଟକୁ ଲାତ, ଓ୍ୱାର୍କ ପରମିଟ୍‌ ରଦ୍ଦ କଲା ଇସ୍ରାଏଲ

ପାଖାପାଖି ୧୮ ହଜାର ଶ୍ରମିକଙ୍କୁ ଇସ୍ରାଏଲ ଛାଡି ଯିବାକୁ କୁହାଯାଇଛି।

author-image
Madhupriya Mistry
Palestinians return

Palestinians return

ଥମୁନି ଇସ୍ରାଏଲ ଓ ହମାସ ମଧ୍ୟରେ ଯୁଦ୍ଧ। ତୁହାକୁ ତୁହା ଗାଜା ଷ୍ଟ୍ରିପ ଉପରେ ଆକ୍ରମଣ କରି ଚାଲିଛି ଇସ୍ରାଏଲ। ହମାସ ଆତଙ୍କୀଙ୍କ ଠିକଣା ଉପରେ ଏୟାରଷ୍ଟ୍ରାଇକ୍ କରିବା ସହ ସ୍ଥଳଭାଗରୁ ମଧ୍ୟ ଆକ୍ରମଣ କରୁଛି ଇସ୍ରାଏଲ। ଗୋଟିଏ ପଟେ ହମାସ ତାର ଦାବିକୁ ନେଇ ଅଟଳ ରହିଥିବା ବେଳେ ଇସ୍ରାଏଲ ଗାଜା ସହରକୁ ପୂର୍ଣ୍ଣ ଦଖଲ କରିବା ଓ ହମାସକୁ ସମାପ୍ତ କରିବା ପାଇଁ ପଣ କରିଛି । ଏହାରି ଭିତରେ ଗାଜାବାସୀଙ୍କ ପେଟକୁ ଲାତ ମାରିଛି ଇସ୍ରାଏଲ।

Advertisment

ଦେଶରେ କାମ କରୁଥିବା ଗାଜା ଷ୍ଟ୍ରିପରୁ ହଜାର ହଜାର ପାଲେଷ୍ଟାଇନ କର୍ମଚାରୀଙ୍କୁ ନିଜ ଅଞ୍ଚଳକୁ ପଠାଇ ଦେଇଛି ଇସ୍ରାଏଲ। ଇସ୍ରାଏଲରେ କାମ କରୁଥିବା ହଜାର ହଜାର ପାଲେଷ୍ଟାଇନ୍‌ବାସୀଙ୍କ ଓ୍ୱାର୍କ ପରମିଟ୍‌ ରଦ୍ଦ କରାଯାଇଛି। ପାଖାପାଖି ୧୮ ହଜାର ଶ୍ରମିକଙ୍କୁ ଇସ୍ରାଏଲ ଛାଡି ଯିବାକୁ କୁହାଯାଇଛି।

ଓ୍ୱାଇଲ ଅଲ ସଜଦା ନମକ ଜଣେ ଶ୍ରମିକଙ୍କ କହିବା ମୁତାବକ, ଇସ୍ରାଏଲରେ ସେ ଭଲ ଦରମାରେ କାମ କରୁଥିଲେ। ଏହି ଟଙ୍କା ଶ୍ରମିକମାନଙ୍କ ଜୀବନରେ ସକରାତ୍ମକ ପରିବର୍ତ୍ତନ ଆଣିଥିଲା। ତେବେ, ଅକ୍ଟୋବର ୭ରେ ଇସ୍ରାଏଲ ଉପରେ ହମାସ ଆକ୍ରମଣ ପରେ ସବୁକିଛି ବଦଳିଯାଇଛି। ଗାଜାଷ୍ଟ୍ରିପର ସମସ୍ତଙ୍କୁ ଏବେ ଇସ୍ରାଏଲ ଛାଡିବାକୁ କୁହାଯାଇଛି। ଆମେ ବଳିଦାନ ଦେଇଥିଲୁ କିନ୍ତୁ ସେମାନେ ଆମକୁ ସେଠାରେ ପଶୁ ଭଳି ବ୍ୟବହାର କରିଥିବା ଶ୍ରମିକମାନେ ଅଭିଯୋଗ କରିଛନ୍ତି।

Advertisment

ପାଲେଷ୍ଟାଇନ ଅଧିକାରୀଙ୍କ ସୂଚନା ଅନୁଯାୟୀ, ହମାସ ଦକ୍ଷିଣ ଇସ୍ରାଏଲ ଉପରେ ଆକ୍ରମଣ କରିବା ପରେ କିଛି ଶ୍ରମିକ ସୀମା ପାର ହୋଇ ଯାଉଥିବା ଦେଖିବାକୁ ମିଳିଥିଲା। ଇସ୍ରାଏଲ୍-ହାମାସ୍ ଯୁଦ୍ଧ ଆରମ୍ଭରୁ ସମସ୍ତଙ୍କୁ ବଙ୍କରରେ ରଖାଯାଇଥିଲା। ଏହି ବଙ୍କର୍‌ରେ ଇସ୍ରାଏଲ କର୍ତ୍ତୃପକ୍ଷଙ୍କ ଦ୍ୱାରା ହିଂସାତ୍ମକ ଅତ୍ୟାଚାର ହୋଇଥିବା ସେ ଅଭିଯୋଗ କରିଛନ୍ତି। ସେପଟେ ଏହି ଅଭିଯୋଗ ଉପରେ ଇସ୍ରାଏଲ ସେନା ଏପର୍ଯ୍ୟନ୍ତ କୌଣସି ମନ୍ତବ୍ୟ ଦେଇନାହାଁନ୍ତି।

ଇସ୍ରାଏଲ ନିକଟ ଅତୀତରେ ଓ୍ୱାର୍କ ପରମିଟ୍‌ ଦେବା ଆରମ୍ଭ କରିଥିଲା। କିନ୍ତୁ ଶ୍ରମିକଙ୍କୁ ଦିଆଯାଇଥିବା ଓ୍ୱାର୍କ ପରମିଟ୍‌ ରଦ୍ଦ କରାଯିବା ସହ ସେମାନଙ୍କୁ ଗାଜା ଫେରିଯିବାକୁ କୁହାଯାଇଥିବା ଗୁରୁବାର ରାତିରେ ଇସ୍ରାଏଲ ଘୋଷଣା କରିଥିଲା। ଶୁକ୍ରବାର ଦିନ ଘରକୁ ଫେରିଥିବା ଶ୍ରମିକମାନେ ସେମାନଙ୍କୁ ଇସ୍ରାଏଲର ଜେଲରେ ରଖାଯିବା ବିଷୟରେ କହିଥିଲେ। କିଛି ଶ୍ରମିକଙ୍କ ଶରୀରରେ ଆଘାତ ଲାଗିଥିବା ଦେଖିବାକୁ ମିଳିଥିଲା।

Israel Israel-Palestine Conflict Gaza