Advertisment

Complex Tunnel: ୭ କିମି ଲମ୍ବା, ୨୫ ମିଟର ଗଭୀର ଓ ୮୦ ରୁମ୍‌: ହମାସର ‘ଜଟିଳ ଟନେଲ’ର ପର୍ଦ୍ଦାଫାସ

ଇସ୍ରାଏଲ ସେନାର ଲେଫ୍ଟନାଣ୍ଟ ହାଦର ଗୋଲ୍ଡିନଙ୍କ ମୃତଦେହକୁ ଉକ୍ତ ସ୍ଥାନରେ ଲୁଚାଇ ରଖିଥିଲା ହମାସ। ଟନେଲକୁ ଠାବ କରିବା ସହ ଗୋଲ୍ଡିନଙ୍କ ମୃତଦେହକୁ ଆଇଡିଏଫ ଉଦ୍ଧାର କରିଛି

IDF

ଟନେଲ ଓ ଲେଫ୍ଟନାଣ୍ଟ ହାଦର ଗୋଲ୍ଡିନ

Advertisment

ଗାଜା ଷ୍ଟ୍ରିପରେ ଥିବା ବିଦ୍ରୋହୀ ସଂଗଠନ ହମାସର ଗୋଟିଏ ଜଟିଳ ଟନେଲର ପର୍ଦ୍ଦାଫାସ କରିଛି ଇସ୍ରାଏଲ ଡିଫେନ୍ସ ଫୋର୍ସ ବା ଆଇଡିଏଫ। ଇସ୍ରାଏଲ ସେନାର ଲେଫ୍ଟନାଣ୍ଟ ହାଦର ଗୋଲ୍ଡିନଙ୍କ ମୃତଦେହକୁ ଉକ୍ତ ସ୍ଥାନରେ ଲୁଚାଇ ରଖିଥିଲା ହମାସ। ଟନେଲକୁ ଠାବ କରିବା ସହ ଗୋଲ୍ଡିନଙ୍କ ମୃତଦେହକୁ ଆଇଡିଏଫ ଉଦ୍ଧାର କରିଛି। ଏହା ହମାସର ଅନ୍ୟତମ ବଡ଼ ଟନେଲ।

Advertisment

ଲେଫ୍ଟନାଣ୍ଟ ହାଦର ଗୋଲ୍ଡିନ ୨୦୧୪ ହମାସ-ଇସ୍ରାଏଲ ଯୁଦ୍ଧ ସମୟରେ ହୋଇଥିବା ଆମ୍ବୁସରେ ପ୍ରାଣ ହରାଇଥିଲେ। ନିକଟରେ ଇସ୍ରାଏଲ ତାଙ୍କ ଦେହାବଶେଷ ଟନେଲରୁ ଠାବ କରିଛି।

ଏକ୍ସରେ ଆଇଡିଏଫ ପକ୍ଷରୁ ବିରାଟକାୟ ଟନେଲର ଭିଡିଓ ଜାରି କରାଯାଇଛି। ଏହି ଟନେଲରେ ହିଁ ଲେଫ୍ଟନାଣ୍ଟ ହାଦର ଗୋଲ୍ଡିନଙ୍କ ମୃତଦେହକୁ ରଖାଯାଇଥିଲା। ଆଇଡିଏଫ କହିଛି ଯେ ଏହି ଟନେଲଟି ରାଫା ପାର୍ଶ୍ୱବର୍ତ୍ତୀ ଗୋଟିଏ ଜନଗହଳୀପୂର୍ଣ୍ଣ ବସ୍ତି ଆଡ଼ୁଆଳରେ ଚାଲୁଥିଲା।

Advertisment

ଗୋଟିଏ ୟୁଏନଆରଡବ୍ଲ୍ୟୁଏ(ୟୁନାଇଟେଡ ନେଶସନ ଏଜେନ୍ସି ଫର ପାଲେଷ୍ଟାଇନ ରିଫ୍ୟୁଜି) କମ୍ପାଉଣ୍ଡ, ମସଜିଦ, କ୍ଲିନିକ୍ସ ଓ ଛୋଟ ପିଲାଙ୍କ ପାଇଁ ଥିବା ଗୋଟିଏ ବିଲଡିଂ ଏହାର ଆଖପାଖରେ ରହିଥିଲା।  ହମାସ କମାଣ୍ଡରମାନେ ଏହି ଟନେଲକୁ ଅସ୍ତ୍ରଶସ୍ତ୍ର ଗଚ୍ଛିତ କରିବା, ଆକ୍ରମଣ ପାଇଁ ଯୋଜନା ଓ ଆତ୍ମଗୋପନ ପାଇଁ ବ୍ୟବହାର କରୁଥିଲେ। ଟନେଲଟି ଏମିତି ସ୍ଥାନରେ ରହିଥିଲା, ଯାହାକୁ ସାଧାରଣ ଆଖିରେ ଦେଖିବା ବେଶ ମୁସ୍କିଲ। 

୭ କିମି ଲମ୍ବା ଓ ୮୦ ରୁମ 

ଆଇଡିଏଫ କହିଛି ଯେ ଟନେଲ ୭ କିମି ଯାଏ ଲମ୍ବିଛି। ଏହାର ଗଭୀରତା ୨୫ ମିଟର। ଏଠାରେ ୮୦ଟି ରୁମ ରହିଛି। ଟନେଲକୁ ୟାହାଲୋମ କମ୍ବାଟ ଇଞ୍ଜିନିୟରିଂ ୟୁନିଟ ଓ ଶାୟାତେତ ୧୩ ନାଭାଲ କମାଣ୍ଡ ୟୁନିଟ ପକ୍ଷରୁ ଠାବ କରାଯାଇଛି। ଯବାନମାନେ ଏମିତି କିଛି ରୁମ ଠାବ କରିଛନ୍ତି ଯାହାକୁ ହମାସର ବରିଷ୍ଠ ସଦସ୍ୟମାନଙ୍କ କମାଣ୍ଡ ପୋଷ୍ଟ ଭାବେ ବ୍ୟବହାର କରୁଥିଲେ।

ମହମ୍ମଦ ଶାବନା ମଧ୍ୟ ଏଠାରେ ରହୁଥିଲା। ଚଳିତ ବର୍ଷ ମେ’ ମାସରେ ଶାବନାର ମୃତ୍ୟୁ ଇସ୍ରାଏଲ ସେନାର ଗୁଳିରେ ହୋଇଥିଲା। ଏହି ସମୟରେ ହମସା ନେତା ମହମ୍ମଦ ସିନୱାର ମଧ୍ୟ ନିହତ ହୋଇଥିଲା। 

ଅନ୍ୟପକ୍ଷରେ ଗୋଲ୍ଡିନଙ୍କ ମୃତ୍ୟୁ ଘଝଟଣାରେ ସାମିଲ ଥିବା ହମାସ ସଦସ୍ୟ ମରୱାନ ଅଲ ହାମସକୁ ଗିରଫ କରାଯାଇଛି। ଆଇଡିଏଫ କହିଛି ରାଫାର କେଉଁ ସ୍ଥାନରେ ଗୋଲ୍ଡିନଙ୍କୁ ସମାଧୀ ଦିଆଯାଇଥିଲା, ସେ ବିଷୟରେ ମଧ୍ୟ ଆତଙ୍କୀ ମରୱାନ ଜାଣିଥିଲା।

Israel Hamas Tunnel
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe