Advertisment

Middle East War: ଲୋକଙ୍କ ଘର ଉପରେ ମାରାତ୍ମକ ଧଳା ଫସଫରସ ମାଡ଼ କରୁଛି ଇସ୍ରାଏଲ

ସଂଗଠନ ଦାବି କରିଛି ଯେ ଆବାସିକ ଅଞ୍ଚଳରେ ଧଳା ଫସଫରସ ମାଡ଼ କରାଯାଉଥିବାର ୭ଟି ଫଟୋ ରହିଛି। ଫସଫସର ଯୋଗୁ ୨ଟି ଘର ଓ ଗୋଟିଏ କାରରେ ମଧ୍ୟ ନିଆଁ ଲାଗିଥିଲା। ଏହାକୁ ଲିଭାଇବା ପାଇଁ ଅଗ୍ନିଶମ ବାହିନୀ ଉଦ୍ୟମ କରୁଥିବା ଦୃଶ୍ୟ ସାମ୍ନାକୁ ଆସିଛି।

author-image
Hemant Lenka
Lebanon

ଧ୍ୱଂସଲୀଳା

Middle East War Updates: ପଶ୍ଚିମ ଏସିଆରେ ଯୁଦ୍ଧ ତୀବ୍ରତ ହେଉଥିବା ବେଳେ ଗୋଟିଏ ସାଂଘାତିକ ତଥ୍ୟ ସାମ୍ନାକୁ ଆସିଛି। ଦକ୍ଷିଣ ଲେବାନନ୍‌ର ଆବାସିକ ଅଞ୍ଚଳରେ ଆକ୍ରମଣ ପାଇଁ ଇସ୍ରାଏଲ ପକ୍ଷରୁ ମାରାତ୍ମକ ଦହନଶୀଳ ଅସ୍ତ୍ରର ବ୍ୟବହାର କରାଯାଇଛି। ମାର୍ଚ୍ଚ ୩ ତାରିଖରେ ଦକ୍ଷିଣ ଲେବାନନ୍‌ର ୟୋହମୋର (Yohmor) ସହରରେ ଇସ୍ରାଏଲ ସେନା ଅବୈଧ ଭାବେ ଧଳା ଫସଫରସ ଗୋଲାକୁ ବିଭିନ୍ନ ଲୋକଙ୍କ ଘର ଉପରେ ତୋପ ଦ୍ୱାରା ମାଡ଼ କରିଛନ୍ତି।

Advertisment

ଏନେଇ ମାନବାଧିକାର ସଂଗଠନ ପକ୍ଷରୁ ଦାବି କରାଯାଇଛି। ସଂଗଠନ ଦାବି କରିଛି ଯେ ଆବାସିକ ଅଞ୍ଚଳରେ ଧଳା ଫସଫରସ ମାଡ଼ କରାଯାଉଥିବାର ୭ଟି ଫଟୋ ରହିଛି। ଫସଫସର ଯୋଗୁ ୨ଟି ଘର ଓ ଗୋଟିଏ କାରରେ ମଧ୍ୟ ନିଆଁ ଲାଗିଥିଲା। ଏହାକୁ ଲିଭାଇବା ପାଇଁ ଅଗ୍ନିଶମ ବାହିନୀ ଉଦ୍ୟମ କରୁଥିବା ଦୃଶ୍ୟ ସାମ୍ନାକୁ ଆସିଛି। 
ଧଳା ଫସଫରସ୍ ଏକ ଅତ୍ୟନ୍ତ ବିପଜ୍ଜନକ ରାସାୟନିକ ପଦାର୍ଥ, ଯାହା ବାୟୁ ସଂସ୍ପର୍ଶରେ ଆସିଲେ ଜଳିବାକୁ ଲାଗେ ଓ ଏହା ଗମ୍ଭୀର ଶାରୀରିକ କ୍ଷତି ମଧ୍ୟ ପହଞ୍ଚାଇଥାଏ। ଯୁଦ୍ଧ ବେଳେ ଏହାର ବ୍ୟବହାର କରି ଇସ୍ରାଏଲ ସବୁ ପ୍ରଚଳିତ ନିୟମକୁ ଉଲ୍ଲଙ୍ଘନ କରିଥିବା ଅଭିଯୋଗ ହୋଇଛି। 

ହ୍ୟୁମାନ ରାଇଟ୍ସ ୱାଚରେ ଥିବା ରମିଜ କୈସ କହିଛନ୍ତି, “ଆବାସିକ ଅଞ୍ଚଳରେ ଇସ୍ରାଏଲ ସେନା ବେଆଇନ ଭାବେ ବ୍ୟବହାର କରୁଥିବା ଧଳା ଫସଫରସ ଅତ୍ୟନ୍ତ ଚିନ୍ତାଜନକ ଓ ସାଧାରଣ ଲୋକଙ୍କ ପାଇଁ ଘାତକ ମଧ୍ୟ ସାବ୍ୟସ୍ତ ହୋଇପାରେ। ଧଳା ଫସଫରସ ଯୋଗୁ ଅଗ୍ନିକାଣ୍ଡ ଘଟିବା ସହ ଜୀବନ ଯିବାର କିମ୍ବା ଜୀବନ ବ୍ୟାପୀ ଶାରୀରିକ କ୍ଷତିର ଆଶଙ୍କା ରହିଛି।”

Advertisment

ମାର୍ଚ୍ଚ ୩ରେ ଇସ୍ରାଏଲ ପକ୍ଷରୁ ୨ଟି ତୋପରୁ ଜନବସତିକୁ ଟାର୍ଗେଟ କରି ଧଳା ଫସଫରସ ମାଡ଼ କରାଯାଇଥିଲା। ତୋପରୁ ବାହାରୁ ଥିବା ଗୋଳାରେ ଥିବା ଧଳା ଫସଫରସ ଆକାଶ ପଥରେ ବିସ୍ଫୋରଣ ହେବା ସହ ବିଭିନ୍ନ ଘର ଓ ଗାଡ଼ି ଉପରେ ପଡ଼ୁଥିବା ଫଟୋ ମଧ୍ୟ ସାମ୍ନାକୁ ଆସିଛି। ପ୍ରଥମେ ପ୍ରବଳ ଧୂଆଁ ବାହାରିବା ସହ କିଛି ସ୍ଥାନ ମଧ୍ୟ ଧଳା ଫସଫରସ ପ୍ରଭାବରେ ଜଳିବାରେ ଲାଗିଥିଲା।

ଧଳା ଫସଫରସ ଇସ୍ରାଏଲ ମାଡ଼ କରିବା ଅଭିଯୋଗରେ ଯଥେଷ୍ଟ ସତ୍ୟତା ରହିଛି। କାରଣ ଏପରି ପଦକ୍ଷେପ ନେବା ପୂର୍ବରୁ ଇସ୍ରାଏଲ ପକ୍ଷରୁ ସାଧାରଣ ଲୋକଙ୍କୁ ବେରୁଟର ଦକ୍ଷିଣ ଉପକଣ୍ଠ ସମେତ ହେଜବୋଲ୍ଲା ନିୟନ୍ତ୍ରିତ ଅଞ୍ଚଳରୁ ଅନ୍ୟତ୍ର ଚାଲି ଯିବାକୁ କୁହାଯାଇଥିଲା।

ଇରାନ ସମର୍ଥିତ ହେଜବୋଲ୍ଲା ବିରୋଧରେ ଇସ୍ରାଏଲ ନିର୍ଣ୍ଣାୟକ ଲଢ଼େଇ ଆରମ୍ଭ କରିଥିବାରୁ ଏପରି ନିର୍ଦ୍ଦେଶ ଦେଇଥିଲା। ସେହିପରି ଆକ୍ରମଣ ପୂର୍ବରୁ ଦକ୍ଷିଣ ବେରୁଟରେ ଥିବା ସାଧାରଣ ଲୋକଙ୍କୁ ପୂର୍ବ ପ୍ରାନ୍ତଙ୍କୁ ସ୍ଥାନାନ୍ତର କରାଯାଇଥିବା ମଧ୍ୟ ଇସ୍ରାଏଲ ଦାବି କରିଥିଲା। ସାଧାରଣ ଲୋକ ଆଉ ୟୋହମୋରରେ ନଥିବା ଇସ୍ରାଏଲ କହିବା ପରେ ଆକ୍ରମଣ କରିଛି। ତେଣୁ ଇସ୍ରାଏଲ ଘାତକ ଧଳା ଫସଫରସ ମାଡ଼ କରିଥିବା ଏଥିରୁ ସ୍ପଷ୍ଟ ହେଉଛି। 

Middle East war updates