Advertisment

ଅସ୍ତ୍ରବିରତି ପାଇଁ ଇସ୍ରାଏଲ-ହମାସ ରାଜି, ୪ ଦିନ ବନ୍ଦ ରହିବ ଯୁଦ୍ଧ

ଦୀର୍ଘ ଦେଢ ମାସରୁ ଊର୍ଦ୍ଧ୍ୱ ସମୟ ଯୁଦ୍ଧ ଲାଗି ରହିବା ପରେ ଶେଷରେ ଅସ୍ତ୍ରବିରତି ପାଇଁ ରାଜି ହୋଇଛନ୍ତି ଇସ୍ରାଏଲ ସେନା ଓ ହମାସ ସଂଗଠନ।

ଅଦ୍ୟତନ ହୋଇଛି
Protest For Release

Protest For Release

Advertisment

ଇସ୍ରାଏଲ ଓ ହମାସ ମଧ୍ୟରେ ଚାଲିଥିବା ଘମାଘୋଟ ଲଢେଇ ସମୟରେ ଆସିଛି ଶାନ୍ତିର ବାର୍ତ୍ତା। ଅସ୍ତ୍ରବିରତି ପାଇଁ ରାଜି ହୋଇଛନ୍ତି ଉଭୟ ପକ୍ଷ। ଦୀର୍ଘ ଦେଢ ମାସରୁ ଊର୍ଦ୍ଧ୍ୱ ସମୟ ଯୁଦ୍ଧ ହେବା ପରେ ଶେଷରେ ଅସ୍ତ୍ରବିରତି ପାଇଁ ରାଜି ହୋଇଛନ୍ତି ଇସ୍ରାଏଲ ଓ ପାଲେଷ୍ଟାଇନର ହମାସ ସଂଗଠନ।

Advertisment

ଚାରି ଦିନ ଯୁଦ୍ଧ ବନ୍ଦ ରଖିବା ନେଇ ଇସ୍ରାଏଲ ଓ ହମାସ ମଧ୍ୟରେ ଚୁକ୍ତି ହୋଇଛି। ପାଲେଷ୍ଟାଇନର ହମାସ ଗୋଷ୍ଠୀ ଅକ୍ଟୋବର ୭ରେ ବନ୍ଧକ ରଖିଥିବା ଲୋକଙ୍କୁ ମୁକ୍ତ କରିବ ବୋଲି ରାଜି ହେବା ପରେ ଇସ୍ରାଏଲ ଅସ୍ତ୍ରବିରତି ପାଇଁ ରାଜି ହୋଇଛି। ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କ କ୍ୟାବିନେଟ୍ ବୈଠକ ପରେ ଏହି ଚୁକ୍ତିନାମାକୁ ଅନୁମୋଦନ ମିଳିଛି।

ପ୍ରଧାନମନ୍ତ୍ରୀ ନେତାନ୍ୟାହୁ କହିଛନ୍ତି, 'ଏହା ଏକ କଷ୍ଟସାଧ୍ୟ ନିଷ୍ପତ୍ତି, କିନ୍ତୁ ସଠିକ୍ ନିଷ୍ପତ୍ତି।' ଇସ୍ରାଏଲ ସରକାରଙ୍କର ଜଣେ ମୁଖପାତ୍ର କହିଛନ୍ତି ଯେ, ଚୁକ୍ତିନାମା ଅନୁଯାୟୀ ଅତି କମରେ ୫୦ ଜଣ ଇସ୍ରାଏଲ୍ ଏବଂ ବିଦେଶୀ ବନ୍ଧକଙ୍କୁ ମୁକ୍ତ କରିବ ହମାସ, ଯେଉଁଥିରେ ମହିଳା ଓ ଶିଶୁ ମଧ୍ୟ ଅଛନ୍ତି। ଏହି ଚୁକ୍ତି ହେବା ପରେ ଚାରି ଦିନ ଯୁଦ୍ଧ ବନ୍ଦ ରହିବ। 

Advertisment

"ମାନବିକ ଚୁକ୍ତି"କୁ ସ୍ୱାଗତ କରି ହମାସ ସଂଗଠନ ପକ୍ଷରୁ ମଧ୍ୟ ଏକ ବିବୃତ୍ତି ଜାରି କରାଯାଇଛି। ହମାସ କହିଛି ଯେ, ଇସ୍ରାଏଲର ମଧ୍ୟ ବନ୍ଧକ ରଖିଥିବା ପାଲେଷ୍ଟିନୀୟଙ୍କୁ ମୁକୁଳାଇବ। ୧୫୦ ଜଣ ପାଲେଷ୍ଟିନୀୟଙ୍କୁ ମୁକ୍ତ କରିବ ଇସ୍ରାଏଲ। ଏହି ଚୁକ୍ତିରେ କତାର ମଧ୍ୟସ୍ତତା କରିଥିଲା। 

Palestine Israel-Palestine Conflict Hamas Israel-Palestine War War Israel
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe