Advertisment

ଇସ୍ରାଏଲ-ହମାସ ଅସ୍ତ୍ରବିରତି ଚୁକ୍ତି, ଆଉ ଗୋଟିଏ ଦିନ ବୃଦ୍ଧି

ଉଭୟ ପକ୍ଷର ପଣବନ୍ଦୀଙ୍କୁ ମୁକ୍ତ କରିବା ଚୁକ୍ତିରେ ଅସ୍ତ୍ରବିରତି ପାଇଁ ରାଜି ହୋଇଛନ୍ତି ଇସ୍ରାଏଲ ସେନା ଓ ହମାସ ସଂଗଠନ।

Filr Photo

Filr Photo

Advertisment

ଇସ୍ରାଏଲ-ହମାସ ଯୁଦ୍ଧ ମଧ୍ୟରେ ଫେରୁଛି ଶାନ୍ତି। ବନ୍ଧକ ନାଗରିକ ମୁକ୍ତ ହେବା ପରେ ଇସ୍ରାଏଲ ଓ ପାଲେଷ୍ଟାଇନବାସୀ ସାମାନ୍ୟ ଆସ୍ୱସ୍ଥି ପାଇଛନ୍ତି। ଏହାରି ମଧ୍ୟରେ ଅସ୍ତ୍ରବିରତିକୁ ଆଉ ଗୋଟିଏ ଦିନ ଘୁଞ୍ଚାଇବାକୁ ରାଜି ହୋଇଛନ୍ତି ଦୁଇ ପକ୍ଷ।

Advertisment

ଏନେଇ ଉଭୟ ପକ୍ଷରୁ କୌଣସି ସ୍ପଷ୍ଟ ସୂଚନା ଦିଆଯାଇ ନଥିଲେ ମଧ୍ୟ ବିଶେଷ ସୂତ୍ରରୁ ପ୍ରକାଶ ରିପୋର୍ଟ ଅନୁସାରେ, ଇସ୍ରାଏଲ-ହମାସ ମଧ୍ୟରେ ଆଉ ଗୋଟିଏ ଦିନ ଅସ୍ତ୍ରବିରତି ପାଇଁ ଚୁକ୍ତି ହୋଇଛି। ଉଭୟ ପକ୍ଷର ପଣବନ୍ଦୀଙ୍କୁ ମୁକ୍ତ କରିବା ଚୁକ୍ତିରେ ଅସ୍ତ୍ରବିରତି ପାଇଁ ରାଜି ହୋଇଛନ୍ତି ଇସ୍ରାଏଲ ସେନା ଓ ହମାସ ସଂଗଠନ।

ଏହାପୂର୍ବରୁ ପ୍ରଥମେ ଚାରି ଦିନିଆ ଅସ୍ତ୍ରବିରତି ଉଲଙ୍ଘନ ପାଇଁ ଚୁକ୍ତି ସ୍ୱାକ୍ଷର ହୋଇଥିଲା। ନଭେମ୍ବର ୨୪ରୁ ୨୭ ପର୍ଯ୍ୟନ୍ତ ପ୍ରଥମେ ଅସ୍ତ୍ରବିରତି ପାଇଁ ଚୁକ୍ତି କରାଯାଇଥିଲା। ଏହାପରେ ଆଉ ଦୁଇ ଦିନ ଅସ୍ତ୍ରବିରତି କରାଯାଇଥିଲା। ବନ୍ଧକମାନଙ୍କୁ ମୁକୁଳାଇବା ସର୍ତ୍ତରେ ଉଭୟ ପକ୍ଷ ଆଉ ଗୋଟିଏ ଦିନ ଅସ୍ତ୍ରବିରତି ଘୋଷଣା କରାଯାଇଛି। 

Advertisment

ହମାସ ପୂର୍ବରୁ କହିଥିଲା ଯେ, ଯଦି ଇସ୍ରାଏଲ ଅଧିକ ସଂଖ୍ୟକ ପାଲେଷ୍ଟାଇନ ବନ୍ଦୀମାନଙ୍କୁ ଛାଡ଼ିବ, ତେବେ ଶାନ୍ତି ଚୁକ୍ତି ବୃଦ୍ଧି କରାଯିବ। ଇସ୍ରାଏଲ ମଧ୍ୟ କହିଥିଲା, ଶାନ୍ତି ଚୁକ୍ତି ପାଇଁ ଦେଶ ରାଜି। କିନ୍ତୁ ପ୍ରତିଦିନ ହମାସ ଅତିରିକ୍ତ ୧୦ ଜଣ ପଣବନ୍ଦୀଙ୍କୁ ମୁକ୍ତ କରିବ। 

Israel Hamas Israel-Palestine Conflict Palestine War Israel-Hamas Ceasefire
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe