Advertisment

ଗାଜା ହସ୍ପିଟାଲ ଉପରେ ଏୟାର ଷ୍ଟ୍ରାଇକ୍‌, ୫୦୦ରୁ ଊର୍ଦ୍ଧ୍ୱ ମୃତ

ଇସ୍ରାଏଲ ଓ ହମାସ ମଧ୍ୟରେ ଚାଲିଥିବା ଯୁଦ୍ଧ ଥମିବା ନାଁ ଧରୁନି। ଏହି ଯୁଦ୍ଧରେ ଏଯାବତ ୪୫୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇ ସାରିଲାଣି। ଏପରି ସ୍ଥିତିରେ ଗତ ରାତିରେ ମଙ୍ଗଳବାର ଗାଜାର ଏକ ହସ୍ପିଟାଲ ଉପରେ ଏୟାର ଷ୍ଟ୍ରାଇକ୍‌ ହେବାରୁ ପ୍ରାୟ ୫ଶହରୁ ଊର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ହୋଇଛି।

ଅଦ୍ୟତନ ହୋଇଛି
Attack

Attack

Advertisment

ଇସ୍ରାଏଲ ଓ ହମାସ ମଧ୍ୟରେ ଚାଲିଥିବା ଯୁଦ୍ଧ ଥମିବା ନାଁ ଧରୁନି। ଏହି ଯୁଦ୍ଧରେ ଏଯାବତ ୪୫୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇ ସାରିଲାଣି। ଏପରି ସ୍ଥିତିରେ ଗତ ରାତିରେ ମଙ୍ଗଳବାର ଗାଜାର ଏକ ହସ୍ପିଟାଲ ଉପରେ ଏୟାର ଷ୍ଟ୍ରାଇକ୍‌ ହେବାରୁ ପ୍ରାୟ ୫ଶହରୁ ଊର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ହୋଇଛି। ଆଜି ଯୁକ୍ତରାଷ୍ଟ୍ର ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ଇସ୍ରାଏଲ ଗସ୍ତ ଥିବା ବେଳେ ତାହା ପୂର୍ବରୁ ଏପରି ଆକ୍ରମଣକୁ ସବୁ ମହଲରେ ନିନ୍ଦା କରାଯାଇଛି।

Advertisment

ଗତ ରାତିରେ ଗାଜାର ମଧ୍ୟ ଭାଗରେ ଥିବା ଅଲ ଅହଲି ହସ୍ପିଟାଲ ଉପରେ ମଙ୍ଗଳବାର ବିଳମ୍ବିତ ରାତିରେ ଏହି ଏୟାର ଷ୍ଟ୍ରାଇକ୍‌ ହୋଇଛି। ଯୁଦ୍ଧରେ ଗୁରୁତର ହୋଇଥିବା ବହୁ ସଂଖ୍ୟାରେ ଲୋକେ ଉକ୍ତ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଏଥିସହ ବହୁ ଶରଣାର୍ଥୀ ବି ସେଠାରେ ଆଶ୍ରୟ ନେଇଥିଲେ । ଏଡି ରକେଟ ମାଡ ପରେ ହସ୍ପିଟାଲରେ ଥିବା ବହୁ ସଂଖ୍ୟାରେ ରୋଗୀଙ୍କ ସମେତ ଅନ୍ୟମାନଙ୍କ ମୃତ୍ୟୁ ହୋଇଥିବା ଗାଜା ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି।

ଇସ୍ରାଏଲ ସେନା ଏହି ଆକ୍ରମଣ କରିଥିବା ହମାସ ଦାବି କରୁଥିବା ବେଳେ ଇସ୍ରାଏଲ ପ୍ରଧାନମନ୍ତ୍ରୀ କିନ୍ତୁ ଏହାକୁ ଅସ୍ୱୀକାର କରିଛନ୍ତି। ଗାଜା ଉପରେ ହୋଇଥିବା ଏହି ବର୍ବର କାଣ୍ଡ ପଛରେ ଆତଙ୍କବାଦୀଙ୍କ ହାତ ଥିବା ବେଳେ ଏଥିରେ ଇସ୍ରାଏଲ ସେନା ସମ୍ପୃକ୍ତ ନାହିଁ ବୋଲି ନେତାନ୍ୟୁହା ଦାବି କରିଛନ୍ତି।

Advertisment

ଏହି ଭୟଙ୍କର ବୋମା ବିସ୍ଫୋରଣ ନିମନ୍ତେ ଇସଲାମିକ ଜେହାଦ ଦାୟୀ ବୋଲି କହିଛି ଗୁଇନ୍ଦା ସଂସ୍ଥା IDF । ଶତ୍ରୁ ପକ୍ଷ ଦ୍ୱାରା ଇସ୍ରାଏଲ ଉପରେ ଘନ ଘନ ରକେଟ ମାଡ଼ ହେଉଥିବା ବେଳେ ସେଥିରୁ ଗୋଟିଏ ଟାର୍ଗେଟ ଫେଲ୍‌ କରିବାରୁ ହସ୍ପିଟାଲ ଉପରେ ପଡ଼ି ଯାଇଥିଲା। ତେଣୁ ଗାଜାର ହସ୍ପିଟାଲ ଉପରେ ହୋଇଥିବା ଆକ୍ରମଣ ପଛରେ ଇସଲାମିକ ଜିହାଦ ଆତଙ୍କବାଦୀ ସଙ୍ଗଠନର ହାତ ଥିବା IDF ଦାବି କରିଛି ।

ଏହି ଆକ୍ରମଣ ନିମନ୍ତେ ସାଉଦି ଆରବ, ବହରିନ, ଜୋର୍ଡାନ, ତୁର୍କୀ ପରି ଦେଶ ଇସ୍ରାଏଲକୁ ଦାୟୀ କରିଛନ୍ତି। ଏହି ଆକ୍ରମଣ ପରେ ପରେ ୟୁଏଇ ଓ ଋଷ ପକ୍ଷରୁ ସଂଯୁକ୍ତ ରାଷ୍ଟ୍ର ସୁରକ୍ଷା ପରିଷଦର ଜରୁରୀ ବୈଠକ ଡକାଯାଇଛି।

ଏହି ଆକ୍ରମଣକୁ WHO ନିନ୍ଦା କରିଛି। WHO ଜାରି କରିଥିବା ବିବୃତିରେ କହିଛି, ଉକ୍ତ ହସ୍ପିଟାଲରେ ବହୁ ଗୁରୁତରଙ୍କ ଚିକିତ୍ସା ଚାଲିଥିବା ବେଳେ ବହୁ ଶରଣାର୍ଥୀ ବି ଆଶ୍ରୟ ନେଇଥିଲେ। ଏଥିସହ ରୋଗୀଙ୍କ ଯତ୍ନ ନେବା ପାଇଁ ବି ବହୁ ଲୋକ ସେଠାରେ ଥିଲେ। ମାତ୍ର ଗତ ରାତିରେ ହୋଇଥିବା ଏୟାର ଷ୍ଟ୍ରାଇକ୍‌ରେ ମେଡିକାଲରେ ଥିବା ଶହ ଶହ ଲୋକଙ୍କ ମୃତ୍ୟୁ ହୋଇ ସାରିଛି। ଏହା ଖୁବ୍‌ ନିନ୍ଦନୀୟ ।

ଯୁକ୍ତରାଷ୍ଟ୍ର ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଏହି ଆକ୍ରମଣ ଘଟଣାକୁ ନେଇ ଖୁବ୍‌ ଦୁଃଖିତ ଥିବା କହିଛନ୍ତି।  

Israel-Palestine War Airstrike Israel
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe