Advertisment

ଇସ୍ରାଏଲ ଗସ୍ତରେ ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକ୍

ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ଋଷି ସୁନକ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବାଞ୍ଜାମିନ୍‌ଙ୍କୁ ସମର୍ଥନ ଜଣାଇଛନ୍ତି।

author-image
Madhupriya Mistry
ଅଦ୍ୟତନ ହୋଇଛି
 UK PM Rishi Sunak

UK PM Rishi Sunak

ଇସ୍ରାଏଲ ଓ ହମାସ ମଧ୍ୟରେ ଜାରି ରହିଛି ଯୁଦ୍ଧ। ଏହାରି ଭିତରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ପରେ ଇସ୍ରାଏଲ ଗସ୍ତରେ ଯାଇଛନ୍ତି ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ଋଷି ସୁନକ। ସେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କୁ ଭେଟିବେ। ସେହିପରି ଇସ୍ରାଏଲ ରାଷ୍ଟ୍ରପତି ଆଇଜାକ ହେରଜଗଙ୍କ ସହ ମଧ୍ୟ ସାକ୍ଷାତ କରିବେ ବ୍ରିଟେନ ପ୍ରଧାନମନ୍ତ୍ରୀ।

Advertisment

ସୂଚନା ମୁତାବକ, ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ଋଷି ସୁନକ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବାଞ୍ଜାମିନ୍‌ଙ୍କୁ ସମର୍ଥନ ଜଣାଇଛନ୍ତି। ତେବେ ଇସ୍ରାଏଲ ଗସ୍ତ ପୂର୍ବରୁ ଋଷି ସୁନକ କହିଥିଲେ, ହମାସର ଆକ୍ରମଣ ଅତି ଭୟଙ୍କର। ଗାଜା ହସ୍ପିଟାଲ ଭପରେ ହୋଇଥିବା ଆକ୍ରମଣକୁ ନେଇ ମଧ୍ୟ ସେ ଦୁଃଖ ପ୍ରକାଶ କରିଥିଲେ।

ଏହାପୂର୍ବରୁ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ଇସ୍ରାଏଲ ଗସ୍ତରେ ଯାଇଥିଲେ। ତାଙ୍କୁ ବିମାନ ବନ୍ଦରରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍‌ ନେତାନ୍ୟାହୁ ସ୍ୱାଗତ ଜଣାଇଥିଲେ। ଯୁଦ୍ଧକୁ ନେଇ ବାଇଡେନ୍‌ ନେତାନ୍ୟାହୁଙ୍କ ସହ ଆଲୋଚନା କରିଥିଲେ। ଏହାପରେ ଏକ ସାମ୍ବାଦିକ ସମ୍ମିଳନୀ କରି ହମାସକୁ କ୍ରୁର ଆତଙ୍କୀ ସଙ୍ଗଠନ କହିଥିଲେ ବାଇଡେନ୍‌। ଏଥିସହ ହମାସ ଇସ୍ରାଏଲ ଉପରେ ଯେଉଁଭଳି ଆକ୍ରମଣ କରୁଛି ତାହା ମାନବତା ବିରୋଧୀ ବୋଲି କହିଥିଲେ ଆମେରିକା ରାଷ୍ଟ୍ରପତି।

Advertisment

ଏକ ସପ୍ତାହରୁ ଅଧିକ ଦିନ ହେବ ଇସ୍ରାଏଲ ଓ ହମାସ ମଧ୍ୟରେ ଯୁଦ୍ଧ ଲାଗି ରହିଛି। ଇସ୍ରାଏଲ ଗତ କିଛି ଦିନ ହେବ ଗାଜା ପଟ୍ଟି ଉପରେ ଆକ୍ରମଣକୁ ଜୋରଦାର୍‌ କରିଦେଇଛି। ଯେଉଁଠି ହମାସ ଆତଙ୍କବାଦୀ ଲୁଚି ରହିଛନ୍ତି ସେହି ସ୍ଥାନକୁ ବିଶେଷ କରି ଇସ୍ରାଏଲ ସେନା ଟାର୍ଗେଟ କରୁଛି। ଯୁଦ୍ଧ ଯୋଗୁ ବିଶ୍ୱର ଭିନ୍ନ ଭିନ୍ନ ଦେଶ ଚିନ୍ତିତ ହୋଇପଡିଛନ୍ତି।

Israel Rishi Sunak Israel-Palestine War UK PM