Advertisment

ଇସ୍ରାଏଲକୁ ସତର୍କ କରାଇଲେ ଓବାମା

ଶାନ୍ତ ରହିବାକୁ ସେ ଇସ୍ରାଏଲକୁ ନିବେଦନ କରିଛନ୍ତି।

Barack obama threatens Netanyahu

Barack obama threatens Netanyahu

Advertisment

ଇସ୍ରାଏଲ ଓ ହମାସ ମଧ୍ୟରେ ଜାରି ରହିଛି ଯୁଦ୍ଧ। ଏହା ଦିନକୁ ଦିନ ତୀବ୍ର ହେବାରେ ଲାଗିଛି। ଏହି ଯୁଦ୍ଧ ଉପରେ ସାରା ବିଶ୍ୱର ନଜର ରହିଛି। ଗାଜା ଷ୍ଟ୍ରିପ୍‌ ଉପରେ ଇସ୍ରାଏଲ ଆଖିବୁଜା ବୋମାମାଢ଼ କରୁଛି। ଏହାରି ଭିତରେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା ଇସ୍ରାଏଲକୁ କରାଇଛନ୍ତି ସତର୍କ।

Advertisment

ସେ କହିଛନ୍ତି, ଯଦି ଇସ୍ରାଏଲ ଯୁଦ୍ଧରେ ଗାଜାର ସାଧାରଣ ନାଗରିକଙ୍କ ମାନବିକ ଦିଗକୁ ଅଣଦେଖା କରେ, ତେବେ ଏହାର ପରିଣାମ ଭୋଗିବାକୁ ପଡ଼ିବ। ଯଦି ଇସ୍ରାଏଲ ଗାଜା ଉପରେ ଆକ୍ରମଣ ଜାରି ରଖେ, ତେବେ ବିଶ୍ୱ ସ୍ତରରେ ଏହାର ସମର୍ଥନ ଦୁର୍ବଳ ହୋଇଯିବ ବୋଲି ଓବାମା କହିଛନ୍ତି। ଏଥିସହ ଶାନ୍ତ ରହିବାକୁ ସେ ଇସ୍ରାଏଲକୁ ନିବେଦନ କରିଛନ୍ତି।

ଓବାମା ଆହୁରି କହିଛନ୍ତି, ହମାସ ବିରୋଧରେ ଯୁଦ୍ଧରେ ଇସ୍ରାଏଲର କେତେକ କାର୍ଯ୍ୟକଳାପ ଯେପରିକି ଗାଜାକୁ ଖାଦ୍ୟ ଏବଂ ଜଳ ସଂଯୋଗ ବନ୍ଦ କରିବା ପାଲେଷ୍ଟାଇନର ମନୋଭାବକୁ ପରିବର୍ତ୍ତନ କରିପାରେ ଏବଂ ଏହାକୁ କଠୋର କରିପାରେ। ଏଭଳି କାର୍ଯ୍ୟ ଇସ୍ରାଏଲ ପ୍ରତି ଅନ୍ତର୍ଜାତିକ ସମର୍ଥନକୁ ଦୁର୍ବଳ କରିପାରେ ବୋଲି ଓବାମା କହିଛନ୍ତି।

Advertisment

ଯୁଦ୍ଧ ସର୍ବଦା ଦୁଃଖ ଦେଇଥାଏ। ଏପରିକି ସାମରିକ ଅଭିଯାନ ନାଗରିକଙ୍କୁ ବିପଦରେ ପକାଇଥାଏ। ମାନବୀୟ ସଂକଟ ଯୋଗୁଁ ପାଲେଷ୍ଟାଇନବାସୀଙ୍କ ଆଭିମୁଖ୍ୟ କଠୋର ହୋଇପାରେ। ଏହାର ସୁଯୋଗ ଇସ୍ରାଏଲର ଶତ୍ରୁମାନେ ନେଇପାରନ୍ତି ଫଳରେ ଏହି ଅଞ୍ଚଳରେ ଶାନ୍ତି ଓ ସ୍ଥିରତା ହାସଲ ପାଇଁ ଦୀର୍ଘମିଆଦୀ ପ୍ରୟାସକୁ ଦୁର୍ବଳ କରିପାରେ ବୋଲି ଆମେରିକାର ପୂର୍ବତନ ରାଷ୍ଟ୍ରପତି କହିଛନ୍ତି।

Barack Obama Benjamin Netanyahu Israel-Palestine Conflict
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe